Advertisment

ପୁଅ-ଝିଅଙ୍କ ଜନ୍ମଦିନ କଲା ବାପାଙ୍କୁ କୋଟିପତି; ଲାଗିଲା ଲଟେରୀ, ଜିତିଲେ ୩୩ କୋଟି

ଜାନୁଆରୀ ୧୧ରେ ଲଟେରୀ ଟିକେଟ୍ କାଟିଥିଲି। ହେଲେ ପ୍ରଥମଥର ପାଇଁ ମୁଁ ଜିତିଛି। ଏଥର ମୁଁ ଏବଂ ମୋ ପତ୍ନୀ ଟିକେଟ୍ ନମ୍ବର ୭, ୧୩ ଚୟନ କରିଥିଲୁ। ଯାହା ମଧ୍ୟ ଆମ ପିଲାମାନଙ୍କର ଜନ୍ମ ତାରିଖ ।

author-image
Sonali Ojha
ଅଦ୍ୟତନ ହୋଇଛି
Lottery Ticket

Lottery Ticket

ଲଟେରୀ ଟିକେଟ୍ କରିଦେଲା କୋଟିପତି। ତେବେ ଏହା ସାଧାରଣ ଲଟେରୀ ଟିକେଟ ନୁହେଁ। ନିଜ ପିଲାଙ୍କ ଜନ୍ମ ତାରିଖ ଓ ଲଟୋରୀର ନମ୍ୱର ସମାନ ଥିଲା। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ରହୁଥିବା ଭାରତୀୟ ପ୍ରବାସୀ ରାଜୀବ ଆରିକ୍କଟଙ୍କ ପାଇଁ ତାଙ୍କ ପିଲାମାନଙ୍କର ଜନ୍ମ ତାରିଖ 'ଭାଗ୍ୟବାନ' ପ୍ରମାଣିତ ହୋଇଛି। ଯାହାକି ତାଙ୍କୁ ଆଜି କୋଟିପତି କରିଦେଇଛି।

Advertisment

ରାଜୀବ ଆବୁଧାବି ସାପ୍ତାହିକ ଡ୍ରରେ ୧୫ ମିଲିୟନ୍ ଦିରହମ୍ ଅର୍ଥାତ୍ ପ୍ରାୟ ୩୩ କୋଟି ଟଙ୍କା ଜିତିଛନ୍ତି। ଖାଲିଜ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ଅପ୍ରତ୍ୟାଶିତ ଘଟଣା ଯାହା ଭାରତୀୟ ପ୍ରବାସୀ ରାଜୀବଙ୍କ ଜୀବନକୁ ବଦଳାଇ ଦେଇଛି। ରାଜୀବଙ୍କ ରାଫେଲ ଡ୍ର ନମ୍ବର ୨୬୦ରେ ୦୩୭୧୩୦ ନମ୍ବର ସହିତ ଏକ ମାଗଣା ଟିକେଟ ପାଇଥିଲେ ଯାହାକି ତାଙ୍କୁ ୩୩ କୋଟିର ମାଲିକ କରିଦେଇଛି।

ରାଜୀବଙ୍କ ଘର କେରଳରେ। ସେ ଅଲ ଆଇନରେ ଆର୍କିଟେକ୍ଚର ଭାବେ କାମ କରନ୍ତି। ଗତ ତିନିବର୍ଷ ଧରି 'ବିଗ୍ ଟିକେଟ୍ ଡ୍ର'ରେ ଭାଗ ନେଉଥିଲେ। ତାଙ୍କ ପରିବାରରେ ସେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ରହୁଥିଲେ। ତେବେ ସବୁଥର ଭଳି ଏଥର ବି ଲଟେରୀ ଟିକେଟ୍ କିଣିଥିଲେ ମାତ୍ର ଏଥର ସେ ନିଜ ପିଲାଙ୍କ ଜନ୍ମ ତାରିଖ ନମ୍ୱର ଥିବା ଟିକେଟ କିଣିଥିଲେ।

Advertisment

ତେବେ ରାଜୀବ ଏହି ଟଙ୍କାକୁ କଣ କରିବେ ତାହା ଏପର୍ଯ୍ୟନ୍ତ ସ୍ଥିର କରିନାହାଁନ୍ତି। କିନ୍ତୁ ସେ ତାଙ୍କ ପୁରସ୍କାର ରାଶି ଆଉ ୧୯ ଜଣଙ୍କ ସହ ବାଣ୍ଟିବାକୁ ଚାହାଁନ୍ତି । ଏଭଳି ପରିସ୍ଥିତିରେ, ତାଙ୍କର ଏହି ପଦକ୍ଷେପ ଆହୁରି ଅନେକ ଲୋକଙ୍କ ଜୀବନରେ ସୁଖ ଆଣିପାରେ ।

ରାଜୀବ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଯେ ମୁଁ ଏଠାରେ ୧୦ବର୍ଷରୁ ଅଧିକ ସମୟ ଧରି ରହୁଛି। ଗତ ୩ ବର୍ଷ ଧରି ଲଟେରୀ ଟିକେଟ୍ କିଣୁଛି। ଏଥର ଜାନୁଆରୀ ୧୧ରେ ଲଟେରୀ ଟିକେଟ୍ କାଟିଥିଲି। ହେଲେ ପ୍ରଥମଥର ପାଇଁ ମୁଁ ଜିତିଛି। ଏଥର ମୁଁ ଏବଂ ମୋ ପତ୍ନୀ ଟିକେଟ୍ ନମ୍ବର ୭, ୧୩ ଚୟନ କରିଥିଲୁ। ଯାହା ମଧ୍ୟ ଆମ ପିଲାମାନଙ୍କର ଜନ୍ମ ତାରିଖ । ମୁଁ ଦୁଇଟି ଟିକେଟ୍ କିଣିବାବେଳେ ଚାରିଟି ମାଗଣା ଟିକେଟ ପାଇଥିଲି। ଏଥର ଅଧିକ ସଂଖ୍ୟକ ଟିକେଟ୍ ଥିବାରୁ ଜିତିବି ବୋଲି ଭାବିଥିଲି। ଯେତେବେଳେ ମୋ ନାଁ ଡକାଗଲା ମୁଁ ସ୍ତବ୍ଧ ହୋଇଗଲା। ମୁଁ କେବେ ଭାବି ନଥିଲି ଯେ ମୁଁ ପ୍ରଥମ ପୁରସ୍କାର ଜିତିବି। ନିଶ୍ଚିତ ଭାବରେ ଏହା ମୋ ଜୀବନ ବଦଳାଇ ଦେଲା’।

Lottery Jackpot
Advertisment
Advertisment