• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାକିସ୍ତାନ ନିର୍ବାଚନ ସରିଯାଇଛି । ଏବେ ଭୋଟ ଗଣତି ଚାଲିଛି । କେତେବେଳେ ନୱାଜ ସରିଫଙ୍କ ପଲ୍ଲା ଭାରି ତ କେତେବେଳେ ଇମ୍ରାନ୍‌ଙ୍କ ପଲ୍ଲା ଭାରି ରହୁଛି । ଶନିବାର ସକାଳ ସୁଦ୍ଧା ଯେଉଁ ସବୁ ସୂଚନା ଆସୁଛି, ସେଥିରେ ଇମ୍ରାନ୍‌ଙ୍କ ପଲ୍ଲା ଭାରି ରହିଥିବା କୁହାଯାଉଛି । କୁହାଯାଉଛି ଇମ୍ରାନ୍‌ ଜେଲ୍‌ରେ ଥିଲେ ବି ନିଜର ଯାଦୁ ଚଳାଇଛନ୍ତି । ଲୋକେ ତାଙ୍କୁ ଖୁବ୍‌ ମାତ୍ରାରେ ସମର୍ଥନ ଜଣାଇଛନ୍ତି ।

ନିର୍ବାଚନ ପୂର୍ବରୁ ଇମ୍ରାନ୍‌ଙ୍କୁ ଜେଲ୍‌ରେ ପୁରାଇବା ସହ ନାନା ପ୍ରକାର ରୋକଟୋକ୍‌ କରିଥିଲେ ନୱାଜ୍ ସରକାର। ଏମିତିକି ଇମ୍ରାନଙ୍କ ନିର୍ବାଚନୀ ଚିହ୍ନ ବ୍ୟାଟ୍‌ ମଧ୍ୟ ଛଡ଼ାଇନେଇଥିଲେ ନିର୍ବାଚନ କମିଶନ । ହେଲେ ଏବେ ଜେଲ୍‌ରେ ଥାଇ ବି ଚାରିଆଡ଼େ ଖେଳିଯାଇଛି ଇମ୍ରାନ୍‌ଙ୍କ ଯାଦୁ ।

ତେବେ ଏହା ଭିତରେ ପାକିସ୍ତାନ ରାଜନୀତି ଇତିହାସର ଅନ୍ୟକ ଏକ ଦିଗ ସାମ୍ନାକୁ ଆସିଛି । ଆଉ ତାହା ହେଲା ଏବେ ସୁଦ୍ଧା ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ ୫ ବର୍ଷ ପୂରଣ କରି ନାହାନ୍ତି । ୭୫ ବର୍ଷ ହେବ ଦେଶ ସ୍ୱାଧିନତା ପାଇଥିଲେ ବି ଏବେ ଯାଏଁ ଜଣେବି ପ୍ରାଧାନମନ୍ତ୍ରୀ ସ୍ଥାୟୀ ରହି ପାରି ନାହାନ୍ତି ।  ନେତାଙ୍କ ବଦଳରେ ସବୁବେଳେ ପାକିସ୍ତାନ ସେନା ହାତରେ ରହୁଛି ଶାସନ ଭାର ।

ଗତ ୭୫ ବର୍ଷ ମଧ୍ୟରେ ଅର୍ଥାତ ୧୯୪୭ରୁ ବର୍ତ୍ତମାନ ସୁଦ୍ଧା ୨୯ ଜଣ ପାକିସ୍ତାନର ପ୍ରାଧନମନ୍ତ୍ରୀ ପଦବୀରେ ବସି ସାରିଲେଣି । ସେଥିମଧ୍ୟରୁ ଜଣେ ବି ନିଜର ୫ ବର୍ଷ ପୂରଣ କରିବାରେ ସଫଳ ହୋଇନାହାନ୍ତି । ଯିଏ ବି ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେମାନେ ବିଭିନ୍ନ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଶେଷରେ ପଦ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଏମିତିକି ସେନା କଥାରୁ ଟିକେ ଏପଟ ସେପଟ ହେଲେ ପ୍ରଧାନମନ୍ତ୍ରୀମାନଙ୍କୁ ଅନେକ ପାଉଣା ଦେବାକୁ ପଡ଼ିଥାଏ । ତେଣୁ କୁହାଯାଏ ପାକିସ୍ତାନ ସରକାରଙ୍କୁ ପାକିସ୍ତାନ ସେନା ହିଁ ଚଳାଇଥାଏ ।

ଏହି ୭୫ ବର୍ଷ ମଧ୍ୟରେ ପାକିସ୍ତାନବାସୀ ଅନେକ ଉତ୍ଥାନ ପତନ ଦେଖିଛନ୍ତି । ଖୁବ୍‌ କମ୍‌ ସମୟ ମଧ୍ୟରେ ରାଜନୀତିର ପଟ୍ଟ ପରିବର୍ତ୍ତନ ହେବା ମଧ୍ୟ ଦେଖିଛନ୍ତି । ଏମିତିକି ଅନେକ ପ୍ରଧାନମନ୍ତ୍ରୀ, ପଦବୀରୁ ବିତାଡ଼ିତ ହେବା ପରେ ଜେଲ୍‌ରେ ରହି ଦିନ କାଟୁଥିବା ପରିସ୍ଥିତି ମଧ୍ୟ ପାକିସ୍ତାନବାସୀ ଅନୁଭବ କରିଛନ୍ତି । ଯାହାକି ପାକିସ୍ତାନ ରାଜନୀତି ପାଇଁ ଏକ ବିରାଟ ଚିନ୍ତାର କାରଣ ।