/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646296142.jpg)
Indians Stranded in Ukraine Return With Their Pets as Govt Relaxes Rules
ଅପରେସନ ଗଙ୍ଗାରେ ଆଜି ହିଣ୍ଡନ ଏୟାର ବେସ୍ରେ ପହଞ୍ଚିଛି ବାୟୁସେନାର ୨ ଉଦ୍ଧାରକାରୀ C-17 ଗ୍ଲୋବମାଷ୍ଟର ବିମାନ। ଏଥିରେ ହଙ୍ଗେରିର ବୁଦାପେଷ୍ଟରୁ ପ୍ରାୟ ୨୦୦ ଭାରତୀୟଙ୍କୁ ଆଣାଯାଇଥିବା ବେଳେ ରୋମାନିଆର ବୁକାରେଷ୍ଟରୁ ବି ୨୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯୁଦ୍ଧରେ ସବୁଠାରୁ ପ୍ରଭାବିତ କିଭ୍ ସହରରୁ କେରଳର ଜଣେ ଛାତ୍ର ନିଜ ସାଙ୍ଗଙ୍କ କୁକୁରକୁ ବିମାନରେ ଆଣିବାକୁ ଭୁଲି ନାହାଁନ୍ତି ।
ବଙ୍କରରେ ରହିବା ଠାରୁ ହଙ୍ଗେରୀର ବୁଦାପେଷ୍ଟ ପର୍ଯ୍ୟନ୍ତ କୁକୁର ତାଙ୍କ ସହ ଥିଲା । ଏହାପରେ ହଙ୍ଗେରୀ ଦୂତାବାସ କର୍ତ୍ତୃପକ୍ଷଙ୍କୁ ଗୁହାରୀ କରିବାରୁ କୁକୁରକୁ ବିମାନରେ ଛାଡ଼ିବା ଲାଗି ଅନୁମତି ମିଳିଥିଲା ।
କେବେଳ ଏତିକି ନୁହେଁ ୟୁକ୍ରେନ୍ରେ ମେଡିକାଲ ପଢୁଥିବା ତାମିଲନାଡୁର ଗୌତମ ମଧ୍ୟ ନିଜ ସହ ନିଜ ବିଲେଇକୁ ଆଣିଛନ୍ତି । ବିଲେଇକୁ ବିମାନରେ ଅନୁମତି ନ ମିଳିବାରୁ ସେ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ହେଲେ ପରେ ରୋମାନିଆ ଦୂତାବାସ ଅନୁମତି ଦେବାରୁ ଗୌତମ ବିଲେଇକୁ ସାଙ୍ଗରେ ନେଇ ଆସିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)