ଦକ୍ଷିଣ ଗାଜା ଷ୍ଟ୍ରିପ୍ରେ ଥିବା ହଜାର ହଜାର ଲୋକ ବାଥରୁମ୍ରେ ପାଣି ପାଇଁ ଲାଇନ୍ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । କାରଣ ଅନେକ ଦିନ ହେବ ସେମାନେ ଗୋଧୋଇ ନାହାନ୍ତି ।
ସୀମା ଟପିଲା ବର୍ବରତା । ବିଭତ୍ସ ଭାବେ ୨୬ ଥର ଛୁରାମାଡ଼ କରି ଶିଶୁକୁ ହତ୍ୟା କଲା ଅଭିଯୁକ୍ତ ।
ସ୍ଥଳଭାଗ ଦେଇ ପ୍ରବେଶ କରି ହମାସ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ସୈନ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । କେବଳ ଇସ୍ରାଏଲ ସରକାରଙ୍କ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା ।
ଗାଜା ବର୍ଡର୍... ଉତ୍ତର ସୀମାରେ ଶହ ଶହ ଟ୍ୟାଙ୍କ... ହମାସର ମୂଳପୋଛ ପାଇଁ ତୟାର୍ ୧୦ ହଜାରରୁ ୧ ଲକ୍ଷ ସୈନ୍ୟ । ନିଜେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୀମାକୁ ଯାଇ ସେମାନଙ୍କ ମନୋବଳ ବଢ଼ାଇଥିବା ବେଳେ, କେବଳ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା।
ଇସ୍ରାଏଲ ସୈନ୍ୟ ‘X’ରେ ଲେଖିଛନ୍ତି, ଗାଜା ସହର ଏବଂ ଉତ୍ତର ଗାଜାର ବାସିନ୍ଦା, ଅତୀତରେ ଆମେ ଆପଣଙ୍କୁ ସୁରକ୍ଷା ପାଇଁ ଦକ୍ଷିଣ ଗାଜା ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛୁ।
ଇସ୍ରାଏଲ ୯ ଦିନ ହେଲା ଯୁଦ୍ଧ ଚଳାଇଥିବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଏହା ଆରମ୍ଭ ମାତ୍ର ।
ନୃଶଂସତାର ସବୁ ସୀମା ଟପିଥିବା ହମାସ ଆତଙ୍କୀଙ୍କ କାପୁରୁଷତାର କଳା ଚିତ୍ର । ଜୀବନ ଭୟରେ ନୀରିହ ଶିଶୁଙ୍କୁ ଢାଲ କରିଛନ୍ତି ଆତଙ୍କୀ । ଇସ୍ରାଏଲୀ ଗ୍ରାଉଣ୍ଡ ଆଟାକ୍ ଭୟରେ କଅଁଳ ଶିଶୁଙ୍କୁ ସଜାଇଛି ହ୍ୟୁମାନ ସିଲ୍ଡ ।
ଶୁକ୍ରବାର ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ ଆଡୁ ଆସିଥିବା ଗୋଟାଏ କ୍ଷେପଣାସ୍ତ୍ର ପଡ଼ିବାରୁ ‘ରଏଟର୍ସ’ର ଜଣେ ଭିଡିଓ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ସାମ୍ବାଦିକ ଆହତ ହୋଇଛନ୍ତି ।
ଉତ୍ତର ଗାଜାପଟ୍ଟିରେ ରହୁଥିବା ୧୧ ଲକ୍ଷରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଡ଼କୁ ଚାଲିଯାଅ ବୋଲି ଇସ୍ରାଏଲ୍ ଚେତାବନୀ ଦେଇଛି ।
ଇସ୍ରାଏଲ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ....ଷଡ଼ଯନ୍ତ୍ରକୁ କେମିତି କଲା କାର୍ଯ୍ୟକାରୀ?
ଇସ୍ରାଏଲର ଏ ଗାଁଟି ବନିଥିଲା ହମାସର ପ୍ରଥମ ଶିକାର । ଏଠି କାଳେ ବେଶ୍ ସୁନ୍ଦର ଦିଶେ ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ। ମାତ୍ର ଚାଷୀମାନଙ୍କୁ ନେଇ ଇସ୍ରାଏଲର ଏ ଛୋଟିଆ ଗାଁଟି ଏବେ ଖାଁ ଖାଁ । ଚାରିଆଡ଼େ ମୃତ୍ୟର ଗନ୍ଧ..
