ବାପା ଚାଲିଗଲେ, ମାଆ କଷ୍ଟେମଷ୍ଟେ ବିସିଏ ପଢାଇଲେ । ଏବେ କିନ୍ତୁ ଏମସିଏ ପଢାଇବାକୁ ଅଣ୍ଟାରେ ଆଉ ଦମ୍ ନାହିଁ । ସରକାରୀ ବାବୁଙ୍କୁ ଗୁହାରି କରୁଛନ୍ତି
ଲକ୍ଷ୍ମୀପ୍ରିୟା ଏବେ ଚତୁର୍ଭୁଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ। ବଡ଼କଥା ହେଉଛି ଆଜି ପର୍ଯ୍ୟନ୍ତ ସେ କେବେ ଭାତ କି ରୁଟିର ଧାର ଧରିନାହାନ୍ତି। ଏପଟେ ସ୍କୁଲରେ ମଧ୍ୟାନ୍ନ ଭୋଜନରେ ମଧ୍ୟ ସେ ଭାତ ଖାଉନଥିବାରୁ ତାଙ୍କ ପାଇଁ ମୁଢ଼ିର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।
ବର୍ଷ ପରେ ବର୍ଷ ବିତିଯାଇଥିଲା ହେଲେ ପୁରା ପରିବାର ଉର୍ମିଳାଙ୍କୁ ଖୋଜି ନୟାନ୍ତ ହୋଇଥିଲେ । ନିଖୋଜର ୧୨ ବର୍ଷ ବିତିଯାଇଥିବାରୁ ଶେଷରେ ଗାଁ ପୂଜକଙ୍କ ପରାମର୍ଶ କ୍ରମେ ଶୁଦ୍ଧିକ୍ରିୟା ପାଇଁ ଯୋଜନା କଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଉର୍ମିଳାଙ୍କୁ ଏବେ ତାଙ୍କ ପରିବାର ଲୋକେ ପାଇଛନ୍ତି ।
ବାପା ଘରୁ ଯାଇଛନ୍ତି ଯେ ଯାଇଛନ୍ତି । ମାସେ ହେଲା ସାଇକେଲ ନେଇ କେଉଁ ଆଡେ ଚାଲିଯାଇଛନ୍ତି ଯେ ଆଉ ଘରକୁ ଫେରୁନାହାନ୍ତି । ଏଣେ ଛୁଆ ଦୁଇଟା ବିକଳ ହୋଇ ସବୁଆଡ଼େ ଖୋଜି ଖୋଜି ନୟାନ୍ତ ହେଲେଣି । ପେଟକୁ ଦାନା ଖଣ୍ଡେ ଦେବା ପାଇଁ ଝିଅଟି ପର ଘରେ ମୂଲ ଲାଗିଲାଣି । ଏବେ ଖାଲି କାନ୍ଦିବା ଛଡା ସେମାନଙ୍କ ପାଖରେ ଆଉ ଯେମିତି କିଛି ଚାରାନାହିଁ ।
'ଖୁସି'ର ଖୁସି କହିଲେ ନସରେ.. ଫିନଲ୍ୟାଣ୍ଡର ଲୌରା ଏଲେନା ଖୁସିକୁ ପୋଷ୍ୟ କନ୍ୟା କରିଛନ୍ତି
ସ୍ୱାମୀ ବଞ୍ଚିଥିବା ବେଳେ ଯାହା ଯେମିତି ପରିବାର ଚଳୁଥିଲା । କରୋନା ହେଲା କାଳ...ସ୍ୱାମୀ ଚାଲିଯିବା ପରେ ୩ ପିଲାଙ୍କ ପେଟରେ ଦାନା ଦେବାକୁ ଛେଳି ଚରାଉଛି ମାଆ । ବାରମ୍ବାର ଗୁହାରି କରିବା ପରେ ବି ମିଳୁନି ସରକାରୀ ସହାୟତା
ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ, ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର।
