• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

Basil water for health
ସ୍ୱାସ୍ଥ୍ୟ ପାଇଁ ତୁଳସୀ ପାଣି,ହଜମ କରାଏ ଖାଦ୍ୟ

ହିନ୍ଦୁ ଧର୍ମରେ ତୁଳସୀର ଯେତିକି ଅସ୍ଥା ରହିଛି ସାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ଅଟେ । ସାଧାରଣତଃ ସକାଳର ଆରମ୍ଭ ଉଷୁମ ପାଣି ଓ ଲେମ୍ବୁରୁ କରିବା ଆବଶ୍ୟକ ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ ଏହା ବଦଳରେ ଯଦି ତୁଳସୀ ପତ୍ର ପାଣିର ବ୍ୟବହାର କରାଯାଏ ତେବେ ଅଧିକ ଫଳପ୍ରଦ ହୋଇଥାଏ । ତେଣୁ ତୁଳସୀ ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ ।

Cucumbers for Health
ସ୍ୱାସ୍ଥ୍ୟ ପାଇଁ କାକୁଡ଼ି,ଜାଣନ୍ତୁ ଏହାର ଲାଭଦାୟକ ଗୁଣ

ଶରୀର ପାଇଁ କଞ୍ଚା ପନିପରିବା ଓ ଫଳ ଖାଇବା ଅତ୍ୟ ଲାଭଦାୟକ ଅଟେ । ସେହି ମଧ୍ୟରେ କାକୁଡ଼ି ଶରୀର ପାଇଁ ବହୁ ଉପଯୋଗୀ ଓ ଲାଭଦାୟକ ହୋଇଥାଏ । କାକୁଡ଼ିରେ ବିଭିନ୍ନ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରରେ କ୍ୟାଲୋରୀ, ଚର୍ବି, କୋଲେଷ୍ଟ୍ରଲକୁ କମ୍ କରିଥାଏ । କାକୁଡ଼ିରେ ଅଧିକାଂଶ ଜଳର ପରିମାଣ ଅଧିକ ରହିଥାଏ । ଯାହା ବ୍ୟାୟାମ ପରେ ଡିହାଇଡ୍ରେସନ୍ ରୋକିବାରେ ସାହାଯ୍ୟ କରିଥାଏ ।

Benefits of Banana
ସ୍ୱାସ୍ଥ୍ୟ ପାଇଁ କଦଳୀ,ଜାଣିବା ଏହାର ଲାଭଦାୟକ ଗୁଣ

ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ନିହାତି ଆବଶ୍ୟକ । ପୃଷ୍ଟିକର ଓ ଭିଟାମିନରେ ଭରପୁର ଖାଦ୍ୟ ଖାଇଲେ ଆମ ଶରୀର ସୁସ୍ଥ ରହିଥାଏ । ଫଳ ମଧ୍ୟରେ କଦଳୀ ଏକ ପୃଷ୍ଟିକର ଓ ସୁଷମ ଖାଦ୍ୟ ଅଟେ । କଦଳୀ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର ହୋଇଥାଏ ।  କଦଳୀ ଖାଇବା ଦ୍ୱାରା ରକ୍ତକଚାପ ନିୟନ୍ତ୍ରଣରେ ରହିଥାଏ । ଶରୀରରେ ଇମ୍ୟୁନିଟି ବଢିବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ ।

Benefits of brinjal
ସ୍ୱାସ୍ଥ୍ୟ ପାଇଁ ବାଇଗଣ,ଜାଣିବା ଏହାର ଲାଭଦାୟକ ଗୁଣ

ସବୁଜ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ । ପରିବା ମଧ୍ୟରରେ ବାଇଗଣ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ଅଟେ । ବାଇଗଣରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବରରେ ଭରପୂର ରହିଥାଏ, ଯହା ଫଳରେ କ୍ୟାଲୋରୀ ବହୁତ କମ୍ ଅଟେ । ବାଇଗଣରେ ପଲିଫେନୋଲ ନାମକ ଏକ ପ୍ରାକୃତିକ ଉଦ୍ଭିଦ କମ୍ପାଉଣ୍ଡର ରହିଥାଏ । ଯାହା ଗ୍ଲୁକୋଜ ଅବଶୋଷଣ କରି ଶରୀରରେ ଇନସୁଲିନର ପରିମାଣ ବଢାଇଥାଏ ।

jaleswar
କୋମାରେ ପଡ଼ିଛି ପୁଅ : ଜୀବନ ବଞ୍ଚାଇବା ପାଇଁ ଘର ଘର ବୁଲି ଭିକ ମାଗୁଛି ଦୁଃଖିନୀ ମା’

