• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୁକାରେଷ୍ଟରୁ ଆଉ ୧୮୩ ଜଣ ଭାରତୀୟଙ୍କୁ ଆଣି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଛି ବିମାନ । ଭାରତୀୟଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ ପାଟିଲ ପହଞ୍ଚି ଭାରତୀୟଙ୍କୁ ସ୍ୱାଗତ କରିଛନ୍ତି । ସକାଳ ୫ଟା ୩୦ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଅବତରଣ କରିଥିଲା । ଏହାପରେ ପାଟିଲ ପହଞ୍ଚି ସ୍ୱାଗତ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରଖିଥିବା କହିଥିଲେ ।

ସେପଟେ ୨୦୮ ଭାରତୀୟଙ୍କୁ ଆଣି ନୋଏଡ଼ା ନିକଟ ହିଣ୍ଡନ ଏୟାରବେସରେ ପହଞ୍ଚିଛି ବାୟୁସେନାର ବିମାନ ସି-୧୭ । ଏୟାରବେସରେ ସ୍ୱଦେଶ ଫେରିଥିବା ପ୍ରବାସୀ ଭାରତୀୟ ଏବଂ ଛାତ୍ରଙ୍କୁ ସ୍ୱାଗତ କରିଛନ୍ତି ପ୍ରତିରକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ । ଆଉ ଏକ ବିମାନ ଭାରତୀୟଙ୍କୁ ଧରି ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା । ବିମାନ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପହଞ୍ଚି ଭାରତୀୟଙ୍କୁ ସ୍ୱାଗତ କରିଥିଲେ ।

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ୨୪ ଘଣ୍ଟିଆ ଯୁଦ୍ଧ କାଳୀନ ଭିତ୍ତିରେ ଅପରେସନ ଗଙ୍ଗା ଜାରି ରଖିଛନ୍ତି । ଅପରେସନ ଗଙ୍ଗାରେ ଭାରତୀୟ ବାୟୁସେନା ସହ ଘରୋଇ ବିମାନ ସେବା କମ୍ପାନୀକୁ ସରକାର ନିୟୋଜିତ କରିଛନ୍ତି ।