Advertisment

ରାଜନୈତିକ ସଂକଟ ମୁହାଁ ପାକିସ୍ତାନ, ଫଳାଫଳ ନେଇ ସସପେନ୍ସ ଜାରି

ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ପାକିସ୍ତାନ ତେହରିକ-ଇ-ଇନସାଫ୍ ପାର୍ଟି ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି। ନିର୍ବାଚନ ଆୟୋଗ କେତେକ ମତଦାନ କେନ୍ଦ୍ରରେ ପୁନଃ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Pakistan Election 2024

Pakistan Election Suspense

ରାଜନୈତିକ ସଙ୍କଟ ଆଡକୁ ମୁହାଁଉଛି ପାକିସ୍ତାନ। ନିର୍ବାଚନ ଭୋଟ ଗଣନା ଶେଷ ହେବା ପରେ କୌଣସି ଦଳ ପୂର୍ଣ୍ଣ ବହୁମତ ପାଇନଥିବା ଜଣାପଡିଛି। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ ଇନସାଫ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ୨୬୪ଟି ଆସନ ମଧ୍ୟରୁ ୧୦୧ଟିରେ ଆଗୁଆ ଅଛନ୍ତି ବୋଲି ନିର୍ବାଚନ ଆୟୋଗ ୱେବସାଇଟରେ ସୂଚନା ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ...ବାହାରିଲେ ପୂର୍ବତନ ନୌସେନା ଅଧିକାରୀ

ନୱାଜ ଶରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍-୭୫ ଆସନ ହାତେଇଥିବା ବେଳେ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲସ ପାର୍ଟି ୫୪ ଆସନରେ ବିଜୟୀ ହୋଇଥିବା ଜଣାପଡିଛି। ଅନ୍ୟ ଛୋଟ ଦଳ ମିଳିତ ୨୭ଟି ଆସନ ଜିତିଛନ୍ତି ବୋଲି ପାକିସ୍ତାନ ନିର୍ବାଚନ କମିଶନ କହିଛି। ତେବେ ନିର୍ବାଚନ ଫଳାଫଳ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

Advertisment

ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ପାକିସ୍ତାନ ତେହରିକ-ଇ-ଇନସାଫ୍ ପାର୍ଟି ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି। ସାଧାରଣ ନିର୍ବାଚନ ସମୟରେ କିଛି ବୁଥରେ ହୋଇଥିବା ଅନିୟମିତତା ଅଭିଯୋଗକୁ ନେଇ ପିଟିଆଇ ଏବଂ ଅନ୍ୟ ଦଳର ବିରୋଧ ମଧ୍ୟରେ ନିର୍ବାଚନ ଆୟୋଗ କେତେକ ମତଦାନ କେନ୍ଦ୍ରରେ ପୁନଃ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Imran Khan Protests
Advertisment
Advertisment