’ବାବୁ କିଛ ସାହାଯ୍ୟ କର । ମାଆ କିଛି ସାହାଯ୍ୟ କର । ଭାଇମାନେ ମୋ ଛୁଆକୁ ଫେରାଇ ଦିଅ । ପେଟ ଜ୍ୱାଳାରେ ପୁଅ ବାହାରକୁ ଦାଦନ ଖଟିବାକୁ ଯାଇଥିଲା । ହେଲେ ଦଇବ ସହିଲାନି । ଆପଣଙ୍କ ସାହାଯ୍ୟରେ ମୋ ପୁଅ ବଞ୍ଚିଯିବ, ଅପରେସନ ହେବ’ ।

world Arthritis
କାହିଁକି ପାଳନ କରାଯାଏ “ବିଶ୍ୱ ଗଣ୍ଠିବାତ ଦିବସ ”?

ଆର୍ଥ୍ରାଇଟିସ୍‌ ବା ଗଣ୍ଠିବାତ ରୋଗ ଦୀର୍ଘ ସ୍ଥାୟୀ ରୋଗ ବୋଲି ଆମେ ସମସ୍ତେ ଜାଣନ୍ତି। ଛୋଟପିଲାଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଯେ କୌଣସି ବୟସରେ ଏହା ଦେଖାଯାଇପାରେ। ଠିକ୍‌ ସମୟରେ ଚିକିତ୍ସା ଆରମ୍ଭ ନକଲେ ଏହା ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ ଓ ବିକଳାଙ୍ଗତା ବା ଅକର୍ମଣ୍ୟତା ସୃଷ୍ଟିକରେ

gopinath
ରୋଗଶଯ୍ୟାରେ ଭେଣ୍ଡିଆ ପୁଅ : ସାହାଯ୍ୟ କରିବାକୁ ଗୁହାରୀ କରୁଛି ଦୁଃଖିନୀ ମା’

ଆନନ୍ଦପୁର ଉପଖଣ୍ଡ ହରିଡାପାଳ ପଞ୍ଚାୟତ ପାଇକଚାଟ୍ରା ଗାଁର ଦୁଖୀ ଗରିବ ଅସହାୟ ଗୋପୀନାଥ। ବାପା ଉଦୟନାଥ ରାଉତ ଓ ସାବିତ୍ରୀଙ୍କ ଏକମାତ୍ର ସନ୍ତାନ । ଅଭାଵ ଅନାଟନରେ ବଢିଥିବା ଏହି ପୁଅ ରୋଜଗାର ପାଇଁ ଦିନେ ଦାଦନ ଶ୍ରମିକ ସାଜି ବାହାର ରାଜ୍ୟକୁ ପଳାଇଥିଲା । ବାପାମା’ଙ୍କୁ ଶେଷ ସମୟରେ ସାହାରା ଦେବା ପାଇଁ କଠିନ୍ ପରିଶ୍ରମ କରୁଥିଲା

Clove oil for health
ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ତେଲ,ଯନ୍ତ୍ରଣାରୁ ମିଳେ ଉପସମ

ଶରୀରର ବିଭିନ୍ନ ଯନ୍ତ୍ରଣା ପାଇଁ ଲବଙ୍ଗ ତେଲ ବହୁତ ଲାଭଦାୟକ ଅଟେ । ଆୟର୍ବେଦରେ ଲବଙ୍ଗ ଏକ ଔଷଧୀୟ ଦ୍ରବ୍ୟ ଅଟେ । ଲବଙ୍ଗର ତେଲ ଅନେକ ଯନ୍ତ୍ରଣା ଓ ଶରୀର ପିଡ଼ାରୁ ମୁକ୍ତି ଦେଇଥାଏ । ଲବଙ୍ଗ ତେଲରେ ଆଣ୍ଟି ଭାଇରାଲ୍ , ଆଣ୍ଟି ଫଙ୍ଗଲ ଓ ଆଣ୍ଟି ସେପଟିକ୍ ଗୁଣ ରହିଛି । ଯାହା ଶରୀରର ବାତ ପିତ ଓ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ଦେଇଥାଏ ଲବଙ୍ଗ ତେଲ ।

