• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନରେ ଭାରତୀୟଙ୍କୁ ବନ୍ଧକ ରଖିବା ଏବଂ ମାନବ ଢ଼ାଲ ଭାବରେ ବ୍ୟବହାର କରିବା ନେଇ ଦାବି କରିଛି ଋଷିଆ । ତେବେ ଏକଥାକୁ ଖଣ୍ଡନ କରିବା ସହ ଭାରତ ସରକାର ଋଷିଆ ପ୍ରଶ୍ନ ଉଠାଇଛି । ଖାରକିଭରେ ୟୁକ୍ରେନ କର୍ତ୍ତୃପକ୍ଷ ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିଥିବା ଅଭିଯୋଗ କରିଛି ଋଷିଆ । ଯୁଦ୍ଧରେ ଭାରତୀୟଙ୍କୁ ଢ଼ାଲ ଭାବରେ ବ୍ୟବହାର କରାଯାଉଥିବା କୁହାଯାଉଛି । ତେବେ ଋଷିଆର ଏହି ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ଖାରକିଭରେ କୌଣସି ଛାତ୍ରଙ୍କୁ ବନ୍ଧକ ରଖିବା ସମ୍ପର୍କରେ କୌଣସି ସୂଚନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ।

ଭାରତୀୟ ଛାତ୍ରଙ୍କୁ ଖାରକିଭରୁ ବାହାର କରିବାକୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ପାଇଁ ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ଫଳରେ ସେମାନେ ସହଜରେ ଦେଶର ସୀମାକୁ ତଥା ପଶ୍ଚିମ ଭାଗକୁ ପହଞ୍ଚିପାରିବେ । ଭାରତୀୟ ଛାତ୍ରଙ୍କୁ କୌଣସି ପ୍ରକାର ଯୁଦ୍ଧରେ ସାମିଲ କରାଯାଇ ବୋଲି ମଧ୍ୟ କୁହାଯାଇଛି । ତେବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଏହି ବିବୃତ୍ତି ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୟାନ୍ ଠାରୁ ଭିନ୍ନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ସମୟରେ ସେ କହିଛନ୍ତି, ୟୁକ୍ରେନର କର୍ତ୍ତୃପକ୍ଷ ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିଛନ୍ତି । କେବଳ ଏତିକି ନୁହେଁ ଋଷିଆ ଆକ୍ରମଣରୁ ବଞ୍ଚିବ ପାଇଁ ଭାରତୀୟ ଛାତ୍ରମାନଙ୍କୁ ମାନବ ଢ଼ାଲ ଭାବରେ ବ୍ୟବହାର କରାଯାଉଛି ।

ଗତ ଦୁଇ ଦିନ ହେଲା ଖାରକିଭରେ ଋଷିଆ ପକ୍ଷରୁ ଘନ ଘନ ଆକ୍ରମଣ କରାଯାଉଛି । ସେଠାରେ ଲଗାତାର ବୋମା ବିସ୍ଫୋରଣ ଏବଂ ଗୁଳି ବିନିମୟ ଚାଲିଛି। ତେବେ ଗୁଳି ବିନିମୟ ମଧ୍ୟରେ ଭାରତୀୟ ଛାତ୍ର ନବୀନ ଖାରକିଭରେ ଜୀବନ ହରାଇଛନ୍ତି । ଏହା ପରେ ଭାରତ ଋଷିଆ ଏବଂ ୟୁକ୍ରେନର ରାଷ୍ଟ୍ରଦୂତମାନଙ୍କ ସହ କଥା ହୋଇ ଭାରତୀୟଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରିଛି । ଖାରକିଭ, ସୁମି ଏବଂ ପୂର୍ବ ୟୁକ୍ରେନର ଅନ୍ୟ କେତେକ ସହରରେ ପ୍ରାୟ ୪୦୦ଭାରତୀୟ ଅଛନ୍ତି । ବୁଧବାର ଦିନ ଭାରତ ସରକାର ଏକ ଆବେଦନ କରିଥିଲେ, ଯେ ଖାରକିଭରେ ଉପସ୍ଥିତ ଥିବା ସମସ୍ତ ଭାରତୀୟ ଛାତ୍ର ତୁରନ୍ତ ସେଠାରୁ ଚାଲିଆସନ୍ତୁ । କୌଣସି ପ୍ରକାରେ ୟୁକ୍ରେନର ପଶ୍ଚିମ ଭାଗରେ ପହଞ୍ଚିବାକୁ କୁହାଯାଇଥିଲା ।

ସେପଟେ ଆଜି ଋଷୀୟ ସେନା ଜୋରଦାର ହମଲା କରି ୟୁକ୍ରେନର ପୋର୍ଟ ସହର ଖେରସନକୁ ଦଖଲ କରି ନେଇଛନ୍ତି । ଏବେ ଖେରସନରେ ରୁଷ ଟ୍ୟାଙ୍କର ଓ ଯୁଦ୍ଧ ଗାଡ଼ି ଚକ୍କର କାଟୁଛନ୍ତି । ଖେରସନ ପରେ ପରିବହନ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଓଡେଶା ଉପରେ ରୁଷର ଆଖି ରହିଛି ।