• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତର ବଡ କୂଟନୈତିକ ବିଜୟ । ୧୮ ମାସ ଧରି କାତାର ଜେଲରେ ରହିଥିବା ୮ଜଣ ପୂର୍ବତନ ନୌସେନା ଅଧିକାରୀ ମୁକ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ଜଣ ଆଜି ଆଜି ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେମାନଙ୍କୁ ମୁକ୍ତ କରାଯିବା ସହ ଭାରତରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର ସହାୟତା କରିଥିବା କାତାର ସରକାରଙ୍କୁ ଧନ୍ୟବାଦ ଜଣାଇଛି ବୈଦେଶିକ ମନ୍ତ୍ରାଳୟ ।

ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେମାନେ ଭାବ ବିହ୍ୱଳ ହୋଇପଡିଛନ୍ତି ।ଜନ୍ମମାଟିକୁ ଫେରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁଁ ଜନ୍ମମାଟିକୁ ଫେରି ପାରିଲୁ ବୋଲି କାତାରରୁ ଫେରିଥିବା ପୂର୍ବତନ ନୌସେନା ଅଧିକାରୀମାନେ କହିଛନ୍ତି ।

ଗୁପ୍ତଚର ଅଭିଯୋଗରେ ୨୦୨୨ ଅଗଷ୍ଟ ଅଗଷ୍ଟ ୩୦ରେ ଭାରତର ୮ଜଣ ନୌସେନା ଅଧିକାରୀଙ୍କୁ କାତାର ସରକାର ଅଟକ ରଖିବା ପରେ ସେମାନଙ୍କୁ ଜେଲରେ ଭର୍ତ୍ତି କରିଥିଲେ । ୨୦୨୩ ଅକ୍ଟୋବର ୨୬ରେ କାତାରର ଏକ କୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡଦେଶ ଦେଇଥିଲେ । ଏହାକୁ ନେଇ ଭାରତରେ କଡା ପ୍ରତିକ୍ରିୟା ଦେଖାଦେଇଥିଲା ।

ଭାରତ ପକ୍ଷରୁ କୂଟନୈତିକ ଚାପ ପରେ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରାଯାଇଥିଲା ।

ଘଟଣାକ୍ରମରେ ...

୨୦୨୨ ଅଗଷ୍ଟ ୩୦: ଗୁପ୍ତଚର ଅଭିଯୋଗରେ ଭାରତର ୮ଜଣ ପୂର୍ବତନ ନୌସେନା ଅଧିକାରୀ ଗିରଫ

୨୦୨୨ ଅକ୍ଟୋବର ୧: ପୂର୍ବତନ ନୌସେନା ଅଧିକାରୀଙ୍କୁ ଭେଟିଲେ ଦୋହାରେ ଥିବା ଭାରତର ରାଷ୍ଟ୍ରଦୂତ

୨୦୨୨ ଅକ୍ଟୋବର ୩ : ଭାରତୀୟ ଦୂତାବାସ ସହ ଯୋଗଯୋଗ ପାଇଁ ମିଳିଥିଲା ଅନୁମତି

୨୦୨୩ ମାର୍ଚ୍ଚ ୧ : ଜାମିନ ଆବେଦନ ଖାରଜ

୨୦୨୩ ମାର୍ଚ୍ଚ ୨୫ : ସେମାନଙ୍କ ବିରୋଧରେ ଚାର୍ଜ ସିଟ୍ ଦାଖଲ

୨୦୨୩ ମାର୍ଚ୍ଚ ୨୯ : କାତାରର ଏକ କୋର୍ଟରେ ଶୁଣାଣି ଆରମ୍ଭ

୨୦୨୩ ଅଗଷ୍ଟ ୪ : ସେମାନଙ୍କୁ ଜେଲର ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଥିଲା

୨୦୨୩ ଅକ୍ଟୋବର ୨୬: ଆଠଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କାତାର କୋର୍ଟ

୨୦୨୩ ନଭେମ୍ବର ୯ : ମୃତ୍ୟୁ ଦଣ୍ଡାଦେଶକୁ ଭାରତର କଡା ବିରୋଧ, କୋହଳ ପାଇଁ ଦାବି

୨୦୨୩ ନଭେମ୍ବର ୨୩ : ଭାରତର ଅନୁରୋଧକୁ ଗ୍ରହଣ କଲେ କାତାର ସରକାର

୨୦୨୩ ଡିସେମ୍ବର ୨୮: ମୃତ୍ୟୁ ଦଣ୍ଡାଦେଶକୁ କୋହଳ

୨୦୨୪ ଫେବୃଆରୀ ୧୨ : କାତାରରୁ ମୁକ୍ତ ହେଲେ ୮ ପୂର୍ବତନ ନୌସେନା ଅଧିକାରୀ