/odishatv-khabar/media/post_attachments/uploadimage/library/16_9/16_9_0/PM_Modi_1707828891.jpg)
PM Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ଅବସରରେ ଆବୁଧାବିରେ ନିର୍ମିତ ହୋଇଥିବା ରାମ ମନ୍ଦିରର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହା ସହ ଭାରତର ନିଜସ୍ୱ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କୁ ମଧ୍ୟ ଆରମ୍ଭ କରାଯାଇଛି ।
ଆବୁଧାବିରେ ଏହି ସେବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜିଠାରୁ ଲଞ୍ଚ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ୍ ବିନ୍ ଜାଏଦ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ୟୁପିଆଇ ସେବାର ଆରମ୍ଭ କରିଛନ୍ତି । ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ସହ ରାଜନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସହମତି ହାସଲ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କର ଜାଏଡ୍ ସ୍ପୋର୍ଟସ ସିଟିରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ଓ ୟୁଏଇ ରାଷ୍ଟ୍ରପତିଙ୍କ ସହ ଅନେକ ପ୍ରକାର ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଡିଜିଟାଲ୍ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ଉପରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହା ସହ ଐତିହ୍ୟ ଏବଂ ସଂଗ୍ରହାଳୟ କ୍ଷେତ୍ରରେ ସହଯୋଗ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
#WATCH | PM Modi and UAE President Sheikh Mohammed Bin Zayed Al Nahyan introduce UPI RuPay card service in Abu Dhabi. pic.twitter.com/uvIY0o1kIy
— ANI (@ANI) February 13, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)