Advertisment

ମଙ୍ଗଳରେ ହେବ ମେଗାସିଟି... ୧୦ଲକ୍ଷ ଲୋକ ହେବେ ସ୍ଥାନାନ୍ତର !

ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ସୋସିଆଲ ମିଡିଆ X ରେ ଏକ ପୋଷ୍ଟର ଉତ୍ତରରେ କହିଛନ୍ତି ଯେ ସଭ୍ୟତା ଅନ୍ୟ ଗ୍ରହକୁ ଖୁବଶୀଘ୍ର ଯାତ୍ରା କରିବ। ପୃଥିବୀରୁ ମହାକାଶଯାନ ବନ୍ଦ ହେଲେ ମଧ୍ୟ ମଙ୍ଗଳ ଗ୍ରହରେ ବଞ୍ଚିବା ସମ୍ଭବ ହେବ।

author-image
Sonali Ojha
ଅଦ୍ୟତନ ହୋଇଛି
Settle Million People on Mars

Settle Million People on Mars

ପୃଥିବୀ ପରି ମଙ୍ଗଳରେ ହେବ ଜନବସତି। ସେଠାରେ ଲୋକ ସାଧାରଣ ଜୀବନଯାପନ କରିବେ। ମହାକାଶ ଗବେଷଣା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିବା ବେଳେ ଏବେ ଏପରି ଏକ ଘୋଷଣା କରିଛନ୍ତି ଆମେରିକୀୟ ଆରବପତି ଏଲନ ମସ୍କ। ମଙ୍ଗଳ ଗ୍ରହରେ ପୃଥିବୀ ପରି ଜୀବନଯାପନ କରିବା ସମ୍ଭବ ହେବା ନେଇ କହିଛନ୍ତି ଏଲନ ମସ୍କ।

Advertisment

ଖୁବଶୀଘ୍ର ପୃଥିବୀର ୧୦ଲକ୍ଷ ଲୋକଙ୍କୁ ମଙ୍ଗଳ ସ୍ଥାନାନ୍ତର କରାଯିବ। ଏନେଇ ଯୋଜନା ଚାଲିଛି। ଏମିତି ଗୋଟିଏ ଦିନ ଆସିବ ଯେତେବେଳେ ମଙ୍ଗଳ ଗ୍ରହକୁ ଯିବା ଦେଶର ଗୋଟିଏ କୋଣରୁ ଅନ୍ୟ କୋଣକୁ ବିମାନରେ ଯିବା ପରି ହେବ । ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ସୋସିଆଲ ମିଡିଆ X ରେ ଏକ ପୋଷ୍ଟର ଉତ୍ତରରେ କହିଛନ୍ତି ଯେ ସଭ୍ୟତା ଅନ୍ୟ ଗ୍ରହକୁ ଖୁବଶୀଘ୍ର ଯାତ୍ରା କରିବ। ପୃଥିବୀରୁ ମହାକାଶଯାନ ବନ୍ଦ ହେଲେ ମଧ୍ୟ ମଙ୍ଗଳ ଗ୍ରହରେ ବଞ୍ଚିବା ସମ୍ଭବ ହେବ।

ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ରେଡ ପ୍ଲାନେଟକୁ ଯିବା ପାଇଁ ଏକ ଷ୍ଟାରସିପ୍ ଲଞ୍ଚ କରିବା ବିଷୟରେ ମସ୍କଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ମସ୍କ କହିଛନ୍ତି ଯେ ପାଞ୍ଚ ବର୍ଷରୁ କମ୍ ସମୟ ମଧ୍ୟରେ ଷ୍ଟାରସିପ୍ ଚନ୍ଦ୍ରରେ ପହଞ୍ଚିବ। ଷ୍ଟାରସିପ୍ ହେଉଛି ସବୁଠାରୁ ବଡ ରକେଟ୍ ଏବଂ ଏହା ଆମକୁ ମଙ୍ଗଳ ଗ୍ରହକୁ ନେଇଯିବ।ମଙ୍ଗଳ ଗ୍ରହରେ ଜୀବନକୁ ସମ୍ଭବ କରିବା ପାଇଁ ଅନେକ କାର୍ଯ୍ୟ କରିବାକୁ ବାକି ଅଛି। କିନ୍ତୁ ସ୍ପେସକୁ ଏଥିପାଇଁ ପଚାଶ ବର୍ଷରୁ ଅଧିକ ସମୟ ଲାଗିବ।

Advertisment

ଏହାପୂର୍ବରୁ ଜାନୁଆରୀରେ, Xର ମାଲିକ ଏଲନ୍ ମସ୍କ କହିଥିଲେ ଯେ ଆସନ୍ତା ଆଠ ବର୍ଷ ମଧ୍ୟରେ ମଣିଷକୁ ଚନ୍ଦ୍ରକୁ ପଠାଯାଇପାରିବ। ଆଠ ବର୍ଷ, ଆମେ ମଙ୍ଗଳ ଗ୍ରହରେ ଅବତରଣ କରିସାରିଥିବୁ। ଏଥିସହ ଲୋକଙ୍କୁ ଚନ୍ଦ୍ରକୁ ମଧ୍ୟ ପଠାଯିବ।

Elon Musk Red Planet Mars
Advertisment
Advertisment