Advertisment

ମାନବିକତାର ଶ୍ରେଷ୍ଠ ଉଦାହରଣ: ଭୋକିଲା ରୁଷ୍‌ ସୈନ୍ୟଙ୍କୁ ବ୍ରେଡ୍‌ ଦେଲେ ୟୁକ୍ରେନ ବ୍ୟକ୍ତି

ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା। ସେମାନେ ଶତ୍ରୁ ହୋଇ ହତ୍ୟା କରିବାକୁ ଆସିଛନ୍ତି ହେଲେ ସେମାନଙ୍କ ପ୍ରତି ବି ମାନବିକତା ଦେଖାଇଛନ୍ତି ୟୁକ୍ରେନବାସୀ।

author-image
Rajalaxmi Sahoo
Humanity Of Ukraine Citizens

Humanity Of Ukraine Citizens

ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା। ସେମାନେ ଶତ୍ରୁ ହୋଇ ହତ୍ୟା କରିବାକୁ ଆସିଛନ୍ତି ହେଲେ ସେମାନଙ୍କ ପ୍ରତି ବି ମାନବିକତା ଦେଖାଇଛନ୍ତି ୟୁକ୍ରେନବାସୀ। ଯୁଦ୍ଧ କରିବାକୁ ଟ୍ୟାଙ୍କ ଧରି ଆସିଥିବା ଋଷିଆ ସୈନ୍ୟଙ୍କୁ ଖାଇବାକୁ ଦେଇଛନ୍ତି ୟୁକ୍ରେନର ଜଣେ ବ୍ୟକ୍ତି। 

Advertisment

ୟୁକ୍ରେନର ଖାରକିଭ୍ ସହରର ଉପକଣ୍ଠରେ ଟ୍ୟାଙ୍କ ଧରି ୟୁକ୍ରେନବାସୀଙ୍କୁ ମାରିବାକୁ ଆସିଥିବା ରୁଷ୍‌ ସୈନ୍ୟଙ୍କୁ ବ୍ରେଡ୍ ଦେଇଛନ୍ତି ୟୁକ୍ରେନର ଜଣେ ବ୍ୟକ୍ତି। ରୁଷ୍‌ ସୈନିକଙ୍କୁ ଖାଇବାକୁ ଦେଇ ୟୁକ୍ରେନ ନାଗରିକ ଜଣକ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍ ହୋଇଛି।

ସେ ଜାଣିଛନ୍ତି ,ଏମାନେ ହତ୍ୟା କରିବାକୁ ଆସିଛନ୍ତି। ଏସବୁ ସତ୍ତ୍ୱେ ମଧ୍ୟ ସେମାନଙ୍କୁ ସେ ଭୋକରେ ଥିବା ଦେଖି ସହି ପାରିନଥିଲେ। ଆଉ ସେମାନଙ୍କର ଭୋକ ମେଣ୍ଟାଇବା ଲାଗି ସହାୟତା କରୁଥିବା କହି କାନ୍ଦି ପକାଇଛନ୍ତି ୟୁକ୍ରେନ ନାଗରିକ। 

Advertisment

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଭିତରେ ୟୁକ୍ରେନରୁ ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି। ଆହୁରି ୩୦ ଲକ୍ଷ ଲୋକ ଦେଶ ଛାଡ଼ିବା ଆଶଙ୍କା କରାଯାଉଛି। ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର କିଭ୍ ଉପରେ ଋଷିଆ ବଡ଼ ଧରଣର ହମଲା କରିଛି। କିଭ୍‌ ରେଲ୍‌ୱେ ଷ୍ଟେସନ ନିକଟରେ ଋଷୀୟ ସେନା ରକେଟ୍ ମାଡ଼ କରିଥିବା ସୂଚନା ମିଳିଛି। ଫଳରେ ଭୟଭୀତ ହୋଇ ଯାତ୍ରୀମାନେ ଏଣେତେଣେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। 

Russia Ukraine Crisis Ukraine Crisis Ukraine Russia War Russian Ukrainian War
Advertisment
Advertisment