/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646278975.jpg)
Russia-Ukraine War
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଭିତରେ ୟୁକ୍ରେନରୁ ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି। ସୂଚନା ଅନୁସାରେ, ଋଷିଆର ଆକ୍ରମଣର ସପ୍ତାହେ ମଧ୍ୟରେ ୟୁକ୍ରେନର ମୋଟ୍ ଜନସଂଖ୍ୟାର ୨% ଲୋକ ଦେଶ ଛାଡ଼ି ସାରିଲେଣି। ଆହୁରି ୩୦ ଲକ୍ଷ ଲୋକ ଦେଶ ଛାଡ଼ିବା ଆଶଙ୍କା କରାଯାଉଛି।
ସେପଟେ ବିଳମ୍ବିତ ରାତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି ଋଷିଆ ବିରୋଧରେ ଶକ୍ତ ହୋଇ ଛିଡ଼ା ହେବାକୁ ଆହ୍ୱାନ ଦେଇଛନ୍ତି। ଋଷିଆ ସେନାଙ୍କୁ ପ୍ରତିରୋଧ କରିବା ଲାଗି ସେ ନିବେଦନ କହିଛନ୍ତି। ତେବେ ଋଷିଆ ସୈନ୍ୟ ୟୁକ୍ରେନର କେଉଁ କେଉଁ ସହର କବ୍ଜା କରିଛନ୍ତି ସେନେଇ ଜେଲେନସ୍କି କିଛି କହି ନାହାନ୍ତି।
ୟୁକ୍ରେନ ସେନାର ପ୍ରତିରୋଧରେ ଋଷିଆର ପ୍ରାୟ ୯ ହଜାର ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି। ଋଷିଆ ସୈନ୍ୟମାନେ ଖେରସନ୍କୁ କବଜାକୁ ନେଇଥିବା ଖେରସନ୍ର ମେୟର ଆଇଗର କୋଲିକିଭ୍ ସ୍ୱୀକାର କରିଛନ୍ତି। ତେବେ ସହର ଭିତରେ କୌଣସି ୟୁକ୍ରେନ ସୈନ୍ୟ ରହୁ ନାହାନ୍ତି କେବଳ ସାଧାରଣ ନାଗରିକ ଏଠାରେ ବାସ କରୁଛନ୍ତି। ତେଣୁ ସେମାନଙ୍କ ଉପରେ ଗୁଳି ନ ଚଳାଇବାକୁ ଋଷିଆ ସୈନ୍ୟଙ୍କୁ ସେ ଅନୁରୋଧ କରିଛନ୍ତି।
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ବିରୋଧରେ ମିଳିତ ଜାତିସଂଘ ସାଧାରଣ ପରିଷଦରେ ଆସିଥିବା ପ୍ରସ୍ତାବ ସପକ୍ଷରେ ଅଧିକାଂଶ ରାଷ୍ଟ୍ର ଭୋଟ୍ ଦେଇଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶଂସା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)