• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଛାରଖାର ଜନବସତି । ମୁଣ୍ଡ ଗୁଞ୍ଜିବାକୁ ସାହାରା ସନ୍ଧାନ । ହଜାର ହଜାର ଲୋକ ଏବେ ବାସହରା । ନିଜର ଓ ପରିବାରର ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ । ଚାରିଆଡ଼େ ଖାଲି ଧ୍ୱଂସର ବିକଟାଳ ଚିତ୍ର । ଆଉ ଏହାରି ଭିତରେ ରଷିଆ ସେନା ଅକ୍ତିଆରରେ ରହିସାରିଲାଣି ୟୁକ୍ରେନ୍‌ର ଅନେକ ସହର । ଖେରସନ୍, ଖାରକିଭ୍ ସହର ଏକ ପ୍ରକାର ଛାରଖାର ହୋଇଗଲାଣି । ରେଳ ଷ୍ଟେସନ୍, ପ୍ରତିରକ୍ଷା ବିଭାଗ ବିଲ୍ଡିଂକୁ ଧ୍ୱଂସ ମିସାଇଲ ମାଡ଼ କରିଛି ଋଷ । ସାଧାରଣଲୋକଙ୍କ ଘର ଉପରେ ବି ହୋଇଛି ମିଶାଇଲ୍ ମାଡ଼ ।

ତେବେ ଖେରସନ୍, ଖାରକିଭ୍ ସହର ପରେ ଏବେ ଓଡେଶା ମୁହାଁ ରଷିଆ ସେନା । ଋଷ ଦଖଲରେ ଥିବା କ୍ରିମିଆରୁ ବାହାରି ଥିବା କେତେକ ଯୁଦ୍ଧପୋତ ଏବେ ଓଡେଶା ଅଭିମୁଖେ ଯାଉଥିବା ଜଣାପଡିଛି । ୟୁକ୍ରେନର ଏହି ତୃତୀୟ ବୃହତ୍ ନଗରୀ ଉପରେ ଜଳ ଓ ସ୍ଥଳରୁ ଆକ୍ରମଣ କରାଯାଇ ପାରେ ବୋଲି ଅଶଙ୍କା ରହିଛି ।

ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷ୍ ୟୁକ୍ରେନ୍ ଆକ୍ରମଣର ୮ମ ଦିନରେ ରୁଷୀୟ ଯୁଦ୍ଧପୋତ ସବୁ କ୍ରିମିଆରୁ ଏବେ ଓଡେଶା ଅଭିମୁଖେ ଯାତ୍ରା କରୁଛନ୍ତି । ଖେରସନ୍ ପରେ କୃଷ୍ଣ ସାଗର ନିକଟରେ ଅବସ୍ଥିତ ବନ୍ଦର ନଗରୀ ଓଡେଶାକୁ ଦଖଲ କରିବା ଲାଗି ରୁଷ୍ ସେନା ଯୋଜନା କରୁଥିବା ପରି ମନେହେଉଛି ।

ଏହାରି ଭିତରେ ଆଉ ଏକ ଚମକାଇ ଦେଲା ଭଳି ଖବର ସାମ୍ନାକୁ ଆସିଛି । ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା । ସେମାନେ ଶତ୍ରୁ ହୋଇ ହତ୍ୟା କରିବାକୁ ଆସିଛନ୍ତି ହେଲେ ସେମାନଙ୍କ ପ୍ରତି ବି ମାନବିକତା ଦେଖାଇଛନ୍ତି ୟୁକ୍ରେନବାସୀ । ଯୁଦ୍ଧ କରିବାକୁ ଟ୍ୟାଙ୍କ ଧରି ଆସିଥିବା ଋଷିଆ ସୈନ୍ୟଙ୍କୁ ଖାଇବାକୁ ଦେଇଛନ୍ତି ୟୁକ୍ରେନର ଜଣେ ବ୍ୟକ୍ତି ।

ୟୁକ୍ରେନର ଖାରକିଭ୍ ସହର ଉପକଣ୍ଠରେ ଟ୍ୟାଙ୍କ ଧରି ୟୁକ୍ରେନବାସୀଙ୍କୁ ମାରିବାକୁ ଆସିଥିବା ରୁଷ୍‌ ସୈନ୍ୟଙ୍କୁ ବ୍ରେଡ୍ ଦେଇଛନ୍ତି ୟୁକ୍ରେନର ଜଣେ ବ୍ୟକ୍ତି । ରୁଷ୍‌ ସୈନିକଙ୍କୁ ଖାଇବାକୁ ଦେଇ ୟୁକ୍ରେନ ନାଗରିକ ଜଣକ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍ ହୋଇଛି । 

 ସେ ଜାଣିଛନ୍ତି, ଏମାନେ ହତ୍ୟା କରିବାକୁ ଆସିଛନ୍ତି । ଏସବୁ ସତ୍ତ୍ୱେ ମଧ୍ୟ ସେମାନଙ୍କୁ ସେ ଭୋକରେ ଥିବା ଦେଖି ସହି ପାରିନଥିଲେ । ଆଉ ସେମାନଙ୍କର ଭୋକ ମେଣ୍ଟାଇବା ଲାଗି ସହାୟତା କରୁଥିବା କହି କାନ୍ଦି ପକାଇଛନ୍ତି ୟୁକ୍ରେନ ନାଗରିକ ।