• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

vitamin d for health
ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍-ଡି, ଜାଣି ରଖନ୍ତୁ କିଛି ଘରୋଇ ଉପଚାର

ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍-ଡି ଶିଶୁମାନଙ୍କ ଶରୀରକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପିଲାମାନେ ଜନ୍ମରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଭିଟାମିନ୍-ଡି ଆବଶ୍ୟକ ହୋଇଥାଏ । ଏହି କାରଣରୁ ଡାକ୍ତରମାନେ ପିଲାମାନଙ୍କୁ ୧୫ ମିନିଟ୍ ପାଇଁ ହାଲୁକା ସୂର୍ଯ୍ୟ କିରଣ ଦେଖାଇବାକୁ କୁହନ୍ତି। ଶରୀରରେ ଥିବା ଅନ୍ୟ ଭିଟାମିନ୍ ଅବଶୋଷଣ ପାଇଁ ଭିଟାମିନ୍ ଡି ମଧ୍ୟ ଆବଶ୍ୟକ ।

Don't you have a good night's sleep?
କଣ ଆପଣଙ୍କୁ ରାତିରେ ଭଲ ନିଦ ହେଉନାହିଁ ? ଆପଣାନ୍ତୁ ଏହି ଉପାୟ

ଖୁବ୍ ପୁରୁଣା ଯୁଗରୁ ରାତିରେ ଶୋଇବା ପୁର୍ବରୁ ଉଷୁମ୍ କ୍ଷୀର ପିଇ ଶୋଇବାକୁ କୁହାଯାଇଛି । କୁହାଯାଏ ଯେ ଏହାଦ୍ୱାରା ଦିନ ସାରାର ଥକା ଦୁର ହୋଇଥାଏ ଓ ଭଲ ନିଦ ହୋଇଥାଏ । ବର୍ତ୍ତମାନ୍ ଆମେରିକାର ବୈଜ୍ଞାନିକ ମାନେ ଏହାକୁ ନେଇ କରିଥିବା ଗବେଷଣା ରେ କହିଛନ୍ତି ଯେ ଦୁଗ୍ଧ ରେ ଟ୍ରିପ୍ଟଫାନ୍ ନାମକ ତତ୍ତ୍ଵ ରହିଛି , ଯାହା ନିଦ ଠିକ୍ ଭାବରେ କରାଇ ଥାଏ ଓ ମାନସିକ ଚାପ କମାଇ ଥାଏ ।

Seasonal Upcoming Disorder
ନିଜକୁ ଫିଟ୍ ରଖିବାକୁ ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

ଋତୁ ପରିବର୍ତ୍ତନ ସହିତ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ବର୍ତ୍ତମାନ ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ନିଜ ଶରୀରରେ ବଜାୟ ରଖିବା ନିହାତି ଆବଶ୍ୟକ । କିନ୍ତୁ କରୋନା ସମୟର ଲୋକ ନିଜ ରୋଗ ପ୍ରତିରୋଧକ ଶକ୍ତି ପାଇଁ ସଚେତନ ରହିବା ସହ ସଚେତନ ରହୁଛନ୍ତି। ତେବେ ଋତୁ ପରିବର୍ତ୍ତନ ଅନୁସାରେ ଆମକୁ ସତର୍କ ରହିବାକୁ ପଡ଼ିବ।

vitamin B12 is important for the body
ଶରୀର ପାଇଁ କାହିଁକି ଜରୁରୀ ଭିଟାମିନ B12, ଆସନ୍ତୁ ଜାଣିବା

