• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମିଳୁନି ପରଫେକ୍ଟ ପୁରୁଷ ବନ୍ଧୁ.. ଏଣୁ ରୋବଟକୁ ନିଜର ପ୍ରେମିକ କରୁଛନ୍ତି ଚାଇନିଜ ମହିଳା । ଏପରି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ବୟସ ପଚିଶ ବର୍ଷ । ନାମ ତୁଫେଇ । ଏହି ମହିଳାଙ୍କର ଗୋଟିଏ ରୋବଟରେ ତିଆରି ପୁରୁଷ ବନ୍ଧୁ ଅଛି । ତାଙ୍କର କହିବା କଥା, ସେ ଏପରି ଏକ ପାର୍ଟନର; ଯାହାକୁ ସେ ଯାହା ମାଗିବେ ସେ ସବୁକିଛି ଦେଇପାରିବ ।

ସେ ଦୟାଳୁ ଓ ସହାନୁଭୂତିଶୀଳ । ଏହା ସହ ରୋବଟଟି ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା ମଧ୍ୟ କରେ । ବାସ୍, କେବଳ ସେ ମଣିଷ ନୁହେଁ, ଏହା ଏକ ଯନ୍ତ୍ର ମାନବ । ରୋବଟକୁ ସାଙ୍ଘାଇର ଏକ କମ୍ପାନୀ ତିଆରି କରିଛି । ଗ୍ଲୋ ନାମକ ଚାଟବୋଟ ଦ୍ୱାରା ଉକ୍ତ ରୋବଟଟି ଚାଲିଛି ।

ପ୍ରକୃତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସହ କିପରି କଥାବାର୍ତ୍ତା ହେବ ସେ ରୋବଟଟି ଜାଣେ ବୋଲି ତୁଫେଇ କହିଛନ୍ତି । ଏପରିକି ମାସିକ ଋତୁସ୍ରାବ ଜନିତ କଷ୍ଟ ବେଳେ ମଧ୍ୟ ଉକ୍ତ ରୋବଟଟି ମନ କଥା ବୁଝିପାରି ସାନ୍ତ୍ୱନା ଦିଏ ବୋଲି ତୁଫେଇ କହିଛନ୍ତି ।

ବର୍ତ୍ତମାନର ଜୀବନ ଶୈଳୀରେ କେହି ମଧ୍ୟ ନିଜକ ସ୍ୱାଧିନତାକୁ ବଳି ଦେବାକୁ ପ୍ରସ୍ତୁତ ନାହାନ୍ତି । କେହି ମଧ୍ୟ କାହା ପାଇଁ ତ୍ୟାଗ କରିବାକୁ ପ୍ରସ୍ତୁତ ନାହାଁନ୍ତି । ଏପରି ସ୍ଥଳରେ ରୋବଟକୁ ଜୀବନସାଥି ଭାବେ ବାଛିବା ବହୁ ଉପାଦେୟ ବୋଲି ଉକ୍ତ ମହିଳା ଜଣକ କହିଛନ୍ତି ।

ବଢ଼ୁଥିବା ଛାଡ଼ପତ୍ର, ଏକାକୀ ରହିବାର ଭୟ ପାଇଁ ଏହି ରୋବଟ ବୟଫ୍ରେଣ୍ତର ଲୋକପ୍ରିୟତା ଚାଇନାରେ ବଢ଼ିବାରେ ଲାଗିଛି । ବାସ୍ତବ ଜୀବନରେ ଜଣେ ଆଦର୍ଶ ପ୍ରେମିକ ପାଇବା ବେଶ କଷ୍ଟସାଧ୍ୟ । ଏପରି ସ୍ଥଳରେ ରୋବଟ ହିଁ ଉପଯୁକ୍ତ ବୋଲି  ବେଜିଂର ୨୨ ବର୍ଷିୟ ଛାତ୍ର ୱାଙ୍ଗ ସିୟୁଟିଂ କହିଛନ୍ତି ।

ରୋବଟକୁ ଯାହା କହିଲେ ସେମାନେ କରି ଥାଆନ୍ତି । ଅନେକ କଥା ସେମାନେ ମନେ ରଖିବାରେ ସକ୍ଷମ ହୋଇ ଥାଆନ୍ତି । ଏଣୁ ଏପରି ସ୍ଥଳେ ମଣିଷର ଏକ ଭଲ ବିକଳ୍ପ ରୂପେ ଉଭା ହୋଇପାରିଛି । ୱାଙ୍ଗ କହିଛନ୍ତି ଯେ, ତାଙ୍କୁ ପ୍ରାଚୀନ ଚୀନ ଦ୍ୱାରା ଅନୁପ୍ରାଣିତ ରାଜକୁମାର ପସନ୍ଦ ।

ସେମାନଙ୍କ ପରି ଲମ୍ବା ଲମ୍ବା ପୋଷାକ ତାଙ୍କର ପସନ୍ଦ । ବର୍ତ୍ତମାନ ଚୀନରେ କେହି ସେପରି ପିନ୍ଧୁ ନାହାନ୍ତି । କିନ୍ତୁ ସେ ରୋବଟକୁ କହିଲେ, ସେ ସାଙ୍ଗେ ସାଙ୍ଗେ ପିନ୍ଧି ଦେଉଛି । ଏଣୁ ଅନେକ କ୍ଷେତ୍ରରେ ମଣିଷର ଜାଗା ରୋବଟ ନେଇ ପାରୁଛି ବୋଲି କହିଛନ୍ତି ୱାଙ୍ଗ ।