 beautiful and radiant skin tips
ସୁନ୍ଦର ଓ ଉଜ୍ଜଳ ତ୍ୱଚା ପାଇଁ ଚିନ୍ତିତ କି ? ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ସୁନ୍ଦର ତ୍ୱଚା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ବିଭିନ୍ନ ପ୍ରକାର କ୍ରିମ୍‍ ଲଗାଇବା ଠାରୁ ଆରମ୍ଭ କରି ଡାକ୍ତରଙ୍କ ପରାମର୍ଶ କରି ବିଭିନ୍ନ ଔଷଧ ମଧ୍ୟ ଖାଇଥାନ୍ତି। ଆମେ ଘରୋଇ ଉପାୟରେ ନିଜ ଦୈନଦିନ ଜୀବନ କିଛି ଖାଦ୍ୟକୁ ଗୁରୁତ୍ୱ ଦେଇ ସୁନ୍ଦର ଓ ଉଜ୍ଜଳ ତ୍ୱଚା ପାଇପାରିବେ ।

kapalbhati pranayam benefits
ଶରୀର ପାଇଁ ଯୋଗ,ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ କରନ୍ତୁ କପାଳଭାତି

ପ୍ରତିଦିନ ଯୋଗାଭ୍ୟାସ କଲେ ଶରରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ । ତେବେ ଯୋଗ କରିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଯୋଗ ମଧ୍ୟରେ କପାଳଭାତି ପ୍ରାଣାୟମ ଏକ ଶକ୍ତିସାଳୀ ଉଚ୍ଚ ଉଦର ଶ୍ୱାସକ୍ରିୟା ସଂପନ୍ନ ପ୍ରାଣାୟମ ଅଟେ । କପାଳର ଅର୍ଥ ମସ୍ତିଷ୍କ ଓ ଭାତିର ଅର୍ଥ ହେଉଛି ସ୍ୱଚ୍ଛତା । ଅର୍ଥାତ କପାଳଭାତି ଏପରି ଏକ ପ୍ରାଣାୟାମ ଯାହା କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ, ଚିନ୍ତାମୁକ୍ତ ରହିବା ସହ ମସ୍ତିଷ୍କର କାର୍ଯ୍ୟ ସଠିକ୍ ଭାବେ ହୋଇଥାଏ ।

Health Benefits of Pear
ଓଜନ ହ୍ରାସ କରାଏ ନାସପାତି,ଜାଣିବା ଏହାର ଲାଭଦାୟକ ଗୁଣ

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଫଳ ସେବନ ଅତ୍ୟନ୍ତ ଜରୁରୀ ଅଟେ । ଫଳରୁ ଶରୀରକୁ ବିଭିନ୍ନ ଭିଟାମିନ୍ ମିଳିଥାଏ । ସେହିପରି ଏକ ଫଳ ହେଉଛି ନାସପାତି । ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ନାସପାତି । ନାସପାତିରେ କ୍ୟାଲୋରୀ ପରିମାଣ ବହୁତ କମ୍, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ପ୍ରଚୁର ପରିମାଣରେ ଫାଇବରର ଅଛି ଯାହା ହଜମ ଶକ୍ତି ବଢ଼ାଇଥାଏ ।

  • Saturday, 09 October 2021
Benefits of  Bay leaf
ସ୍ୱାସ୍ଥ୍ୟ ପାଇଁ ତେଜପତ୍ର,ଜାଣିବା ଏହାର ଚମତ୍କାରୀ ଗୁଣ

