• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇମ୍ରାନ ଖାନ୍‌ଙ୍କୁ ମିଳିଲା ଜାମିନ । ପାକ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୯ଟି ମାମଲାରେ ଜାମିନ ପ୍ରଦାନ କରାଯାଇଛି । ପୂର୍ବତନ ବୈଦେଶିକ ମନ୍ତ୍ରୀ କୁରେସୀଙ୍କୁ ମଧ୍ୟ ୧୩ଟି ମାମଲାରେ ଜାମିନ ମିଳିଛି । ଜାମିନ ମିଳିବା ସତ୍ତ୍ୱେ ଜେଲ୍‌ରୁ ମୁକୁଳିବେ ନା ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

ଅନ୍ୟପଟେ ପାକିସ୍ତାନରେ କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଓ ସସପେନ୍ସ ଜାରି ରହିଛି । ଏହାରି ମଧ୍ୟରେ ଚାଲିଛି ଭୋଟ୍ ଗଣତି । ତା ପୂର୍ବରୁ ଉଭୟ ନୱାଜ ସରିଫ୍ ଓ ଇମ୍ରାନ୍ ଖାନ୍ ସରକାର ଗଢିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ତେବେ ଭୋଟ୍ ଗଣତିରେ ଆଗରେ ରହିଛନ୍ତି ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍ । ଜେଲ୍ ଭିତରୁ ନିର୍ବାଚନ ଭାର ସମ୍ଭାଳିଥିବା ଇମ୍ରାନ୍ ଖାନ୍‌ଙ୍କ ପିଟିଆଇ ସମର୍ଥିତ ସାଂସଦ ନୱାଜ ସରିଫଙ୍କୁ ପଛରେ ପକାଇଛନ୍ତି । ନୱାଜ ସରିଫଙ୍କ ପ୍ରତି ପାକିସ୍ତାନ ସେନାର ସମର୍ଥନ ଥିବା ସତ୍ତ୍ୱେ ଇମ୍ରାନ୍ ଆଗରେ ରହିଛନ୍ତି । ପାକିସ୍ତାନ ନିର୍ବାଚନ କମିଶନ, ଇମ୍ରାନ ଖାନଙ୍କ ପିଟିଆଇର ଚିହ୍ନ ବ୍ୟାଟକୁ ରଦ୍ଦ କରିଦେଇଥିଲେ ।

ଏହାପରେ ତାଙ୍କ ଦଳର ପ୍ରାର୍ଥୀ ନିର୍ଦଳୀୟ ଭାବେ ନିର୍ବାଚନ ଲଢିଥିଲେ । ଏବେ ସେହି ନିର୍ଦଳୀୟ ପ୍ରାର୍ଥୀ ହୋଇପାରନ୍ତି ଗେମ୍ ଚେଞ୍ଜର । ସେପଟେ ପିଏମଏଲ ଏନ ବିଜୟୀ ହୋଇଛି ବୋଲି କହି ସରକାର ଗଢିବାକୁ ଦମ୍ଭ ଦେଖାଇଛନ୍ତି ଦଳର ସୁପ୍ରିମୋ ନୱାଜ ଶରିଫ । ତେବେ ପାକିସ୍ତାନ ନିର୍ବାଚନ ଲାଗି ଭୋଟ ଗଣତି ମଧ୍ୟରେ ନୱାଜ ସରିଫ କହିଛନ୍ତି ଯେ ତାଙ୍କ ଦଳ ଦେଶରେ ସରକାର ଗଠନ କରିବାକୁ ଯାଉଛି ।

ସେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ମୁଁ ଥରେ ନୁହେଁ ବରଂ ଅନେକ ଥର କହି ସାରିଛି । ମୁଁ ଆପଣଙ୍କ ଆଖିରେ ଏକ ଚମକ ଏବଂ ଖୁସି ଦେଖୁଛି । ଆମେ ଦେଶର ଯନ୍ତ୍ରଣାକୁ ଛାତିରେ ରଖିଥାଉ । ଆମେ ସମସ୍ତେ ଏକାଠି ଦେଶ ପାଇଁ କାମ କରିବା । ଦେଶର ସମସ୍ତ ଅନୁଷ୍ଠାନକୁ ଏକତ୍ର ହୋଇ ସେମାନଙ୍କ ଭୂମିକା ନିର୍ବାହ କରିବାକୁ ହେବ । ଯାହା ଦେଶର ଜନସାଧାରଣଙ୍କ ଜୀବନ ଏବଂ ଭବିଷ୍ୟତର ପ୍ରଶ୍ନ ।