/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646310761.jpg)
Ukrainian woman helped an Indian student
ଭାରତୀୟ ଓ ୟୁକ୍ରେନ୍ର ଯୁବତୀଙ୍କୁ ବନ୍ଧୁକ ମୁନରେ କିଛି ଲୋକ ହଇରାଣ କରୁଥିବା ଖବର ସାମ୍ନାକୁ ଆସୁଛି। ୟୁକ୍ରେନ୍ ସରକାର ଏବେ ସାଧାରଣ ଲୋକଙ୍କୁ ବନ୍ଧୁକ ଯୋଗାଇ ଦେଇଥିବାରୁ ଏହାର ଫାଇଦା ଉଠାଇ କିଛି ଅସାମାଜିକ ଲୋକ ଝିଅଙ୍କୁ ହଇରାଣ କରୁଛନ୍ତି। ସେମାନେ ଖାସ୍ କରି ଦେଶ ଛାଡ଼ି ଚାଲିଯାଉଥିବା ଝିଅଙ୍କୁ ଅସଦାଚରଣ କରିବା ସହ ସେମାନଙ୍କ ଠାରୁ ମୋବାଇଲ ଓ ଟଙ୍କା ପଇସା ନେଇ ଯାଉଛନ୍ତି।
ସୂଚନା ଅନୁସାରେ କିନ୍ତୁ ଏବେ ଖବର ଆସିଛି ଯେ ଏଭଳି ଝିଅଙ୍କୁ ଏବେ ୟୁକ୍ରେନ୍ର ମହିଳାମାନେ ସୁରକ୍ଷା ଯୋଗାଉଛନ୍ତି। ୟୁକ୍ରେନ୍ ସରକାରଙ୍କ ପ୍ରଦତ୍ତ ବନ୍ଧୁକ ଧରି ୟୁକ୍ରେନ୍ର ମହିଳାମାନେ ଭାରତୀୟ ଓ ୟୁକ୍ରେନ୍ର ମହିଳାଙ୍କ ଧନ ଜୀବନ ଓ ଇଜ୍ଜତ ବଞ୍ଚାଉଥିବା ଦେଖିବାକୁ ମିଳିଛି।
ଅସାମାଜିକ ଲୋକଙ୍କ ଟାର୍ଗେଟରେ ଏବେ ବସ୍ ଥିବାରୁ ମହିଳା ବନ୍ଧୁକଧାରୀ ବସ୍ରେ ରହି ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରୁଥିବା ନେଇ ୟୁକ୍ରେନ୍ରୁ ଫେରିଥିବା ଜଣେ ଭାରତୀୟ ଛାତ୍ରୀ କହିଛନ୍ତି। ଏବେ ୟୁକ୍ରେନ୍ର ମହିଳାମାନେ ଦେବଦୂତ ଭଳି ସେଠାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।
ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ୨୪ ଘଣ୍ଟିଆ ଯୁଦ୍ଧ କାଳୀନ ଭିତ୍ତିରେ ଅପରେସନ ଗଙ୍ଗା ଜାରି ରଖିଛନ୍ତି । ଅପରେସନ ଗଙ୍ଗାରେ ଭାରତୀୟ ବାୟୁସେନା ସହ ଘରୋଇ ବିମାନ ସେବା କମ୍ପାନୀକୁ ସରକାର ନିୟୋଜିତ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)