• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍‌ ଉପରେ ଆକ୍ରମଣ କରୁଛି ଋଷିଆ । ହେଲେ ଏହି ଯୁଦ୍ଧକୁ ନାପସନ୍ଦ କରୁଛନ୍ତି ଋଷୀୟ ନାଗରିକ । ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ନିଷ୍ପତ୍ତି ହେତୁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱରେ ଏକପ୍ରକାର ଏକଘରିଆ ହୋଇଯାଇଥିବା ବେଳେ ନିଜ ଦେଶର ଲୋକେ ମଧ୍ୟ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି । ତେବେ ଏହାରି ଭିତରେ ମସ୍କୋର ଜଣେ ଜଣାଶୁଣା ବ୍ୟବସାୟୀ ଆଲେକ୍ସ କୋନାନିଖିନ ପୁଟିନଙ୍କୁ ଗିରଫ କଲେ ଏକ ବଡ଼ ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କଲେ ସାଢ଼େ ସାତ କୋଟି ଟଙ୍କା ପୁରସ୍କାର ଦେବେ ବୋଲି ସେ କହିଛନ୍ତି ।

ଆଲେକ୍ସ କୋନାନିଖିନ ଲିଙ୍କଡଇନରେ ଏସମ୍ପର୍କରେ ଏକ ପୋଷ୍ଟ ଲେଖିଛନ୍ତି । ପୋଷ୍ଟ ସହିତ ଭ୍ଲାଦିମିର ପୁଟିନଙ୍କର ଏକ ଫଟୋ ମଧ୍ୟ ସଂଲଗ୍ନ ହୋଇଛି । ଯେଉଁଥିରେ ଲେଖା ଅଛି , ପୁଟିନ୍‌ ମୃତ କି ଜୀବିତ ? ଏହାସହ ସେ ଲେଖିଛନ୍ତି- 'ମୁଁ କଥା ଦେଉଛି ଯେଉଁ ଅଧିକାରୀ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବ ଓ ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ପୁଟିନଙ୍କୁ ଯୁଦ୍ଧ ଅପରାଧୀ ଭାବରେ ଗିରଫ କରିବ ତାଙ୍କୁ ମୁଁ ସାଢ଼େ ୭ କୋଟି ପ୍ରଦାନ କରିବି ।

ସେ ଆହୁରି ଲେଖିଛନ୍ତି, ପୁଟିନ ଋଷିଆ ରାଷ୍ଟ୍ରପତି ନୁହଁନ୍ତି । ଏକ ସ୍ୱତନ୍ତ୍ର ଅପରେସନର ଅଂଶ ଭାବରେ ସେ ଋଷିଆର ଅନେକ ଆପାର୍ଟମେଣ୍ଟ, କୋଠାକୁ ବିସ୍ଫୋରଣ କରି ଉଡ଼ାଇଦେଇଥିଲେ । ଏହା ପରେ ସେ ନିର୍ବାଚନ ନକରି ସମ୍ବିଧାନର ଧଜିଆ ଉଡ଼ାଇ ଦେଇଛନ୍ତି । ସେ ବିରୋଧୀଙ୍କୁ ନିର୍ବାଚନର ନହାରାଇ ତାଙ୍କୁ ହତ୍ୟା କରିଛନ୍ତି । ଋଷିଆର ଜଣେ ସଚେତନ ନାଗରିକ ଭାବରେ ନାଜିବାଦି ଏବଂ ଏକଛତ୍ରବାଦୀ ଶାସନରୁ ଦେଶକୁ ମୁକ୍ତ କରିବା ମୋର କର୍ତ୍ତବ୍ୟ । ମୁଁ ୟୁକ୍ରେନକୁ ସମର୍ଥ କରିବି, ପୁଟିନଙ୍କ ବିରୁଦ୍ଧରେ ଏକ ଛୋଟ ଦେଶ ହିରୋ ଭାବରେ ନିଜର ବଳ ଦେଖାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଋଷିଆ ସୈନ୍ୟମାନେ ମଧ୍ୟ ଯୁଦ୍ଧ କରିବାକୁ ଚାହୁଁନାହାନ୍ତି । ୟୁକ୍ରେନୀୟ ଜନତା ଜୀବନ ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି । ଅକାରଣରେ ବୋମାମାଡ଼ କରି ଲୋକଙ୍କୁ ସେମାନେ ମାରିବାକୁ ଚାହୁଁନାହାନ୍ତି । ୟୁକ୍ରେନୀୟ ଲୋକଙ୍କ ଠାରେ ନିଜ ପରିବାରକୁ ଦେଖୁଛନ୍ତି । ହେଲେ ଏକଛତ୍ରବାଦୀ ଶାସକ ପୁଟିନଙ୍କ ଆଗରେ ସେମାନେ ଅସହାୟ । ଅହଙ୍କାର, କ୍ଷମତାର ଗର୍ବ ତାଙ୍କୁ ତିଳ ତିଳ ଜାଳୁଛି । ବିବେକ ଓ କର୍ତ୍ତବ୍ୟର ଯୁଦ୍ଧ ମଧ୍ୟରେ ପେଶି ହୋଇଯାଉଛନ୍ତି । ଶେଷରେ କୌଣସି ଉପାୟ ନପାଇ ନିଜ ବାହାନ ତଥା ଟ୍ୟାଙ୍କ ଗୁଡ଼ିକରେ କଣା କରିପକାଉଛନ୍ତି ।