ୟୁକ୍ରେନରୁ ହଜାର ହଜାର ଲୋକ ପଶ୍ଚିମ ଦିଗକୁ ଯାଉଛନ୍ତି ଏବଂ ପଡୋଶୀ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ସୀମା ଅତିକ୍ରମ କରି ଶତାଧିକ ୟୁକ୍ରେନ ଶରଣାର୍ଥୀ ମୋଲଡୋଭାରେ ପ୍ରବେଶ କରିଛନ୍ତି ।
ଭାରତ ସରକାର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା ନକରି ସୀମାବର୍ତ୍ତୀ ଅଞ୍ଚଳକୁ ଯିବାକୁ ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।
ଋଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ଧୋକା ଦେଲା ଆମେରିକା। ଅସ୍ତ୍ରଶସ୍ତ୍ରରେ କୌଣସି ସାହାଯ୍ୟ କଲାନି କି ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଥରେ ବି ଆଲୋଚନା କଲାନି। କେବଳ ଋଷିଆ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଚୁପ୍ ବସିଗଲେ ବାଇଡ଼େନ୍
ଯୁଦ୍ଧ ସମୟରେ ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି। କହିଲେ, ଏମିତି ଖରାପ ସମୟରେ ଆମକୁ ଏକା କରିଦେଲା ବିଶ୍ୱ...ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ଋଷିଆକୁ ଡରୁଛି ପୂରା ବିଶ୍ୱ
ଋଷିଆ-ୟୁକ୍ରେନ୍ ମଧ୍ୟରେ ବଢୁଛି ତିକ୍ତତା । ଋଷିଆକୁ ଧମକ ଦେଲା ଫ୍ରାନ୍ସ...କହିଲା, କଥା ନମାନିଲେ ଆମେ କରିଦେବୁ ପରମାଣୁ ଆକ୍ରମଣ। ସେପଟେ ଋଷିଆ କହିଲା.....
ଋଷ୍ ୟୁକ୍ରେନ ଉପରେ ଆକ୍ରମଣ ପରେ ଲୋକେ ସେହି ମହିଳାଙ୍କୁ ମନେ ପକଉଛନ୍ତି ଯାହାଙ୍କୁ ଋଷ୍ର ରାଷ୍ଟ୍ରପତି ଡରନ୍ତି। ସେ ହେଉଛନ୍ତି ୟୁକ୍ରେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ସେ ଋଷ୍ ବିରୋଧରେ ଖୋଲାଖୋଲି ଧମକ ଦେଉଥିଲେ। ତେବେ କିଏ ଏହି ମହିଳା, ତାଙ୍କ ପାଖରେ ଏମିତି କେଉଁ ଶକ୍ତି ଥିଲା ଯେ ଯାହାକୁ ଋଷ୍ ଭୟ କରୁଥିଲା ଆସନ୍ତୁ ଜାଣିବା।
ଏହା ଏକ ଏମିତି ରିପୋର୍ଟ, ଯାହା ବୟାନ କରୁଛି ଋଷ୍ର ବିଶାଳ ସେନା ଆଗରେ ୟୁକ୍ରେନ୍ କେତେ ସମର୍ଥ। ଦେଖନ୍ତୁ ଏହି ନମ୍ୱର ୨ ବନାମ ନମ୍ୱର ୨୨ । ତଥାପି ପୁଟିନଙ୍କ ନିଷ୍ପତି ଆଗରେ ମୁଣ୍ଡ ନୁଆଁଇନି ଛୋଟିଆ ଦେଶ ୟୁକ୍ରେନ୍।
ରୁଷିଆ ଉପରେ ୟୁକ୍ରେନର କାଉଣ୍ଟର ଆଟାକ୍ I ଲଙ୍ଗ୍ ରେଂଜ୍ ମିସାଇଲରେ ରୁଷିଆକୁ ଟାର୍ଗେଟ୍ I ରୁଷିଆର ଏୟାର ବେସ୍ ଧ୍ୱଂସ କଲା ୟୁକ୍ରେନ୍ I ଆଲୋଚନା ପାଇଁ ସର୍ତ୍ତମୂଳକ ରାଜି ହେଲା ରୁଷିଆ I ୟୁକ୍ରେନ୍ ସେନା ଅସ୍ତ୍ର ଛାଡିଲେ ହିଁ ଆଲୋଚନା ହେବ କହିଲା ରୁଷିଆ
ଏବେ ନଜର ପକାନ୍ତୁ ଦୁଇ ଦେଶର ସାମରିକ ଶକ୍ତିର ତୁଳନାତ୍ମକ ଚିତ୍ର ଉପରେ।
ୟୁକ୍ରେନର ସାଧାରଣ ନାଗରିକ କିନ୍ତୁ ତ୍ରାହି ତ୍ରାହି ଡାକିଲେଣି।
ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଶୁକ୍ରବାର ଦିନ ଫୋନ୍ ମାଧ୍ୟମରେ ନିଜ ଋଷ୍ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ ପୁଟିନଙ୍କୁ ଆଲୋଚନା ମାଧ୍ୟମରେ ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ସମର୍ଥନ କରିଛନ୍ତି।
ୟୁକ୍ରେନ୍ରେ ଫସିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି।
ଋଷ ସେନା କିଭ୍ ଅଭିମୂଖା ହେଉଥିବା ବେଳେ ଏହାର କଡ଼ା ଜବାବ ଦେଇଛି ୟୁକ୍ରେନ ସେନା । କିଭ୍ ସହର ନିକଟରେ ଋଷ ସେନାର ଏକ ଲଢୁଆ ହେଲିକପ୍ଟର କ୍ରାସ ହୋଇଛି । ଯୁକ୍ରେନ ସେନା ଏହି ହେଲିକପଟରକୁ ମାରି ତଳେ ପକାଇଥିବା ଦାବି କରିଛି ।