କେତେବେଳେ ଝିଅକୁ ପରଧନ କୁହାଯାଇଛି ତ ପୁଣି କେତେବେଳେ ବୋଝ ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏବେ ଏ ଦେଶ ଏଥିରୁ ଧିରେ ଧିରେ ଦୂରେଇ ଯାଉଛି। ଆଜିକାଲି ଝିଅମାନେ ମଧ୍ୟ ପୁରୁଷଙ୍କ ସହ କାନ୍ଧ ମିଳେଇ ବାଟ ଚାଲୁଛନ୍ତି। ଆଜି ଜାତୀୟ ଡାକ୍ତର ଦିବସରେ ଆସନ୍ତୁ ଏମିତି ଦୁଇ ମହାନ ଡାକ୍ତରଙ୍କ ବିଷୟରେ ଜାଣିନେବା ଯେଉଁମାନେ ଝିଅ ଜନ୍ମ ପାଇଁ ଟଙ୍କାଟିଏ ବି ନିଅନ୍ତି ନାହିଁ।
ଜୋମାଟୋ ଡେଲିଭରି ବୟଙ୍କ ନିଆରା ବର୍ଥ ଡେ’ ସେଲିବ୍ରେସନ। ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିଥିବା ସମସ୍ତ ଗ୍ରାହକଙ୍କୁ ଚକୋଲେଟ୍ ଦେଇ ଜନ୍ମଦିନ ପାଳିଲେ ଡେଲିଭରି ବୟ।
ଇଏ କେମିତିକା ପ୍ରେମ ? ଭଲପାଇଲେ...ବାହା ହେଲେ....ଝିଅ ଜନ୍ମ ହେବା ପରେ ସ୍ତ୍ରୀକୁ ଛାଡିଦେଲେ । ଏବେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ପୁଷ୍ପଲତା । ସ୍ୱାମୀ ଫୋନ୍ କରୁନାହାନ୍ତି...ମାଆ କୋଳରେ ବଞ୍ଚିବାକୁ ଗେଂଜିଛନ୍ତି ମୁଣ୍ଡ ।
ଏକାଧିକ ଅଙ୍ଗଦାନ କରିଗଲେ ଭୁବନେଶ୍ୱରର ପ୍ରସନ୍ନଜିତ ମହାନ୍ତି । ଦୁର୍ଘଟଣାରେ ବ୍ରେନ୍ ଡେଡ୍ ପରେ ଶେଷ ଇଚ୍ଛା ପୂରଣ କଲେ ପତ୍ନୀ ।
ଏମିତି ସରପଂଚଙ୍କୁ ସାଲ୍ୟୁଟ୍ । ଘର ଭିତରେ ଶବରେ ସାଲୁବାଲୁ ହେଉଥିଲେ ପୋକ ...ଗନ୍ଧରେ କେହି ପାଖ ମାଡୁନଥିଲେ । ବାସ୍ ଏଇ ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ ସରପଞ୍ଚ । କାନ୍ଧରେ ଶବ କାନ୍ଧେଇଲେ...ଶ୍ମଶାନ ନେଇ ସଂସ୍କାର କଲେ
କଳିଯୁଗର କୁଳାଙ୍ଗାର ପୁଅ । ପାଠ ପଢାଇବାକୁ ବାପା-ମାଆ ପେଟରେ ଓଦାକନା ଦେଉଥିଲେ..ଭାବିଥିଲେ ଚାକିରି କରିବା ପରେ ଦୁଃଖ ଯିବ । ଏବେ ଚାକିରି କରିବା ପରେ କୋଠାବାଡି ସବୁ ତିଆରି କଲା, ହେଲେ ବାପା ମାଆଙ୍କୁ ପଚାରୁନି । ଏଇ ସାଇକେଲ ଦୋକାନରେ ସକାଳେ ଖଟିଲେ ସଂଧ୍ୟାରେ ଜଳିବ ଚୁଲି
IAS ଅଫିସର୍ ହେବା କଷ୍ଟ ତାହା ଆପଣ ଭଲ ଭାବେ ଜାଣିଥିଲେ। ଜଣେ ଅନାଥ ଆଶ୍ରମରେ ପାଳନ ପାଳନ ହୋଇ ଏହି ପଦବୀ ହାସଲ କରିବା କଥା ଭାବିଲେ ନିଶ୍ଚବ ଅବିଶ୍ୱାସ ଲାଗେ। କିନ୍ତୁ ଏହା କରି ଦେଖେଇଛନ୍ତି ଅବଦୁଲ୍।
ଉଭୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ସୁଧାର କେନ୍ଦ୍ର ପରିଚାଳକ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ କଥା ନୁହେଁ। ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାର ପିଲଖୁଆର ବାସିନ୍ଦା ଆଶନା ଚୌଧୂରୀ UPSC CSE 2022 ପରୀକ୍ଷାରେ ସଫଳତା ପାଇଁ ଏହା କରି ଦେଖେଇଛନ୍ତି। ତାଙ୍କ ରୂପ ଦେଖିଲେ ଆପଣ ବି ପାଗଳ ହୋଇଯିବେ।
ଇଏ ବି ଜଣେ ବାପା । ପିଲାଙ୍କୁ ମଣିଷ କରିବାକୁ ନିଜେ ଭୋକରେ ରହୁଥିଲେ...ଏବେ ସେହି ପିଲା ୟାଙ୍କୁ ପର କରିଦେବାରୁ ବୃଦ୍ଧାଶ୍ରମ ହିଁ ଏମାନଙ୍କର ଠିକଣା । ଏତେ କଷ୍ଟରେ ଥିଲେ ବି ପୁଅ ବୋହୂଙ୍କ ବିପକ୍ଷରେ ପଦେ କହୁନାହାନ୍ତି...ବରଂ ଆଶ୍ରମରୁ ଦେଉଛନ୍ତି ଆଶୀର୍ବାଦ
ହଠାତ୍ ଚାଲିଗଲେ ସ୍ୱାମୀ । ୬ ପିଲାଙ୍କ ପେଟରେ ଦାନା ଦେବାକୁ ଦିନରାତି ଏକ କରି ପର ଦୁଆରେ ମୂଲ ଲାଗୁଛି ମାଆ । ଦିବ୍ୟାଙ୍ଗ ଝିଅ ଥିବା ପରେ ବି ମିଳୁନି ସରକାରୀ ସହାୟତା । ସକାଳେ ନଖଟିଲେ ସଂଧ୍ୟାରେ ଜଳୁନି ଚୁଲି ।
ଦୃଷ୍ଟିବାଧିତ ହେବା ପରେ ବି ହାର୍ ମାନି ନାହାନ୍ତି । ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି....ଗୀତ ଗାଇ ରୋଜଗାର କରୁଛନ୍ତି ଟଙ୍କା । କହୁଛନ୍ତି, ଆଖି ଥିଲେ କେବଳ ରୋଜଗାର କରିବା ସମ୍ଭବ ଭାବିବା ଭୁଲ୍
ପ୍ରଥମେ ରାମଲାଲ୍ ୨୦୧୯ରେ NEET ପରୀକ୍ଷାରେ ପ୍ରଥମ ପ୍ରୟାସ କରିଥିଲେ । ହେଲେ ସେତେବେଳେ ସେ ସଫଳ ହୋଇପାରିନଥିଲେ । ମୋଟ୍ ୭୨୦ ମାର୍କରୁ ୩୫୦ ମାର୍କ ପାଇଥିଲେ ରାମଲାଲ୍ ।
ବାପା ଯେତେ ଗରିବ ହେଉ କି ନିଶ୍ୱ। ନିଜ ସନ୍ତାନର ସୁନାର ଭବିଷ୍ୟତ ପାଇଁ ଜୀବନକୁ ତିଳ ତିଳ କରୁ ଜାଳୁଥିବା ସେମିତି ଜଣେ ବାପା।
ଝିଅକୁ ପାଠ ପଢାଇବା ପାଇଁ ସମାଜ ସହ ଲଢିବାକୁ ପଛାଇଲେନି ବାପା । ଗୋଡ଼ କଟିଯିବା ସତ୍ତ୍ୱେ ଝିଅର ସାହସର ସାହାରା ହେଲେ । ଯେଉଁ ବସ୍ତିରେ କେହି ସ୍କୁଲ୍ ମାଟି ମାଡ଼ିନଥିଲେ, ମାଟ୍ରିକ ପରୀକ୍ଷାରେ କମାଲ କରିଦେଲେ ସେହି ବସ୍ତିର ଝିଅ ପ୍ରମିଳା । ଅନ୍ତର୍ଜାତୀୟ ପିତୃ ଦିବସରେ ତାଳଚେର ଡେରାମୁଣ୍ଡା ବସ୍ତିର ପ୍ରମିଳା କହିଛନ୍ତି, ଏମିତି ବାପା ସମସ୍ତଙ୍କୁ ମିଳୁ..
