Advertisment

ଏଲିଅନଙ୍କ ସହ ଯୋଗାଯୋଗ ହେବ ସହଜ; ଏହି ଦେଶ ନିର୍ମାଣ କରୁଛି ଟେଲିସ୍କୋପ

ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ସ୍ପେକ୍ଟ୍ରାଲ୍ ଟେଲିସ୍କୋପ୍। ଏହା ଚୀନ୍ ଏବଂ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ମହାକାଶର ରହସ୍ୟ ଭେଦ କରିବାରେ ସାହାଯ୍ୟ କରିବ।

author-image
Sonali Ojha
ଅଦ୍ୟତନ ହୋଇଛି
Telescope Will Discover Alien

Telescope Will Discover Alien

ପୃଥିବୀ ବାହାରେ ଜୀବସତ୍ତା ଅଛି କି ନାହିଁ ସେନେଇ ଗବେଷଣା ଚାଲିଛି। ଅନେକ ସମୟରେ ଏଲିଅନଙ୍କୁ ନେଇ ଖବର ସାମନାକୁ ଆସିଛି। ତେବେ ଚୀନ ଏହି ଦିଗରେ ପ୍ରଚେଷ୍ଟା ଜାରି ରଖିଛି। ଏଲିଅନଙ୍କ ସନ୍ଧାନ ପାଇଁ ଏକ ଟେଲିସ୍କୋପ ନିର୍ମାଣ କରୁଛି ଚୀନ। ଯାହାକି ଏଲିଅନଙ୍କୁ ଦେଖିବାରେ ସାହାଯ୍ୟ କରିବ।

Advertisment

ଉତ୍ତର-ପଶ୍ଚିମ ହିମାଳୟର ଉଚ୍ଚ ପର୍ବତ ଉପରେ ଏକ ନୂତନ ଟେଲିସ୍କୋପ ନିର୍ମାଣ କରୁଛନ୍ତି ଚୀନ ବୈଜ୍ଞାନିକ। ଏହି ଟେଲିସ୍କୋପର ନାମ ହେଉଛି JUST । JUST- ଜିଆଓଟଙ୍ଗ ୟୁନିଭରସିଟି ସ୍ପେକ୍ଟ୍ରସ୍କୋପିକ୍ ଟେଲିସ୍କୋପ୍ । ଆସନ୍ତା ୨୦୨୬ସୁଦ୍ଧା ଏହି ଟେଲିସ୍କୋପର ନିର୍ମାଣ କାମ ଶେଷ ହେବ।

ସାଇଶିଟେଙ୍ଗ ପର୍ବତ ଉପରେ ଏହି ଟେଲିସ୍କୋପକୁ ସାଂଘାଇ ଜିଆଓଟଙ୍ଗ ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଛି। ଏହି ପର୍ବତ ଉତ୍ତର-ପଶ୍ଚିମ ଚାଇନାର କଳିଙ୍ଗ ପ୍ରଦେଶର ଲେଙ୍ଗୁ ନିକଟରେ ରହିଛି । ଏଠାରୁ ଚୀନର ବୈଜ୍ଞାନିକମାନେ ମହାକାଶ ଉପରେ ନଜର ରଖିବେ। ବାହ୍ୟ ଗ୍ରହ ଏବଂ ଏଲିଅନ ଜଗତ ବିଷୟରେ ଏହା ସୂଚନା ପ୍ରଦାନ କରିବ।

Advertisment

ଏଠାରେ ନିର୍ମାଣ ଚାଲିଥିବା ଟେଲିସ୍କୋପର ଆପାରେଚର ୪.୪ ମିଟର। ଯାହାକି ଏକାଥରକେ ଏକାଧିକ ସ୍ଥାନକୁ ଟାର୍ଗେଟ କରିପାରିବ । ଏକକାଳୀନ ବଡ ସ୍ପେକ୍ଟ୍ରାଲ୍ ପର୍ଯ୍ୟବେକ୍ଷଣରେ ସାହାଯ୍ୟ କରିବ। ତେଣୁ ସମଗ୍ର ବିଶ୍ୱରେ ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଚୀନର ଏହି ଟେଲିସ୍କୋପ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ।

ଏକ ନୂତନ ଏକ୍ସ ପ୍ଲାନେଟ୍ ଆବିଷ୍କୃତ କରିବାରେ ଏହା ସାହାଯ୍ୟ କରିବ । ଏହି ଟେଲିସ୍କୋପ୍ ହେଉଛି ସବୁଠାରୁ ଶକ୍ତିଶାଳୀ ସ୍ପେକ୍ଟ୍ରାଲ୍ ଟେଲିସ୍କୋପ୍। ଏହା ଚୀନ୍ ଏବଂ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ମହାକାଶର ରହସ୍ୟ ଭେଦ କରିବାରେ ସାହାଯ୍ୟ କରିବ। କାରଣ ଏହି ଟେଲିସ୍କୋପ ଉଚ୍ଚ-ସଠିକତା ସ୍ପେକ୍ଟ୍ରୋମିଟର ସହିତ ପ୍ରସ୍ତୁତ କରାଯାଉଛି।

Space Scientist Alien
Advertisment
Advertisment