ଭିଟାମିନ B12 ଆମ ଶରୀର ପାଇଁ ଗୋଟିଏ ଅତ୍ୟନ୍ତ ଜରୁରୀ ପୋଷାକ ତତ୍ୱ ଓ ଏହାଦ୍ୱରା ଅନେକ ରୋଗରୁ ଆରାମ ମିଳିଥାଏ ଏହା ଡିଏନଏ ପ୍ରସ୍ତୁତ କରିବା ସହିତ ଆମର ଶରୀରର ସେଲସ ଗୁଡିକୁ ଶକ୍ତି ପ୍ରଦାନ କରିଥାଏ l ଭିଟାମିନ B12 ଶରୀରରୁ କମିବା ଦ୍ୱାରା ଅନେକ ଗୁଡିଏ ରୋଗର ଉତ୍ପତି ହୋଇଥାଏ ।

your blood oxygen levels right
ରକ୍ତରେ ଅକ୍ସିଜେନ ସ୍ତରକୁ ଠିକ୍ ରଖିବା ପାଇଁ ଏହି ସବୁ ଖାଦ୍ୟ ଖଆନ୍ତୁ

ବର୍ତ୍ତମାନ ସମୟରେ କରୋନା ମହାମାରୀ ଓ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହେଉଥିବା ଅଧିକାଂଶ ଲୋକଙ୍କ ମଧ୍ୟରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ବର୍ତମାନ ଗବେଷକ ମାନେ ଏଭଳି ଗବେଷଣା ଆରମ୍ଭ କରିଛନ୍ତି ଯାହାଦ୍ୱାରା ଖାଦ୍ୟ ମାଧ୍ୟମରେ ରକ୍ତରେ ଅକ୍ସିଜେନ ସ୍ତର ଠିକ ରଖାଯାଇ ପାରିବ । ବିଶେଷଜ୍ଞ ମାନଙ୍କ ଅନୁସାରେ ଏହି ପରିସ୍ଥିତି ରେ ଅକ୍ସିଜେନ ଯୁକ୍ତ ଖାଦ୍ୟ ଖାଇବା ହେଉଛି ଗୋଟିଏ ମାତ୍ର ବିକଳ୍ପ ।

Drinking coffee is good or bad
ସକାଳୁ କଫି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ଜାଣନ୍ତି କି ?

ଆମ ମଧ୍ୟରୁ ଅଧିକାଂଶ କଫି ନପିଇଲେ ସକାଳେ ନିଦରୁ ଉଠନ୍ତି ନାହିଁ। କଫି ପିଇଲେ ନିଦ ହୁଏ ନାହିଁ ଓ ଶରୀରରେ ନୂଆ ଶକ୍ତି ମିଳେ। ଏହାର କାରଣ ହେଉଛି କଫିରେ ମିଳୁଥିବା କେଫିନ୍। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ଦିନରେ ଅଧିକ କଫି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଯଦି ଏହା ସଠିକ୍ ପରିମାଣରେ ପିଅନ୍ତି ତାହେଲେ ଏହାର ଅନେକ ଲାଭ ମଧ୍ୟ ମିଳିପାରେ।

benifits of jaggery
ସ୍ୱାସ୍ଥ୍ୟ ପାଇଁ ଗୁଡ଼, ଜାଣନ୍ତୁ ଏହାର ୫ଟି ଫାଇଦା

ଯେତେବେଳେ ବିଶୋଧିତ ଚିନି ସହିତ ଗୁଡକୁ ତୁଳନା କରାଯାଇଥାଏ, ଗୁଡ ଏକ ସ୍ୱାସ୍ଥ୍ୟକର ବିକଳ୍ପ ହୋଇଥାଏ, କାରଣ ଏହା ଆପଣଙ୍କୁ ଚିନି ଅପେକ୍ଷା ଅଧିକ ଲାଭ ଦେଇଥାଏ। ଖାଇବାରେ ଚିନି ବଦଳରେ ଗୁଡ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ।

Vitamin C has many health benefits
'ଭିଟାମିନ-C'ରେ ରହିଛି ସ୍ଵାସ୍ଥ୍ୟ ପାଇଁ ଅନେକ ଉପକାରିତା

