• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନରେ ସାମ୍ବାଦିକ ହୋଇ ଖବର ବାଣ୍ଟୁଥିଲେ, ରାତିରେ ଆତଙ୍କବାଦୀ ହୋଇ ଜୀବନ ନେଉଥିଲେ । ପେଶାରେ ଥିଲେ ସାମ୍ୱାଦିକ । ନିଶା କିନ୍ତୁ ଥିଲା ମଣିଷ ମାରିବା । ଏପରି ଜଣେ ବ୍ୟକ୍ତିଙ୍କୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା । ଇସ୍ରାଏଲ୍ ସେନା ଦାବି କରିଛି ଯେ ଅଲ ଜଜିରା ପାଇଁ କାର୍ଯ୍ୟ କରୁଥିବା ଜଣେ ପାଲେଷ୍ଟାଇନ ସାମ୍ବାଦିକ ହାମାସର ସାମରିକ ୱିଙ୍ଗରେ ମଧ୍ୟ କମାଣ୍ଡର ଅଛନ୍ତି ।

ଆଇଡିଏଫ୍‌ର ଆରବୀୟ ଭାଷା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଭିଚେ ଆଡ୍ରେ କହିଛନ୍ତି ଯେ, ମହମ୍ମଦ ୱାସୱାହାଙ୍କର ଏକ ଲାପଟପରୁ ଏହାର ପ୍ରମାଣ ମିଳିଛି । ଗତ କିଛି ମାସ ମଧ୍ୟରେ ଏ ଖବର ଅଲ ଜଜିରାରେ ମଧ୍ୟ ପ୍ରସାରଣ ହୋଇଥିଲା । ଆଡ୍ରେ କହିଛନ୍ତି ଯେ, ଉତ୍ତର ଗାଜା ଷ୍ଟ୍ରିପରେ ଥିବା ହାମାସ୍ କ୍ୟାମ୍ପରୁ ଆଇଡିଏଫ୍ ଅପରେସନ୍ ବେଳେ ୱାସୱାହାଙ୍କ ଲାପଟପ ମିଳିଥିଲା ।

ଇସ୍ରାଏଲ୍ ସେନା ଦାବି କରିଛି ଯେ, ହାମାସର ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ୟୁନିଟରେ ୱାସୱାହା ଜଣେ ପ୍ରମୁଖ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ । ୨୦୨୨ ଶେଷରେ ସେ ଆତଙ୍କବାଦୀ ଗୋଷ୍ଠୀର ଏୟାର ୟୁନିଟ୍ ପାଇଁ ଅନୁସନ୍ଧାନ ଏବଂ ବିକାଶ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ ।

ଏନେଇ ସମସ୍ତ ପ୍ରମାଣ ଉକ୍ତ ଲାପଟପରେ ରହିଛି ବୋଲି ଇସ୍ରାଏଲ୍ ସେନା କହିଛି । ଏନେଇ ସମସ୍ତ ପ୍ରମାଣ ଉକ୍ତ ଲାପଟପରେ ରହିଛି ବୋଲି ଇସ୍ରାଏଲ୍ ସେନା କହିଛି । ଇସ୍ରାଏଲ୍ ଡିଫେନସ ଫୋର୍ସ-IDF ପକ୍ଷରୁ ଅଲ-ଜଜିରାକୁ ଏ ସମ୍ପର୍କରେ ଅବଗତ କରାଯିବା ପରେ ସଂପୃକ୍ତ ସଂସ୍ଥା ଆଶ୍ଚର୍ଯ୍ୟ ହୋଇଛି । ଗତ ମାସରେ ଗାଜାରେ ଇସ୍ରାଏଲ ସେନାର ଏୟାରଷ୍ଟ୍ରାଇକ୍ ରେ ଦୁଇ ଜଣ ଅଲ-ଜଜିରା ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା ।