Advertisment

ସକାଳୁ ସକାଳୁ ଏଇ ସବୁ କାମ କରନ୍ତି Google CEO ସୁନ୍ଦର ପିଚାଇ

ଟେକ୍‌ମେମେ ଏକ ଟେକ୍‌ ୱେବ୍‌ସାଇଟ୍, ଯାହାର ନାଁରୁ ହିଁ ସ୍ପଷ୍ଟ ବାରି ହେଉଛି । ଏହି ପ୍ଲାଟ୍‌ଫର୍ମରେ ସାରା ବିଶ୍ୱର ସମସ୍ତ ଟେକ୍ନୋଲୋଜି ୱେବ୍‌ସାଇଟ୍‌ ଦେଖି ହୋଇଥାଏ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Sunder Pichai

Sunder Pichai

ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ବିଷୟରେ ଦୁନିଆ ସାରା ଲୋକ ଜାଣିବାକୁ ଚାହାଁନ୍ତି। ଅନେକ ଲୋକ ଜାଣିବାକୁ ଚାହାଁନ୍ତି ଯେ ସେ କିପରି ନିଜର ସକାଳ ଆରମ୍ଭ କରନ୍ତି ବା ସକାଳ ସମୟ ତାଙ୍କର କିପରି କଟିଥାଏ । ତେବେ ଆମେ ଯେଉଁ କଥା କହିବୁ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ହେଲେ ଏକଥା ସମ୍ପୂର୍ଣ୍ଣ ସତ ।

Advertisment

ସୁନ୍ଦର ପିଚାଇ ସକାଳୁ ସକାଳୁ କେବେ ବି ନ୍ୟୁଜ ପେପର ପଢ଼ନ୍ତି ନାହିଁ କିମ୍ବା ସୋସିଆଲ ମିଡିଆ ଦେଖନ୍ତି ନାହିଁ । ସକାଳୁ ସକାଳୁ ସେ ନୂଆ ଟେକ୍‌ନୋଲୋଜି ଉପରେ ବାହାରିଥିବା ନ୍ୟୁଜ୍‌ ଦେଖିଥାନ୍ତି । ଏଥିପାଇଁ ସେ ଏକ ସ୍ୱତନ୍ତ୍ର ୱେବ୍‌ସାଇଟ୍‌ (ଟେକ୍‌ମେମେ) ବ୍ୟବହାର କରିଥାନ୍ତି । ମିଡିଆ ରିପୋର୍ଟରୁ ଏହି ସୂଚନା ଗ୍ରହଣ କରାଯାଇଛି ।

ଟେକ୍‌ମେମେ ଏକ ଟେକ୍‌ ୱେବ୍‌ସାଇଟ୍, ଯାହାର ନାଁରୁ ହିଁ ସ୍ପଷ୍ଟ ବାରି ହେଉଛି । ଏହି ପ୍ଲାଟ୍‌ଫର୍ମରେ ସାରା ବିଶ୍ୱର ସମସ୍ତ ଟେକ୍ନୋଲୋଜି ୱେବ୍‌ସାଇଟ୍‌ ଦେଖି ହୋଇଥାଏ । ଏଥିରେ CNBC, Bloomberg, The Verge ଭଳି ସଂସ୍ଥା ସାମିଲ ଅଛି । ଏହି ୱେବ୍‌ସାଇଟ୍‌ର ମୂଳ ଲକ୍ଷ୍ୟ ଟେକ୍ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟେକ ମୁହୁର୍ତ୍ତରେ ଅପ୍‌ଡେଟ୍‌ ରଖିବା ।

Advertisment

ଅନେକ ବଡ଼ ବଡ଼ ଲୋକ ଏହି ୱେବସାଇଟ୍ ପଢ଼ନ୍ତି

କେବଳ ସୁନ୍ଦର ପିଚାଇ ଏହି ୱେବ୍‌ସାଇଟ୍‌କୁ ଫଲୋ କରନ୍ତି ତାହା ନୁହେଁ, ବରଂ ମେଟା ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଏହାକୁ ଫଲୋ କରନ୍ତି । ଆଉ ନିୟମିତ ପଢ଼ନ୍ତି । ଏମାନଙ୍କ ଭଳି ଅନେକ ବଡ଼ ବଡ଼ ଟେକ୍ ଏକ୍ସପର୍ଟ ମଧ୍ୟ ଏହି ୱେବ୍‌ସାଇଟ୍‌ ଫଲୋ କରନ୍ତି ।

ଛଟେଇ ସଙ୍କେତ ଦେଲେ ସୁନ୍ଦର ପିଚାଇ

ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଏକ ସାକ୍ଷାତକାର ଦେଇଥିଲେ । ଯେଉଁଥିରେ ସେ ପରୋକ୍ଷରେ ଏହା ସୂଚାଇଥିଲେ ଯେ, ଚଳିତ ବର୍ଷ ଏକ ବଡ଼ ଛଟେଇ ହୋଇପାରେ । ଏହି ଛଟେଇର ପ୍ରଭାବ ଅନେକ କ୍ଷେତ୍ରରେ ପଡ଼ିବ । ଯେମିତିକି ହାର୍ଡଓୟାର୍, ସେଲ୍‌ସ, ସିକ୍ୟୁରିଟି, ଇଞ୍ଜିନିୟରିଂ ଏବଂ ୟୁଟ୍ୟୁବ୍ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବ ବୋଲି ସେ ସଙ୍କେତ ଦେଇଥିଲେ ।

Advertisment
Advertisment