ଶହେ ମାନସିକ କରି ପୁଅ ପାଇଥିଲେ। ପାଳି ପୋଷି ବଡ଼ ବାବୁ କଲେ। ହେଲେ ମୁଣ୍ଡକୁ ହାତ ପାଇଯିବା ପରେ ଆଉ ପଚାରୁନି ପୁଅ । ଶେଷରେ ଜରାଶ୍ରମରେ ଯନ୍ତ୍ରଣାରେ ଜିଇଁବାକୁ ବାଧ୍ୟ ହେଉଛନ୍ତି ବାପା। ଅନ୍ତର୍ଜାତୀୟ ପିତୃ ଦିବସରେ ଜରାଶ୍ରମରେ ଥିବା ବାପା, ହତାଦର କରି ଘରୁ ତଡ଼ିଦେଇଥିବା ପୁଅର ମଙ୍ଗଳ ମନାସିଛନ୍ତି
ଶହେ ମାନସିକ କରି ପୁଅ ପାଇଥିଲେ। ପାଳି ପୋଷି ବଡ଼ ବାବୁ କଲେ। ହେଲେ ମୁଣ୍ଡକୁ ହାତ ପାଇଯିବା ପରେ ଆଉ ପଚାରୁନି ପୁଅ । ଶେଷରେ ଜରାଶ୍ରମରେ ଯନ୍ତ୍ରଣାରେ ଜିଇଁବାକୁ ବାଧ୍ୟ ହେଉଛନ୍ତି ବାପା। ଅନ୍ତର୍ଜାତୀୟ ପିତୃ ଦିବସରେ ଜରାଶ୍ରମରେ ଥିବା ବାପା, ହତାଦର କରି ଘରୁ ତଡ଼ିଦେଇଥିବା ପୁଅର ମଙ୍ଗଳ ମନାସିଛନ୍ତି
ବାପା ତ୍ୟାଗ ଓ ଆଶିଷର ପ୍ରତୀକ । ବାପା ପରିବାରର ମେରୁଦଣ୍ଡ ସନ୍ତାନଙ୍କ ପାଇଁ ସୁପର ହିରୋ । ୮୦ ବର୍ଷ ବୟସରେ ଦୃଷ୍ଟିବାଧିତ ପୁଅର ସେବା କରୁଛନ୍ତି ଜୟପୁରର ଅର୍ଜୁନ ସେନାପତି । ସେହିପରି ଭେଣ୍ଡିଆ ପୁଅକୁ ହରାଇଥିଲେ ମଧ୍ୟ ଛାତିକୁ ପଥର କରି ବାପା ମାଆ ଛେଉଣ୍ଡ ପିଲାଙ୍କ ସାହାରା ପାଲଟିଛନ୍ତି ଆଉଜଣେ ବାପା । ବିଶ୍ୱ ପିତୃ ଦିବସରେ ଦେଖିବା ମହାନ ବାପାଙ୍କର ସେବା ଓ ସମର୍ପଣର କାହାଣୀ...