ଅନେକ ଲୋକ ଭିଟାମିନ୍ ପାଇଁ କେତେ ପ୍ରକାରର ଔଷଧ ଜାତୀୟ ଖାଦ୍ୟ ସେବନ କରନ୍ତି । କିଏ ଶରୀରର ପାଇଁ ତ ଆଉ କିଏ କେଶ ପାଇଁ ବ୍ୟବହାର କରନ୍ତି । କିନ୍ତୁ 'ଭିଟାମିନ-c' ଅନେକ ସମସ୍ୟାର ସମାଧାନ ସହ ସମୃକ୍ତ । 'ଭିଟାମିନ-C'ରେ ରହିଛି ସ୍ଵାସ୍ଥ୍ୟ ପାଇଁ ଅନେକ ଉପକାରିତା । ଯାହା ବିଷୟରେ ଜାଣିବା ନିହାତି ଦରକାର

rotten bananas
ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ସଢିଯାଇଥିବା କଦଳୀ

ପ୍ରାୟତଃ ଯେତେବେଳେ ଆପଣ ବଜାରରୁ କଦଳୀ ଆଣନ୍ତି, ତାହା ଦିନେ କିମ୍ବା ଦୁଇ ଦିନ ରହିଲା ପରେ ସଢି ଯାଇଥାଏ । ତାହା ଉପରେ କଳା ଦାଗ ଦେଖାଦେଇଥାଏ । ତେଣୁ ତାହାକୁ ଆମେ ଖରାପ ଭାବି ଫିଙ୍ଗିଦେଇଥାଉ, କିନ୍ତୁ ଆପଣ ଜାଣନ୍ତି କି ଯାହାକୁ ଆପଣ ପ୍ରକୃତରେ ଖରାପ ଭାବନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

sneeze in the morning
ସକାଳୁ ଉଠିଲା ମାତ୍ରକେ ହେଉଛିକି ଛିଙ୍କ : ହୋଇଯାଆନ୍ତୁ ସାବଧାନ

ତାପମାତ୍ରା ବଦଳିବା ଦ୍ୱାରା ଅଧିକାଂଶ ସମୟ ସକାଳୁ ଉଠିଲା ମାତ୍ରକେ ଛିଙ୍କ ହୋଇ ନାକରୁ ପାଣି ବାହାରିବା ସହିତ ଆଖି ମଧ୍ୟ ନାଲି ହୋଇ ଯାଇଥାଏ । ଏମିତିରେ ଛିଙ୍କିବା ଏଲର୍ଜୀରୁ ଦୁରେଇ ରହିବାର ଏକ ସ୍ୱାଭାବିକ ପ୍ରକ୍ରିୟା ଅଟେ ,ଯାହାଦ୍ୱାରା ଶରୀରରେ ରହିଥିବା ଏଲର୍ଜୀ ବାହାରକୁ ସହଜରେ ବାହାରି ଯାଇଥାଏ । କିନ୍ତୁ ପ୍ରତେକ ଦିନ ସକାଳୁ ଉଠିବା ମାତ୍ରକେ ଯଦି ୪ -୫ଥର ଛିଙ୍କ ହେଉଛି ତେବେ ଏଭଳି ଏଲର୍ଜୀ ସମସ୍ୟା ଶରୀର ପାଇଁ ଠିକ ନୁହେଁ ।

Excess protein is harmful to the body
ଅଧିକ ପ୍ରୋଟିନ୍ ଶରୀର ପାଇଁ କ୍ଷତିକାରକ, ଜାଣନ୍ତୁ କେତେ ପ୍ରୋଟିନ୍ ଖାଇବା ଉଚିତ୍

ଉତ୍ତମ ସ୍ୱାସ୍ଥ୍ୟ ପାଇଁ, କେବଳ ପୁଷ୍ଟିକର ଖାଦ୍ୟ ନୁହେଁ, ଆମକୁ ଏହା ସହିତ ପ୍ରୋଟିନ୍ ମଧ୍ୟ ନେବାକୁ ପଡିବ । ଆମ ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ମାଂସପେଶୀ ସହିତ କୋଷର ବିକାଶ ପାଇଁ ପ୍ରୋଟିନ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହାକୁ ସଠିକ୍ ପରିମାଣରେ ନେବା ଆବଶ୍ୟକ କାରଣ । ଆବଶ୍ୟକତାରୁ ଅଧିକ ପ୍ରୋଟିନ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

The Golden Blood is found in only 43 people
କେବଳ ୪୩ଜଣଙ୍କ ଠାରେ ଦେଖିବାକୁ ମିଳେ ଏହି ଗୋଲ୍ଡେନ୍‌ ବ୍ଲଡ୍

ସାଧରଣତଃ ସମସ୍ତେ ଜାଣନ୍ତି ଯେ ବ୍ଲଡ୍‌ ଗ୍ରୁପ କେବଳ ଚାରିଟି ରହିଛି । କିନ୍ତୁ ଏପରି ଏକ ବ୍ଲଡ ଗ୍ରୁପ ମଧ୍ୟ ଅଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି । କାରଣ ଏହି ବ୍ଲଡ୍‌ ଗ୍ରୁପ ଖୁବ୍ କମ୍ ଲୋକଙ୍କଠାରେ ହିଁ ଦେଖିବାକୁ ମିଳିଥାଏ । ଏହି ମୂଲ୍ୟବାନ ଗୋଲ୍ଡେନ୍‌ ବ୍ଲଡ କେବଳ ଖୁବ୍‌ ଅଳ୍ପ ଲୋକ ଅର୍ଥାତ୍‌ ପୁରା ବିଶ୍ୱରେ କେବଳ ୪୩ ଜଣଙ୍କଠାରେ ଦେଖିବାକୁ ମିଳିଛି ।

eat horsgram dal
ଶୀତଦିନରେ ଖାଆନ୍ତୁ ‘କୋଳଥ ଡାଲି’, ମିଳିବ ଅନେକ ଫାଇଦା

ଡାଲି ହେଉଛି ପ୍ରୋଟିନର ଗୋଟିଏ ବଡ ସ୍ରୋତ । ତା ସହିତ ଏହା ଅନେକ ପୋଷାକ ତତ୍ତ୍ୱରେ ଭରପୁର ଅଟେ । ବିଭିନ୍ନ ଡାଲି ମାନଙ୍କ ମଧ୍ୟରୁ 'କୋଳଥ ଡାଲି' ହେଉଛି ଶରୀର ପାଇଁ ଓ ଶୀତଋତୁରେ ଖୁବ ହିତକର । ଆଜି ଜାଣିବା 'କୋଳଥ ଡାଲି' ଶରୀର ପାଇଁ କେତେ ଉପକାରୀ ଅଟେ ।

patient
୨ବିଶେଷଜ୍ଞ ଡାକ୍ତରଙ୍କୁ କରୋନା, ପ୍ରସୂତୀ ବିଭାଗରେ ଅଚଳାବସ୍ଥା

ବ୍ୟାପକ ଭିତ୍ତିଭୂମି ଥାଇ ଚାରିଆଡ଼ ଏବେ ଖାଁ ଖାଁ । ମାତ୍ର ୭ଦିନ ପୂର୍ବରୁ ଏଠି ପ୍ରସୂତୀ ମହିଳା ଙ୍କ ଚିକିତ୍ସା ଠିକ୍ ଠାକ୍ ଚାଲିଥିଲା । ହେଲେ ପ୍ରଥମେ ଜଣେ ବିଭାଗୀୟ ବିଶେଷଜ୍ଞ ଡାକ୍ତର ଓ ପରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାରୁ ଅଚଳ ହୋଇପଡିଛି ସ୍ତ୍ରୀ ଓ ପ୍ରସୂତୀ ବିଭାଗ ।

Dried ginger for health
ଶୀତଋତୁରେ ବେଶ ଉପଯୋଗୀ ଶୁଣ୍ଠୀ ,ଏଥିରେ ଭରି ରହିଛି ଔଷଧୀୟ ଗୁଣ

ଶୁଣ୍ଠୀ ଅର୍ଥ ଶୁଖିଲା ଅଦା । ଏହାର ପ୍ରୟୋଗ ପ୍ରାୟ ସମସ୍ତଙ୍କ ଘରେ କରାଯାଇଥାଏ । କଣ ଆପଣ ଜାଣିଛନ୍ତି ଏହାର ପ୍ରୟୋଗ କେବଳ ଗୋଟିଏ ଔଷଧ ଭାବରେ ନୁହେଁ ମସଲା ଭାବରେ ମଧ୍ୟ କରାଯାଇଥାଏ l ଏହାକୁ ସେବନ କରିବା ଦ୍ୱାରା ଆପଣ ଅଧିକାଂଶ ରୋଗରୁ ରକ୍ଷା ପାଇ ପାରିବେ ।

clove water benefits
ଶୋଇବା ପୂର୍ବରୁ ପିଅନ୍ତୁ ଲବଙ୍ଗ ପାଣି, ଦୂରେଇ ଯିବ କରୋନା

ଭାରତୀୟ ଖାଦ୍ୟ ବନାଇବା ବେଳେ କେତେ ପ୍ରକାର ମସଲା ବ୍ୟବହାର କରାଯାଇଥାଏ । ଯେଉଁଥି ପାଇଁ ଖାଦ୍ୟର ଭିନ୍ନ ଭିନ୍ନ ସ୍ୱାଦ ଆସି ଥାଏ। ସେଥି ମଧ୍ୟରୁ ଲବଙ୍ଗ ଏକ ଏପରି ମସଲା ଯାହା ସମସ୍ତଙ୍କ ଘରେ ଖାଦ୍ୟ ଠାରୁ ଆରମ୍ଭ କରି ସବୁ ପ୍ରକାରର ଜିନିଷରେ ବ୍ୟବହାର କରାଯାଏ । ଏହାର ସ୍ୱାଦ ଭଲ ହେବା ସହ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ।

Are you sleeping during the day?
ଦିନରେ କାମ କଲାବେଳେ ଆସୁଛି କି ନିଦ? ହୋଇପାରେ ସମସ୍ୟା

ଯଦି ଆପଣଙ୍କୁ ଦିନରେ କାମ କରିବା ସମୟରେ ନିଦ ଆସୁଛି, ତାହେଲେ ଆପଣଙ୍କର ଏହି ଅଭ୍ୟାସ ଭବିଷ୍ୟତରେ ବଡ଼ ରୋଗର ରୂପ ନେଇପାରେ । ଦିନରେ ନିଦ ଆସିବା ଅଲଜାଇମର ରୋଗର ଲକ୍ଷଣ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣା ପଡ଼ିଛି

Eating too much almonds?
ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି

ଆମେ ଛୋଟ ବେଳୁ ଶୁଣି ଆସିଛୁ ଯେ ବାଦମ ଖାଇବା ଦ୍ୱାରା ବହୁତ କିଛି ଉପକାର ହୋଇଥାଏ । କେବଳ ଶୁଣି ନାହୁଁ ବହି ମଧ୍ୟ ପଢିଛୁ । ଏହାକୁ ଖାଇବା ଦ୍ୱାରା ସ୍ମୃତି ଶକ୍ତି ବଢିଥାଏ । କେଶ ସହ ସୌନ୍ଦର୍ଯ୍ୟର ଚମକ ବୃଦ୍ଧି ପାଇଥାଏ । କିନ୍ତୁ ଦରକାର ଠାରୁ ଅଧିକ ଖାଇଲେ ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ ।

dandruff problem
ଶୀତ ଦିନେ ରୂପି ସମସ୍ୟାରୁ ପାଆନ୍ତୁ ମୁକ୍ତି, ଆପଣାନ୍ତୁ ଏହି ସବୁ ଘରୋଇ ଟିପ୍ସ୍‌