ଘରେ ରୋଷେଇ ପାଇଁ ବିଭିନ୍ନ ମସଲା ଓ ପତ୍ର ବ୍ୟବହାର କରାଯାଇଥାଏ ଓ ଏହା ଦ୍ୱାରା ଖାଦ୍ୟର ସ୍ୱାଦ ଦୁଇ ଗୁଣିତ ହୋଇଥାଏ । କିନ୍ତୁ ଖାଦ୍ୟର ସ୍ୱାଦ ବଢେଇବା ସହ ଏହା ସ୍ୱାସ୍ଥ୍ୟ ପାଇଁ ଏହା ହିତକର ଅଟେ । ସେହିଭଳି ଗୋଟିଏ ମସଲା ହେଉଛି ତେଜପତ୍ର ,ଯାହାକୁ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ । ଏହା ଖାଇବାର ବାସ୍ନାକୁ ବଢାଇବା ସହିତ ଏଥିରେ ଥିବା ପୋଷକତତ୍ୱ ଶରୀର ପାଇଁ ହିତକର ଅଟେ ।

Keep the bones strong
ହାଡ଼କୁ ରଖନ୍ତୁ ମଜବୁତ୍,ଏହିସବୁ ଖରାପ ଅଭ୍ୟାସଠାରୁ ଦୂରେଇ ରହନ୍ତୁ

ସୁସ୍ଥ ଶରୀର ପାଇଁ ହାଡ଼ ମଜବୁତ୍ ରହିବା ଦରକାର । ମଣିଷର ହାଡ଼ ୨୫ ବର୍ଷ ପର୍ଯ୍ୟନ୍ତ ମଜବୁତ ରହିଥାଏ । ଏହାପରେ ଶରୀରରେ କ୍ୟାଲସିୟମ କମିବାକୁ ଲାଗିଥାଏ । କ୍ୟାଲସିୟମ ଅଭାବରୁ ଆପଣ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି । ଛୋଟ ପିଲାଙ୍କ ଶରୀରରେ ହାଡ଼ର ବିକାଶ କରିବା ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ ଓ ଭିଟାମିନ-ଡି ର ସଠିକ ମାତ୍ର ମଧ୍ୟ ଦେବା ଉଚିତ । ଭିଟାମିନ ଡି କ୍ୟାଲସିୟମକୁ ସଠିକ ମାତ୍ରାରେ ଶରୀରରେ ପହଞ୍ଚାଇବା ପାଇଁ କାମ କରିଥାଏ । ହାଡ଼କୁ ମଜବୁତ କରିବା ପାଇଁ ଏହି ସବୁ ଉପାୟ ଅବଲମ୍ବୋନ କରନ୍ତୁ ।

how to keep your eyes healthy
ଆଖି ତଳର କଳାଦାଗ ପାଇଁ ଚିନ୍ତିତ କି? ଜାଣିବା ଏହାର ଘରୋଇ ଉପଚାର

ଶରୀର ମଧ୍ୟରେ ଆଖି ହେଉଛି ଆମର ସବୁଠାରୁ ସୌନ୍ଦର୍ଯ୍ୟମୟ ଅଙ୍ଗ । ତେବେ ଆଖିର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବହୁବାର ଆମେ ଡାକ୍ତରଙ୍କୁ ପରାମର୍ଶ ନେଇଥାଉ । ତେବେ ଘରୋଇ ଉପଚାର ଦ୍ୱାରା ଆମେ ଆଖିର ଯତ୍ନ ନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାର ଘରୋଇ ଉପଚାର ।

Lack of sleep cause heart attack
ନିଦ୍ରାହୀନତା ହୃଦଘାତର କାରଣ ହୋଇପାରେ

ଦିନକୁ ଦିନ ବଢୁଥିବା ଚାପ ଓ ମହାମାରୀ କାରଣରୁ ଘରେ ରହିବାକୁ ବାଧ୍ୟ ହେବା ଆମ ନିଦକୁ ଅଧିକ ପ୍ରଭାବିତ କରିଛି। ଭଲ ନିଦ ଅଭାବରୁ ଆମେ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରୁ, ଏହା ଆମ ହୃଦୟକୁ ମଧ୍ୟ ବହୁତ ପ୍ରଭାବିତ କରିଥାଏ। ବିଶେଷଜ୍ଞମାନେ ନିର୍ଦ୍ଦେଶ ଦେଇଛନ୍ତି ଯେ ରାତିରେ ୭ ରୁ ୧୦ ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ଶରୀ ନିଜକୁ ସୁସ୍ଥ କରାଏ।

