• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରଖେ ହରି ତ ମାରେ କିଏ । ଦୀର୍ଘ ୧୮ ବର୍ଷ ପରେ ନିଜ ସ୍ତ୍ରୀକୁ ପାଇ ଖୁସିରେ ଆତ୍ମହରା ସ୍ୱାମୀ । ଆଉ ପୁଅ ଝିଅ ନିଜ ମାଆକୁ ପାଇ ଭାବବିହ୍ୱଳ । ବିଶ୍ୱାସ କରିପାରୁ ନାହାନ୍ତି ସତରେ ତାଙ୍କ ମାଆ ତାଙ୍କ ପାଖକୁ ଫେରି ଆସିଛନ୍ତି । ଆଜିକୁ ପ୍ରାୟ ୧୮ ଵର୍ଷ ତଳେ କଟକ ଜିଲ୍ଲା ନେମାଳ କୁଆଁଢଳ ଗାଁରୁ କୁଆଡ଼େ ଚାଲିଯାଇଥିଲେ ଜଣେ ମହିଳା । ଏହାରି ଭିତରେ ମହାମାରୀଠୁ ନେଇ ବାତ୍ୟା ପର୍ଯ୍ୟନ୍ତ ବଡ଼ ବିପର୍ଯ୍ୟୟ ଆସିଛି ଓ ମୃତ୍ୟୁର ତାଣ୍ଡବ ରଚିଚାଲିଯାଇଛି । ହେଲେ ଏକ ଏଟିଏମ ପାଖରେ ସେ ବିତାଇଦେଇଛନ୍ତି ଜୀବନର ଅଧା ସମୟ ।

ନିଖୋଜ  ହେବା ନେଇ ଖବର ମିଳିଲାକି, ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଉପରେ ଗାଡି ଚଢିଯାଇଛି, ହେଲେ ସେ ନିଖୋଜ ଉର୍ମିଳା ନଥିଲେ । ବର୍ଷ ପରେ ବର୍ଷ ବିତିଯାଇଥିଲା ହେଲେ ପୁରା ପରିବାର ଉର୍ମିଳାଙ୍କୁ ଖୋଜି ନୟାନ୍ତ ହୋଇଥିଲେ । ନିଖୋଜର ୧୨ ବର୍ଷ ବିତିଯାଇଥିବାରୁ ଶେଷରେ ଗାଁ ପୂଜକଙ୍କ ପରାମର୍ଶ କ୍ରମେ ଶୁଦ୍ଧିକ୍ରିୟା ପାଇଁ ଯୋଜନା କଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଉର୍ମିଳାଙ୍କୁ ଏବେ ତାଙ୍କ ପରିବାର ଲୋକେ ପାଇଛନ୍ତି ।

ଆଠଗଡ ତିଗିରିଆର ଏକ ସ୍ଥାନରେ ଜଣେ ବୃଦ୍ଧା ଦୀର୍ଘ ବର୍ଷ ହେବ ପଡି ରହିଥିବା ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପର ସଦସ୍ୟ ଖବର ପାଇଥିଲେ । ଏହା ପରେ ସେଠାରୁ ଆଣି ଆଶ୍ରମରେ ରଖିଥିଲେ । ପରେ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପ୍ରଥମେ ଝିଅ ଦେଖି ଚିହ୍ନି ପାରିଥିଲେ ଓ ପରିବାର ଲୋକଙ୍କୁ ଦେଖାଇଥିଲେ । ଆଉ ଶେଷରେ କଟକ ନିଆଳି ବ୍ରାହ୍ମଣଝରିଲୋ ଗ୍ରାମରେ ଥିବା ଆଶ୍ରମରେ ପହଞ୍ଚି ଉର୍ମିଳାଙ୍କୁ ଚିହ୍ନିଥିଲେ । ପରେ ସ୍ୱାମୀ ପହଞ୍ଚିବା ପରେ ମନ୍ଦିରରେ ପୁଣି ଥରେ ଉଭୟଙ୍କ ବାହାଘର ହୋଇଥିଲା । ଯାହାକୁ ନେଇ ପୂରା ଅଂଚଳରେ ଜୋର ଧରିଲାଣି ଚର୍ଚ୍ଚା । କିଏ କହୁଛି ଦୁନିଆରେ ଭଗବାନ ନାହାନ୍ତି । ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ନୂଆ ଜୀବନ ଦେଇଥିବା ସେମାନେ ତ ଦେବଦୂତ । 

  • Reported by:
  • DEBASHISH MOHANTY