ଶୀତ ଦିନର ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍ । ରୂପି ଏକ ସାଧାରଣ ସମସ୍ୟା । ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ବିଭିନ୍ନ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହାକି ଆପଣଙ୍କ ରୂପି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ ।

Take care before applying the mask, no problem
ମାସ୍କ ଲଗାଇବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ, ହେବ ନାହିଁ ସମସ୍ୟା

ମହାମାରୀ କରୋନା ବର୍ତ୍ତମାନ ସମଗ୍ର ବିଶ୍ୱରେ ପୁଣି ତାର କାୟା ବିସ୍ତାର କରିଲାଣି । ପୁରା ଦୁନିଆକୁ ତା ସଂକ୍ରମଣରେ କଲବଲ କଲାଣି । ହେଲେ ନିଜକୁ ଏହି ଭାଇରସ ଠାରୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ଉତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ପରିଷ୍କାର ପରିଚ୍ଛନ୍ନତା । ନିଜର ଯତ୍ନ ନେବା ଏବଂ ବାରମ୍ବାର ପାଣି ଏବଂ ସାବୁନରେ ହାତ ଧୋଇବା । ଯାହା ଦ୍ୱାରା ଏହି ଭୂତାଣୁ ଶରୀରରେ ପହଞ୍ଚିବ ନାହିଁ।

omicron symptoms
ଓମିକ୍ରନ୍ ଲକ୍ଷଣ ଦେଖାଯାଉଛି କି ? କେମିତି କରିବେ ମୁକାବିଲା

ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ଏହି କିଛି ଦିନରେ ଏହା ହୁହୁ ହୋଇ ବଢୁଥିବା ଦେଖିବାକୁ ମିଳିଛି। ହେଲଥ୍ ଏକ୍ସପର୍ଟଙ୍କ କହିବା ମୁତାବକ ଓମିକ୍ରନ ଲକ୍ଷଣକୁ କମ୍ କରିବାର ସବୁଠୁ ଭଲ ଉପାୟ ହେଉଛି ଭ୍ୟାକ୍ସିନେସନ୍। କିନ୍ତୁ ଅନେକ ଭ୍ୟାକସିନ୍ ନେଇଥିବା ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଲକ୍ଷଣ ଖୁବ୍ କମ୍ ରହିଛି ।

Is the milk imported from the market
ଆପଣ ଅପମିଶ୍ରିତ କ୍ଷୀର ପିଉଛନ୍ତି କି ? ଟ୍ରିକ୍ ଜାଣି ନିଜକୁ ରଖନ୍ତୁ ସୁରକ୍ଷିତ

ଆଜିକାଲି କ୍ଷୀରରେ କେବଳ ପାଣି ମିଶୁନାହିଁ ବରଂ ଅନେକ ପ୍ରକାର କେମିକାଲ୍ସର ଅପମିଶ୍ରଣ ହେଉଥିବା ଦେଖିବାକୁ ମିଳୁଛି। ଯାହାକି ଶରୀର ପାଇଁ ହାନିକାରକ। କ୍ଷୀର ପ୍ରତିଦିନ ଘରେ ବ୍ୟବହାର ହେଉଥିବା ବେଳେ ଏହାର ଯଦି ଅପମିଶ୍ରଣ ହୁଏ ତେବେ ଲୋକେ ରୋଗରେ ପଡ଼ିବା ନିଶ୍ଚିତ। ତେଣୁ ଘରେ ବସି ଆପଣ କିଣୁଥିବା କ୍ଷୀର ଅସଲି କି ନକଲି ଜାଣିପାରିବେ । ଏନେଇ କିଛି ଟ୍ରିକ୍‌ ସମ୍ପର୍କରେ ଜାଣନ୍ତୁ…

using too much sanitizer? It can be scary
ଆବଶ୍ୟକତା ଠାରୁ ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି ? ହୋଇପାରେ ସମସ୍ୟା

