• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶେଷରେ ମାନିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ସରକାରଙ୍କ ଭୁଲ ଯୋଗୁଁ ଦେଶର ଆଜି ଏହି ପରିସ୍ଥିତି । ଆଗରୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସହାୟତା ନେଇଥିଲେ ଏହି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ସେ କହିଛନ୍ତି । ସେପଟେ ନୂଆ ସରକାରରେ ନୂଆ ୧୭ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । କିଛି ଦିନ ତଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।

ସେପଟେ ଶ୍ରୀଲଙ୍କାର ସରକାର ବିରୋଧୀ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଗୁଳିଚାଳନା । ଆନ୍ଦୋଳନକାରୀଙ୍କ ପୋଲିସ ପ୍ରଥମ ଥର ପାଇଁ ଫାୟାରିଂ କରିଛି । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ପୋଲିସ ପକ୍ଷରୁ କୁହାଯାଇଛି ଯେ, କଲମ୍ବୋରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବା ପରେ ବାଧ୍ୟ ହୋଇ ଗୁଳି ଚାଳନା କରାଯାଇଥିଲା । କଲମ୍ବୋଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ଥିବା ରାମବୁକାନାରେ ରାଜପଥ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ ।

ହଜାର ହଜାର ଲୋକେ ଟାୟାର ଜାଳି ରାଜଧାନୀକୁ ସଂଯୋଗ କରୁଥିବା ରାଜପଥକୁ ଅବରୋଧ କରି ରଖିଛନ୍ତି । ଘୋର ଆର୍ଥିକ ସଂକଟ ଓ ତେଲର ଅଭାବ ପରେ ଶ୍ରୀଲଙ୍କାରେ ତାତିଛନ୍ତି ଲୋକେ । ଆର୍ଥିକ ସଂକଟ ପରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରି ସେଠାରେ ଚାଲିଛି ଆନ୍ଦୋଳନ । ଡଲାରର ଅଭାବ ଯୋଗୁଁ ଦେଶରେ ଖାଦ୍ୟ, ଔଷଧ, ତେଲର ଅଭାବ ଦେଖା ଦେଇଛି । ୧୯୪୮ ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ଦେଖା ଦେଇଛି ଏତେ ବଡ଼ ସଂକଟ । ବର୍ତ୍ତମାନ ସ୍ଥିତିର ମୁକାବିଲା ପାଇଁ ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡକୁ ୪ ବିଲିୟନ ଡଲାରର ସାହାଯ୍ୟ ମାଗିଛି କଲମ୍ବୋ ।