• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ଆବୁଧାବି ସ୍ଥିତ BAPS ସ୍ୱାମୀ ନାରାୟଣ ମନ୍ଦିରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ଦିରର କୋଣ ଅନୁକୋଣରେ ଭାରତୀୟ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ନାଗର ଶୈଳୀରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ୱନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରୁଛି ।

୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିରରେ ଖର୍ଚ୍ଚ ହୋଇଛି ପ୍ରାୟ ୭୦୦ କୋଟି ଟଙ୍କା । ୭ ଶିଖର ବିଶିଷ୍ଟ ହୋଇଛି ଏହି ମନ୍ଦିର । ୟୁନାଇଟେଡ୍ ଆରବ ଏମିରେଟ୍ସରେ ଏହା ହେଉଛି ପ୍ରଥମ ମନ୍ଦିର ଯାହା ସଂପୂର୍ଣ୍ଣ ଭାବେ ପଥରରେ ନିର୍ମିତ ହୋଇଛି । ମନ୍ଦିରରେ ବ୍ୟବହାର ହୋଇଥିବା ପିଙ୍କ୍ ପଥର ରାଜସ୍ଥାନରୁ ଆସିଥିବା ବେଳେ ହ୍ୱାଇଟ୍ ଇଟାଲିଆନ୍ ମାର୍ବଲ ଇଟାଲୀରୁ ଆସିଛି ।

ଗ୍ରାନାଇଟ୍ ଓ ଧଳା ମାର୍ବଲରେ ନିର୍ମାଣ ଏହି ମନ୍ଦିର ବେଶ୍ ମନମୁଗ୍ଧକର । ମନ୍ଦିରରେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ବି ନିଖୁଣ ଭାବେ ନିର୍ମାଣ କରାଯାଇଛି । କାଲି ଆବୁଧାବିରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରବାସୀ ଭାରତୀୟ ଦେଇଥିଲେ ସମ୍ବର୍ଦ୍ଧନା । ବିମାନବନ୍ଦରରେ ମୋଦିଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ UAE ରାଷ୍ଟ୍ରପତି ଜାୟେଦ୍ ।

ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏଥିସହ ଆବୁଧାବିରେ UPI ରୁପେ କାର୍ଡ ପ୍ରଚଳନ ଶୁଭାରମ୍ଭ କରିଛନ୍ତି ଉଭୟ ରାଷ୍ଟ୍ର ନେତା ।