Advertisment

ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ଟେଷ୍ଟିଂ ବେଳେ କୌଣସି ଲକ୍ଷଣ ନଥିଲା, ପରେ ଜଣାପଡ଼ିଲା ଆକ୍ରାନ୍ତ...

ଓଡ଼ିଶାରେ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
New Covid Varriant Found In Odisha

New Covid Varriant Found In Odisha

ଚୀନ୍‌ରେ କରୋନାର ବିସ୍ଫୋରଣ ପରେ ଭାରତ ସଜାଗ ହୋଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦେଶର କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କରୋନାର ଭୟାବହତା ସମ୍ପୂର୍ଣ୍ଣ ଦୂର ହୋଇନି। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଦେଶରେ ସର୍ଭେଲାନ୍ସ ବଢାଇବାକୁ ନିର୍ଦ୍ଦେଶ ଦେବା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ପୁଣି କରୋନା ଆତଙ୍କ ! ଓଡ଼ିଶାରେ ଚୀନ୍ ଭାଇରସ୍‌...

ଜିନୋମ୍‌ ସିକ୍ୟୁଏନ୍ସିଂ ନେଇ କେନ୍ଦ୍ରର ଚିଠି ପାଇବା ପରେ ତତ୍ପରତା ପ୍ରକାଶ କରିଛି ଓଡ଼ିଶା। ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଟେଷ୍ଟିଂ ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ଏସବୁ ଭିତରେ ଓଡ଼ିଶାରେ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା। ସେପ୍ଟେମ୍ବର ୩୦ରେ ତାଙ୍କର ସାମ୍ପଲ ଟେଷ୍ଟ ହୋଇଥିଲା। ପରେ ଜିନୋମ୍‌ ସିକ୍ୟୁଏନ୍ସିଂ ହୋଇଥିଲା। ଜିନୋମ୍‌ ସିକ୍ୟୁଏନ୍ସିଂ ପରେ ତାହା BF.7 ଭାରିଏଣ୍ଟ ବୋଲି ଚିହ୍ନଟ ହୋଇଥିଲା।

Advertisment

ଟେଷ୍ଟିଂ ସମୟରେ ମହିଳାଙ୍କ ଠାରେ କୌଣସି ଲକ୍ଷଣ ନଥିଲା ା ତେବେ ସମ୍ପୃକ୍ତ ମହିଳା ଏବଂ ତାଙ୍କ ପରିବାର ଗତ ଅକ୍ଟୋବର ମାସରୁ ଆମେରିକାକୁ ଚାଲି ଗଲେଣି। ଯିବା ପୂର୍ବରୁ ସେ ପରୀକ୍ଷା ବି କରାଇଥିଲେ। ଭାରତରୁ ଯିବା ପରଠୁ ତାଙ୍କ ପାଖରେ ଆଉ କୌଣସି ଲକ୍ଷଣ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।ଏଥିସହ ୩ ମାସ ମଧ୍ୟରେ ଆଉ କୌଣସି BF.7 ଭାରିଏଣ୍ଟ ଚିହ୍ନଟ ହୋଇନି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବିଦେଶରେ କରୋନା ସଂକ୍ରମଣ ବୃଦ୍ଧି ପରେ ଓଡ଼ିଶାରେ ଆରମ୍ଭ ହୋଇଛି ପଦକ୍ଷେପ। ସର୍ଭିଲାନ୍ସ ସହ ଜିନୋମ୍ ସିକ୍ୟୁଏନ୍ସିଂ ବଢାଇବାକୁ ସବୁ ଜିଲ୍ଲାପାଳ, ସରକାରୀ ମେଡିକାଲ କଲେଜ ଡିନ୍ ଓ ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି।  ଏଥିରେ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ ଏବଂ କଣ୍ଟା ଟ୍ରେସିଂ ସହ ଟିକାକରଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 

Coronavirus COVID19 Corona Cases In Odisha
Advertisment
Advertisment