/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707654416.jpg)
Baby Missouri Dies Nap Oven
କଅଁଳା ଛୁଆକୁ ଓଭେନରେ ବନ୍ଦ କରିଦେଲା ମା’ । ଆମେରିକାର କନସାସ୍ ସିଟିରୁ ଏଭଳି ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ଯେଉଁଠି ଜନ୍ମକଲା ମା’ ନିଜ ଛୁଆକୁ ଝୁଲଣା ପରିବର୍ତ୍ତେ ଓଭେନରେ ରଖି ଦେଇଛି। ଓଭେନ ଅନ୍ ଥିବାରୁ ପିଲାଟି ଜଳି ଯାଇ ତାର ମୃତ୍ୟୁ ହୋଇଯାଇଛି।
ସୂଚନା ଅନୁସାରେ, କନସାସ୍ ସିଟିର ମାରିଆ ଥୋମାସ୍ ନିଜ ନବଜାତକ ଶିଶୁକୁ ରାତିରେ ଖାଇବାକୁ ଦେବା ପରେ ଶୁଆଇବା ପାଇଁ ଚେଷ୍ଟା କରୁଥିଲେ। ଏଥିପାଇଁ ସେ ପିଲାଟିକୁ ଝୁଲଣାରେ ଝୁଲାଇବାକୁ ନେଇଥିଲେ। ମାତ୍ର ସକାଳେ ଓଭେନରୁ ତାର ମୃତଦେହ ଉଦ୍ଧାର ହୋଇଥିଲା। ଏନେଇ ପୋଲିସ ସୂଚନା ପାଇବା ପରେ ମହିଳାଙ୍କୁ ଥାନାକୁ ନେଇଥିଲା। ମାତ୍ର ସେ ଏବିଷୟରେ କିଛି ଜାଣିନଥିବା କହିଛନ୍ତି।
ମାରିଆ କହିଛନ୍ତି,’ ରାତିରେ ପିଲାଟିକୁ ଖୁଆଇବା ପରେ ସେ ତାଙ୍କୁ ଝୁଲଣାରେ ଶୁଆଇବାକୁ ନେଇଥିଲେ। କିନ୍ତୁ ସେ ଜାଣି ନାହାଁନ୍ତି କିପରି ସେ ହଠାତ୍ ପିଲାଟିକୁ ଓଭେନ୍ରେ ରଖିଲେ । ଯେତେବେଳେ ସକାଳେ ଉଠିଲେ, ସେତେବେଳେ ସେ ପିଲାଟିକୁ ଓଭେନ୍ରେ ଶୁଆଇ ଦେଇଥିବା ଦେଖିଲେ। ସଙ୍ଗେ ସଙ୍ଗେ ପିଲାଟିକୁ ଡାକ୍ତରଖାନା ନେଇଥିଲେ। କିନ୍ତୁ ସେତେବେଳକୁ ତାର ମୃତ୍ୟୁ ହୋଇଯାଇଥିଲା’।
ତେବେ ପୋଷ୍ଟ ମର୍ଟମରୁ ଜଣାପଡିଛି ଯେ ଶ୍ୱାସରୁଦ୍ଧ ଏବଂ ଜଳିବା କାରଣରୁ ଶିଶୁଟିର ମୃତ୍ୟୁ ଘଟିଛି। ବର୍ତ୍ତମାନ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରାଯାଉଛି। ତାଙ୍କ ଫୋନ ଜବତ କରି ତଦନ୍ତ ପାଇଁ ପଠାଯାଇଛି ପୋଲିସ । ଏନେଇ ଅଧିକ ତଦନ୍ତ ଚାଲିଛି। ଖୁବଶୀଘ୍ର ସତ ଜଣାପଡିବ ବୋଲି ପୋଲିସ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)