ଗାଜା ସୀମାଠୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଛୋଟିଆ ଗାଁ କିବୁଜ୍ ବେରିରେ ଗତ ଶନିବାର ସୂର୍ଯ୍ୟ ଉଇଁବା ବେଳେ କେମିତି ଦିଶୁଥିଲା, କାହାକୁ ଜଣାନାହିଁ ।
କିଏ ଓ କାହିଁକି ଇସ୍ରାଏଲ୍ର କୂଟନୀତିଜ୍ଞଙ୍କୁ ଆକ୍ରମଣ କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଏହି ଆକ୍ରମଣ ପଛରେ କୌଣସି ସଂଗଠନ ବି ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହିଁ।
ଧୂଳିର ଧ୍ବଂସସ୍ତୂପ ତଳେ ଶୋଇ ପଡ଼ିଛି ମାନବତା । ଅଣ୍ଟା ଭାଙ୍ଗି ପଡ଼ିଛି ପ୍ରେମ, ସୌହାର୍ଦ୍ଦ୍ୟ ଓ ଶାନ୍ତି । ଆତଙ୍କବାଦୀଙ୍କ ନିଷ୍ଠୁରତାରୁ କେହି ମଧ୍ୟ ବାଦ ପଡ଼ୁ ନାହାନ୍ତି । ଜାତି, ଧର୍ମ, ବୟସ ନିର୍ବିଶେଷରେ ସମସ୍ତଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ ।
ଇସ୍ରାଏଲ ଟାର୍ଗେଟରେ କେବଳ ଗାଜା ନୁହେଁ ହମାସର ସେହି 'ମାଷ୍ଟରମାଇଣ୍ଡ' ଅଛନ୍ତି, ଯେଉଁମାନେ ଆରମ୍ଭରୁ ଏହି ସଂଗଠନର ସଦସ୍ୟ କିମ୍ବା ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ଥିଲେ ।
ୟୁରୋପୀୟ ୟୁନିଅନ୍ (EU) ମୁଖ୍ୟ ଥିଏରି ବ୍ରେଟନ୍ ଇସ୍ରାଏଲ୍-ହମାସ୍ ଯୁଦ୍ଧ ସମୟରେ ଇୟୁ ଅନଲାଇନ୍ ବିଷୟବସ୍ତୁ ନିୟମକୁ କିପରି ଅନୁସରଣ କରୁଛନ୍ତି ସେ ସମ୍ବନ୍ଧରେ ଏଲନ୍ ମସ୍କଙ୍କଠାରୁ ସୂଚନା ମାଗିଥିଲେ ।
ହମାସ ଆତଙ୍କୀଙ୍କ ବର୍ବରତା, ଗର୍ଭବତୀ ମହିଳାଙ୍କ ପେଟ ଚିରି ଛୁଆକୁ ମାରିଲେ ଛୁରି....ମା’ ପେଟରେ ଥିବା ଶିଶୁର ଭୁଲ କ’ଣ ଥିଲା .. କାହିଁକି ତାକୁ ଗର୍ଭାବସ୍ଥାରେ ମାରି ଦିଆଗଲା .. ସତରେ ଏତେ ଜଘନ୍ୟ କାଣ୍ଡ ଘଟାଇ ପାରନ୍ତି ଆତଙ୍କୀ...
ମଧ୍ୟପ୍ରାଚ୍ୟରେ ପୁଣି ଥରେ ମାନବୀୟ ସଂକଟ...ଘର ଛାଡୁଛନ୍ତି ଇସ୍ରାଏଲ ଯୁଦ୍ଧ ବିପନ୍ନ...ରିଲିଫ କ୍ୟାମ୍ପରେ ବିତୁଛି ଲୋକଙ୍କ ଜୀବନ..ଗାଜାରେ ଏକମାତ୍ର ପାୱାର ପ୍ଲାଣ୍ଟ ବନ୍ଦ
ସିରିଆ ରାଜଧାନୀ ଡାମାସକସ୍ ଓ ଆଲେପ୍ପୋରେ ଇସ୍ରାଏଲ୍ ରକେଟ୍ ମାଡ଼ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି
ହମାସ ହେଉଛି ପାଲେଷ୍ଟାଇନର ଏକ ଆତଙ୍କବାଦୀ ଗୋଷ୍ଠୀ। ୧୯୭୮ ମସିହାରେ ଅହମ୍ମଦ ୟାସିନ ଏବଂ ଅବଦେଲ ଅଜିଜ୍ ଅଲ୍-ରାଣ୍ଟିସଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା।
ସୀମାରେ ସୀମିତ ନରହି, ଯୁଦ୍ଧ ଯେତେବେଳେ ଜନବସତିରେ ପଶେ। ଆକାଶ ମାର୍ଗରୁ ଧ୍ୱଂସର ତାଣ୍ଡବ, ଏମିତି ହିଁ କିଛି ଦିଶେ। ଯେଉଁଠି ବଡ଼ ବଡ଼ କୋଠା-ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶେ। ସେଠି ଖାଲି ଖୋଲା ଆକାଶ ନୁହେଁ, ଚାରିକାନ୍ଥ ଭିତରେ ବି, ଛାତିରେ ଛନକା ପଶେ।
୧୯୭୩ରେ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଲଢିଥିଲା ଇସ୍ରାଏଲ...ଆରବ-ଇସ୍ରାଏଲ ୱାର ବା ଅକ୍ଟୋବର ୱାର ନାଁରେ ପରିଚିତ...
ଇସ୍ରାଏଲ୍ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। । ଏସବୁ ଭିତରେ ଆତଙ୍କବାଦୀ ସଂଗଠନ ହମାସ୍ କମାଣ୍ଡର ମହମୁଦ୍ ଅଲ୍-ଜହରଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି।
ଆଇରନ ଡୋମ୍ ବା ଲୌହ କବଚ...କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ଲାଗି ବ୍ୟବସ୍ଥା ...ଖରା, ବର୍ଷା, ଶୀତ ସବୁ ପରିସ୍ଥିତିରେ ସଜାଗ ଥାଏ