ଲଙ୍ଗ୍ରେଂଜ ମିସାଇଲ୍ ଜରିଆରେ ରୁଷର ଏୟାର ବେସ୍ ଟାର୍ଗେଟ କରିଛି ୟୁକ୍ରେନ୍।
ଋଷିଆର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରିପାରୁନି ୟୁକ୍ରେନ। କିନ୍ତୁ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ୟୁକ୍ରେନ ସ୍ପଷଟ କରିଛି। ଗୋଟିଏ ପଟେ ଆକ୍ରମଣର ସାମ୍ନା କରିପାରୁନି ସତ କିନ୍ତୁ ଋଷିଆକୁ କଡ଼ା ଜବାବ ଦେବାକୁ ଚେଷ୍ଟା କରୁଛି ୟୁକ୍ରେନ
ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମଗ୍ର ୟୁରୋପ ପ୍ରତି ବିପଦ ସୃଷ୍ଟି ହୋଇଛି। ଯଦି କୌଣସି ରାଷ୍ଟ୍ର ୟୁକ୍ରେନକୁ ସହାୟତା କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଛନ୍ତି।
ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣର ପୂର୍ବ ନିର୍ଦ୍ଧାରିତ। ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଋଷିଆ ଚାହୁଁଛି। ଏଥିପାଇଁ ସାରା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ
ଯେତେଶୀଘ୍ର ପାରୁଛ, ତମେ ସୁରକ୍ଷିତ ସ୍ଥାନକୁ ଚାଲିଯାଅ ମାଆ। ଏଠି କେତେବେଳେ ବି କିଛି ହୋଇପାରେ। ମୋ କଥା ଆଦୌ ଚିନ୍ତା କରିବ ନାହିଁ। ଜୀବନ ଥିଲେ ପୁଣି ଦେଖାହେବ।… ନିଜ ବାପା ମାଆଙ୍କ ଉଦ୍ଦେଶ୍ୟରେ ୟୁକ୍ରେନୀୟ ସୈନିକ ପଠେଇଥିବା ଭିଡିଓ ବାର୍ତ୍ତା ଆଖିରୁ ଲୁହ ଦୁଇଟୋପା ଖସେଇ ଦେବାକୁ ଯଥେଷ୍ଟ।
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନ୍ର କିଭ୍ ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ସେଠାରେ ଫସି ରହିଥିବା ୨୦ ହଜାର ଭାରତୀୟ ମାନଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।
ୟୁକ୍ରେନ ପକ୍ଷରୁ ମଧ୍ୟ ରୁଷିଆ ଉପରେ ପ୍ରତିଆକ୍ରମଣ ହେଉଥିବା ଦାବି ହୋଇଛି। ଖାର୍କିଭ୍ ନିକଟରେ ଋଷିଆର ୫ଟି ଟ୍ୟାଙ୍କ ସହ ୫୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ୟୁକ୍ରେନକୁ ତିନିପଟୁ ଘେରିଯାଇ ଋଷିଆ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରୁଛି। ଋଷିଆର ଆକ୍ରମଣରେ ୧୩୭ ଜଣ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ ଘଟିଛି।
କାହିଁକି ହେଲା ୟୁକ୍ରେନ-ଋଷିଆ ମଧ୍ୟରେ ଯୁଦ୍ଧ? ଉଭୟଙ୍କ ମଧ୍ୟରେ କେଉଁ କାରଣ ପାଇଁ ବଢିଥିଲା ତିକ୍ତତା? କ’ଣ ଥିଲା ପୂରା ଘଟଣା? ଦେଖନ୍ତୁ ଏହି ରିପୋର୍ଟ...
ସାହାର୍ଯ୍ୟ ମାଗିବା ପାଇଁ ଋଷ ଯାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଏତିକି ବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ଋଷ। ଯୁଦ୍ଧ ବ୍ୟସ୍ତତା ଭିତରେ ଇମ୍ରାନଙ୍କୁ ସାକ୍ଷାତ କରିଥିଲେ ବି ଆଲୋଚନା କରି ପାରି ନଥିଲେ ପୁଟିନ୍। ଶେଷରେ ସବୁ ଇଛା ଫସର ଫାଟିଗଲା। ଭାଣ୍ଡିଆ ହୋଇ ଖାଲି ହାତରେ ଫେରିଲେ ଇମ୍ରାନ୍...
‘ଫାଦର ଅଫ୍ ଅଲ୍ ବମ୍’। ଋଷିଆ ପାଖରେ ରହିଛି ବିଶ୍ୱର ଏହି ଶକ୍ତିଶାଳୀ ବୋମା। ଯଦି ୟୁକ୍ରେନ ଉପରେ ପକାଇବ ତେବେ...
ଋଷିଆ ବିପକ୍ଷରେ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ବିଶ୍ୱକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ଋଷିଆକୁ ଚେତାବନୀ ଦେଇଛନ୍ତି।