/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707706713.jpg)
Kelvin Kiptum
ଦୁନିଆକୁ ଅଲବିଦା କହିଲେ କେନିଆର କେନିଆର ଯୁବ ଆଥଲେଟ୍ କେଲଭିନ କିପଟମ୍। ମାତ୍ର ୨୪ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କେଲଭିନ। ଗତକାଲି କେଲଭିନ ଓ ତାଙ୍କ କୋଚ୍ ଫେରିବା ବେଳେ ରିଫ୍ଟ ଭ୍ୟାଲିରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ। ଯେଉଁଥିରେ ଚିରଦିନ ପାଇଁ ଆଖି ବୁଜିଛନ୍ତି ମାରାଥନ୍ ସେନ୍ସେସ୍ କେଲଭିନ।
ରିଫ୍ଟ ଭ୍ୟାଲିରେ ବିଳମ୍ବିତ ସନ୍ଧ୍ୟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲ॥ କିପଟମ୍, ତାଙ୍କ କୋଚ୍ ଏବଂ ଜଣେ ସହଯୋଗୀ ଗାଡିରେ ଥିଲେ। ଦୁର୍ଘଟଣାରେ କିପଟମ୍ ଏବଂ ତାଙ୍କ କୋଚ୍ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସହଯୋଗୀ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।
ତାଙ୍କର ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଆଥଲେଟିକ୍ସ ଜଗତ। ମାରାଥନ୍ ବିଶ୍ୱ ରେକର୍ଡଧାରୀଙ୍କ ସମ୍ମାନଜନକ ସ୍ଥାନ ଅର୍ଜନ କରିଥିବା ୨୪ ବର୍ଷୀୟ କେଲଭିନଙ୍କ କ୍ୟାରିୟରରେ ଏଇଠି ପଡିଛି ପୂର୍ଣ୍ଣଚ୍ଛେଦ। କିପଟମ୍ ଚିକାଗୋ ମାରାଥନରେ ଇତିହାସ ସୃଷ୍ଟି କରିଥିଲେ। ଏଲିଉଡ୍ କିପଚୋଗେଙ୍କ ୨:୦୧:୦୯ସମୟର ରେକର୍ଡ ଭାଙ୍ଗି ମାତ୍ର ୨:୦୦:୩୫ ସମୟରେ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।
ସେ ସାତଟି ଦ୍ରୁତତମ ମାରାଥନ୍ ସମୟ ମଧ୍ୟରୁ ତିନୋଟିରେ ରେକର୍ଡ ଭାଙ୍ଗିଛନ୍ତି। ଏତି ସହିତ ପ୍ୟାରିସରେ ତାଙ୍କର ଅଲିମ୍ପିକ୍ ଡେବ୍ୟୁ କରିବାର ସ୍ମରଣୀୟ କୀର୍ତ୍ତି ହାସଲ କରିବାକୁ ସେ ଆଜି ନାହାନ୍ତି। ତାଙ୍କର ଦୁଃଖଦ ମୃତ୍ୟୁ ଖବର ଆଥଲେଟିକ୍ସ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ରାଷ୍ଟ୍ରପତି ସେବାଷ୍ଟିଆନ୍ କୋ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
We are shocked and deeply saddened to learn of the devastating loss of Kelvin Kiptum and his coach, Gervais Hakizimana.
On behalf of all World Athletics we send our deepest condolences to their families, friends, teammates and the Kenyan nation.
It was only earlier this week in… pic.twitter.com/dDBKgjXNKL
— Seb Coe (@sebcoe) February 11, 2024
କୋ ଏକ ବିବୃତ୍ତିରେ କହିଛନ୍ତି ଯେ, କେଲଭିନ କିପଟମ୍ ଏବଂ ତାଙ୍କ କୋଚ୍ ଗର୍ଭାଇସ୍ ହାକିଜିମାନାଙ୍କ ବିୟୋଗରେ ମୁଁ ମର୍ମାହତ। ସମସ୍ତ ଆଥଲେଟିକ୍ସ ତରଫରୁ ସେମାନଙ୍କ ପରିବାର, ବନ୍ଧୁ, ଦଳ ସାଥୀ ଏବଂ କେନିଆ ରାଷ୍ଟ୍ରକୁ ଗଭୀର ସମବେଦନା ଜଣାଉଛୁ। ଜଣେ ଅବିଶ୍ୱସନୀୟ ଆଥଲେଟ୍ ସବୁବେଳେ ଆମ ଦୃଦୟରେ ରହିବେ। କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ରେଲା ଓଡିଙ୍ଗା ଓ କେନିଆର କ୍ରୀଡ଼ା ମନ୍ତ୍ରୀ ଆବାବୁ ନାମବାମ୍ବା ଶୋକ ପ୍ରକାଶ କରିବା ସହ ଜଣେ ତାଙ୍କୁ ଦେଶର ପ୍ରକୃତ ହିରୋ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)