ଆବଶ୍ୟକତା ଠାରୁ ଅଧିକ ସାନିଟାଇଜର ବ୍ୟବହାର କରିବା ଶରୀର ପାଇଁ ହାନୀକାରକ । ଏହା ଆମ ତ୍ୱଚା ଏବଂ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏପରିକି ପରିସ୍ଥିତି ଭୟାନକ ମଧ୍ୟ ହୋଇପାରେ । ଏଥିପାଇଁ ଡାକ୍ତରମାନେ ମଧ୍ୟ ସାନିଟାଇଜର ବଦଳରେ ସାବୁନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସାନିଟାଇଜର ଆମ ଶରୀର ପାଇଁ କେତେ କ୍ଷତିକାରକ ।

How fresh is buying vegetables from the market?
ଆପଣ କିଣୁଥିବା ପରିବାରେ ଦିଆଯାଉଛି ମେଲାକାଇଟ୍ ରଙ୍ଗ ,କଣ ଆପଣ ଜାଣନ୍ତି ?

ଆମର ଖାଦ୍ୟ ପଦାର୍ଥରେ ଭେଜାଲ୍ ଏକ ସାଧାରଣ କଥା ହୋଇଗଲାଣି । ନିଜକୁ ସୁସ୍ଥ ରଖିବା ପାଇଁ ସତେଜ, ସବୁଜ ପନିପରିବା ଜରୁରୀ । ବଜାରରୁ କିଣାଯାଇଥିବା ପନିପରିବାରେ ଭେଜାଲ ହୋଇଛି କି ନାହିଁ ତାହା ଚିହ୍ନଟ କରିବା କଷ୍ଟକର । କିନ୍ତୁ ପନିପରିବା ସତେଜ, ସବୁଜ କି ନୁହେଁ ତାହା ଜାଣିବା ଆବଶ୍ୟକ । ଆପଣ କିଣୁଥିବା ପରିବା କେତେ ସତେଜ ଆପଣ ଜାଣନ୍ତି କି ? କିଭଳି ଜାଣିବେ ଆପଣଙ୍କ ପରିବାରେ ମେଲାକାଇଟ୍ ରଙ୍ଗ ଦିଆହୋଇଛି କି ନାହିଁ । ଚାଲନ୍ତୁ ଜାଣିବା ।

benefits palak
ଖାଆନ୍ତୁ ପାଳଙ୍ଗ ଶାଗ, ରୁହନ୍ତୁ ସୁସ୍ଥ

ଏବେ ଶୀତଋତୁ ଚାଲିଛି। ଶୀତଦିନେ ସବୁଠାରୁ ଭଲ ଶାଗ ହେଉଛି ପାଳଙ୍ଗ। ଏହି ଋତୁରେ ହିଁ ପାଳଙ୍ଗ ଶାଗ ଅଧିକ ମିଳିଥାଏ। ଆଉ ଏହି ଋତୁରେ ସମସ୍ତେ ପାଳଙ୍ଗ ଶାଗ ନିହାତି ଖାଇବା ଉଚିତ୍। କାରଣ ଏଥିରେ ଅନେକ ଭିଟାମିନ୍ ରହିଛି। ତା’ ସହିତ ଏହାର ଅନେକ ଔଷଧୀୟ ଗୁଣ ରହିଛି, ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ। ପାଳଙ୍ଗ ଶାଗ ଖାଇବା ଦ୍ୱାରା ଶରୀରର ଅନେକ ରୋଗର ଉପଶମ ହୋଇଥାଏ