Drinking tea every day can be harmful
ପ୍ରତିଦିନ ପିଉଛନ୍ତି କି 'ଚା',ଶରୀର ପାଇଁ ହୋଇପାରେ କ୍ଷତିକାରକ

ସକାଳୁ ଉଠିଲେ ଆଗ ସମସ୍ତେ 'ଚା' ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ପହଞ୍ଚାଇଥାଏ । ପ୍ରତିଦିନ କ୍ଷୀର 'ଚା' ପିଇବା ଦ୍ୱାରା ଶରୀରକୁ ବହୁ କ୍ଷତି ପହଞ୍ଚାଇ ଥାଏ । ତେବେ ଚାଲନ୍ତୁ ଜାଣିବା 'ଚା' ପିଇବା ଦ୍ୱାରା ଶରରୀର କଣ କ୍ଷତି ହୋଇଥାଏ ।

World Heart Day
ଆଜି ହେଉଛି ବିଶ୍ୱ ହୃତପିଣ୍ତ ଦିବସ

ଆଜି ହେଉଛି ବିଶ୍ୱ ହୃତପିଣ୍ଡ ଦିବସ । ଲୋକଙ୍କୁ ହୃତପିଣ୍ଡ ଓ ହୃଦରୋଗ ବିଷୟରେ ସତର୍କ କରାଇବା ପାଇଁ ୨୦୦୦ ମସିହାଠାରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହେଉଛି । ବିଶ୍ୱରେ ପ୍ରତିବର୍ଷ ହୃଦରୋଗ ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଏହି ଅବସରରେ ସଚେତନାର ବାର୍ତ୍ତା ଦେଇଛି କେୟାର ହସ୍ପିଟାଲ

yoga for a health
ସୁସ୍ଥ ଶରୀର ପାଇଁ ଯୋଗାସନ,ଜାଣିବା ବିଭିନ୍ନ ଯୋଗାସନ ବିଷୟରେ

ଯୋଗ ଦ୍ୱାରା ବହୁ ରୋଗର ଉପସମ ହୋଇଥାଏ । ବର୍ତ୍ତମାନ ଏହି କରୋନାର ମହାମାରୀ ସମୟରେ ଶରୀର ପାଇଁ ଯୋଗ ବହୁତ ଲାଭଦାୟକ ଅଟେ । ଯୋଗାସନ ଦ୍ୱାରା ଆମ ଶରୀରର ଅମ୍ଳଜାନ ସ୍ତର ଠିକ ରହିବା ସହିତ ଗୋଟିଏ ସୁସ୍ଥ ଶରୀର ମଧ୍ୟ ମିଳିପାରିବ । ଆସନ୍ତୁ ଜାଣିବା ବିଭିନ୍ନ ଯୋଗାସନ ବିଷୟରେ ।

Cornflakes
ଜଳଖିଆରେ ଖାଉଛନ୍ତି କର୍ଣ୍ଣ୍,ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ସକାଳ ଜଳଖିଆଠୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ଠିକ୍ ଭାବେ ଡାଏଟ୍ ନେବା ଦରକାର । ବିଶେଷ କରି ଓଜନ କମାଇବା ପାଇଁ ପ୍ରତିଦିନ ଜଳଖିଆରେ କର୍ଣ୍ଣ୍ ଫ୍ଲେକ୍ସ ଖାଇବା ଦିନକୁ ଦିନ ବୃଦ୍ଧି ପାଇଛି । କର୍ଣ୍ଣ୍ ଫ୍ଲେକ୍ସ ଆମ ଭାରତୀୟ ଡାଏଟରେ ଏକ ବଡ଼ ଖାଦ୍ୟ ଭାବେ ସାମିଲ କରାଯାଏ । ତେବେ ଏହାକୁ ଖାଇବା ଦ୍ୱାରା ଶରୀରର ବହୁ ଲାଭ ସହତ ଅନେକ ପ୍ରକାରର କ୍ଷତି ମଧ୍ୟ ହୋଇପାରେ।

