• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍‌ ପରେ ଟାର୍ଗେଟରେ ତାଇୱାନ୍‌ । ଋଷିଆ ଯେପରି ପଡୋଶୀ ଦେଶ ୟୁକ୍ରେନ ଉପରେ ଆକ୍ରମଣ କରିଛି, ଚୀନ୍ ମଧ୍ୟ ତାଇୱାନ ଉପରେ ଆକ୍ରମଣ କରିବ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଭବିଷ୍ୟବାଣୀ କରିଛନ୍ତି । ଚୀନ୍‌ର ରାଷ୍ଟ୍ରପତି, ବର୍ତ୍ତମାନ ଋଷିଆର ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ କଡ଼ା ନଜର ରଖିଛନ୍ତି । ଫକ୍ସ ବିଜନେସକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ଏକଥା କହିଛନ୍ତି । ଆଗାମୀ ଦିନ ତାଇୱାନ ଉପରେ ଚୀନ୍ ମଧ୍ୟ ସମାନ ଆକ୍ରମଣ କରିବାକୁ ଯାଉଛି ବୋଲ ସେ କହିଛନ୍ତି ।

ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଅତି ଜ୍ଞାନୀ ବ୍ୟକ୍ତି ବୋଲି କହିଛନ୍ତି ଟ୍ରମ୍ପ । ଆଫଗାନିସ୍ତାନରେ ଯାହା ହୋଇଥିଲା ସେ ଦେଖିଛନ୍ତି । ଆଫଗାନିସ୍ତାନକୁ ଛାଡ଼ି ଆମେରିକା ବାହରିଆସିଲା । ଆଫଗାନବାସୀ ଓ ଆମେରିକାବାସୀଙ୍କୁ ଛାଡ଼ି ସେନାବାହିନୀ ଚାଲିଆସିଲେ । ଏବେ ବି ତାଲିବାନୀ ଶାସନରୁ ରକ୍ଷାପାଇବାକୁ ତଥା ଦେଶ ଛାଡ଼ିବାକୁ ସେମାନେ ଚେଷ୍ଟା କରୁଛନ୍ତି । ଜିନପିଙ୍ଗ ଏହାକୁ ମଧ୍ୟ ବେଶ ଭଲ ଭାବେ ବୁଝିଛନ୍ତି । ଏବେ ତାଙ୍କୁ ସୁଯୋଗ ମିଳିଛି, ନିଜ ଇଚ୍ଛାରେ ଯାହା କରିବାକୁ ଚାହିଁବେ ସେ କରିପାରିବେ ।

ଏବେ ତାଇୱାନ ଉପରେ ଚୀନ୍ ଆକ୍ରମଣ କରିବା ସ୍ପଷ୍ଟ ହୋଇଯାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯକାରୀତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଟ୍ରମ୍ପ । ଆମେରିକା ଏବେ ନିର୍ବୋଧଙ୍କ ଭଳି କାମ କରୁଛି। ବର୍ତ୍ତମାନ ଚୀନର ନେତାମାନେ ରୁଷିଆ ଓ ୟୁକ୍ରେନ ଯୁଦ୍ଧକୁ ବେଶ ଗୁରୁତ୍ୱର ସହ ଦେଖୁଛନ୍ତି ।

ଏହା ସହ ଟ୍ରମ୍ପ ପୁଣି ଥରେ ଦୋହରାଇଛନ୍ତି , ସେ ଯଦି ରାଷ୍ଟ୍ରପତି ହୋଇଥାନ୍ତେ ତେବେ ୟୁକ୍ରେନ ଉପରେ ପୁଟିନ୍ ଆକ୍ରମଣ କରିନଥାନ୍ତେ । ଯୁଦ୍ଧରେ ଅନେକ ଲୋକ ମରୁଛନ୍ତି, ଆଉ ଆମେ ଏହା କରିବାକୁ ଅନୁମତି ଦେଉଛୁ । ମୁଁ ରାଷ୍ଟ୍ରପତି ଥିଲେ, ଏହା କେବେ ହୋଇନଥାନ୍ତା । ଟ୍ରମ୍ପ କହିଛନ୍ତି ଯେ ମୁଁ ୟୁକ୍ରେନକୁ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଦେଇଥିବାବେଳେ ବାଇଡେନ ଏବଂ ଓବାମା ସେମାନଙ୍କୁ କେବଳ କମ୍ବଳ ଦେଇଛନ୍ତି । ପରୋକ୍ଷରେ ବାଇଡେନ୍‌ଙ୍କୁ ହିଁ ଯୁଦ୍ଧ ପାଇଁ ଦାୟୀ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।