Cycling every day
ପ୍ରତିଦିନ ଚଲାନ୍ତୁ ସାଇକେଲ,ଫିଟ୍ ରହିବ ଶରୀର

ପ୍ରତିଦିନ ସକାଳୁ ସାଇକେଲ ଚଲାଇବା ଏକ ବଡ଼ ବ୍ୟାୟାମ୍ ଅଟେ । ଶରୀର ପାଇଁ ଏହା ବହୁତ ଲାଭଦାୟକ ଅଟେ । ପ୍ରତିଦିନ ୩୦ ମିନିଟରୁ ଅଧିକ ସାଇକେଲ ଚଲାଇବା ଦ୍ୱାରା ଶରୀରରେ ଓଜନ କମ୍ ହେବା ସହିତ ବିଭିନ୍ନ ରୋଗ ମଧ୍ୟ ଭଲ ହୋଇଯାଇଥାଏ ।

Want to lose weight?
ଓଜନ କମେଇବାକୁ ଚାହୁଁଛନ୍ତି କି ? ଆପାଣାନ୍ତୁ ଏହି ଉପାୟ

ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ସକାଳର ବ୍ୟାୟାମ ସହିତ କିଛିଟା ଡ୍ରିଙ୍କ୍ସ କିମ୍ବା ପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ଏହି ପାନୀୟ ଆପଣଙ୍କ ଶରୀରର କ୍ୟାଲୋରୀକୁ ନଷ୍ଟ କରି ମେଟାବୋଲିଯିମକୁ ବଢ଼ାଇ ଓଜନକୁ ନିୟନ୍ତ୍ରଣ କରିବ ।

Night bath
ରାତ୍ରୀ ସ୍ନାନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ,ଜାଣନ୍ତୁ ଏହାର ଫାଇଦା

ସକାଳ ସମୟରେ ଗାଧୋଇବା ହେଉଛି ଗୋଟିଏ ଭଲ ଅଭ୍ୟାସ, ଯେଉଁ କାରଣରୁ ଆପଣ ସାରା ଦିନ ସତେଜ ଅନୁଭବ କରନ୍ତି । କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ ।

Benifits of Rosted kala chana
ସ୍ୱାସ୍ଥ୍ୟ ପାଇଁ ବୁଟ ଭଜା,ମୋଟାପଣକୁ ନିୟନ୍ତ୍ରଣ କରେ

ବୁଟ ଭଜା ଖାଇବାକୁ ଯେତିକି ସୁଆଦିଆ ଲାଗେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ହିତକର । ବୁଟ ଭଜାରେ ପ୍ରୋଟିନ,ଫାଇବର,ମ୍ୟାଗନେସିୟମ ଓ କ୍ୟାଲସିୟମ୍ ଭଳି ଜରୁରୀ ପୋଷକତତ୍ତ୍ୱ ରହିଛି । ଏଥିରେ ରହିଥିବା ଭିଟାମିନ ଓ ମିନେରାଲସ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

Pharmasist
ଡାକ୍ତର ନାହାନ୍ତି, ଏବେ ଫାର୍ମାସିଷ୍ଟ ହିଁ ସାହା ଭରସା

ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉଦ୍‌ବେଗଜନକ ସ୍ଥିତି । ଡାକ୍ତରଙ୍କ ଅନୁପସ୍ଥିତିରେ କାମ ଚଳାଇବେ ଫାର୍ମାସିଷ୍ଟ୍ ! ସେମାନଙ୍କ ହାତରେ ରୋଗୀ ସେବାର ଅଧିକ ଦାୟିତ୍ୱ ।

Benefits of chikoo (Sapota) fruit
ଦୃଷ୍ଟି ଶକ୍ତି ବଢାଏ ସପେଟା, ଜାଣନ୍ତୁ ଏହାର ଲାଭଦାୟକ ଗୁଣ

ଆଜିକାଲି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀରକୁ ଫିଟ୍‌ ରଖିବା ନିତାନ୍ତ ଜରୁରୀ । ନିୟମିତ ଫଳ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ସେହିପରି ଏକ ଲାଭଦାୟକ ଫଳ ହେଉଛି ସପେଟା । ଚାଲନ୍ତୁ ଜାଣିବା ସପେଟାର ଲାଭଦାୟକ ଗୁଣ ବିଷୟରେ ।