ଦୁନିଆର ଅନେକ ଦେଶ ଆଜିବି କରୋନା କବଳରୁ ମୁକ୍ତି ପାଇ ନାହାନ୍ତି। କରୋନା ଯୋଗୁଁ ଚାଇନାରେ ହିଂସା ପ୍ରଦର୍ଶନ ଆରମ୍ଭ ହୋଇଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ବିରୋଧରେ ସମଗ୍ର ଦେଶ ନାରା ଦେଉଛି। ଏହାରି ଭିତରେ ସାରା ବିଶ୍ୱ ପାଇଁ ଆଉ ଏକ ଭୟ ଆସିଛି। ନୂଆ ଭାଇରସର ଆଶଙ୍କା ଦେଖାଦେଇଛି। ଏକ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସର ବୈଜ୍ଞାନିକମାନେ ୪୮,୫୦୦ ବର୍ଷ ପୁରୁଣା ଜାମ୍ବି ଭାଇରସ୍କୁ ପୁନର୍ଜୀବିତ କରିଛନ୍ତି।
ଶତାବ୍ଦୀ ଧରି ବରଫ ତଳେ ଥିଲା ଭାଇରସ୍:
ରିପୋର୍ଟ ଅନୁଯାୟୀ, ଋଷ, ଜର୍ମାନୀ ଏବଂ ଫ୍ରାନ୍ସର ବୈଜ୍ଞାନିକମାନେ ଏକ ଅନୁସନ୍ଧାନ ବେଳେ ୪୮,୫୦୦ ବର୍ଷ ପୁରୁଣା ଜାମ୍ବି ଜୀବାଣୁକୁ ପୁନର୍ଜୀବିତ କରିଛନ୍ତି। ଏହି ଭାଇରସ୍ ଅନେକ ଶତାବ୍ଦୀ ଧରି ବରଫରେ ପୋତିହୋଇ ଥିଲା। ଏତେ ବର୍ଷ ଧରି ବରଫ ତଳେ ପୋତି ହୋଇ ଥିଲେ ମଧ୍ୟ ଏହି ଭାଇରସ୍ ସକ୍ରିୟ ଅଛି।
Also Read
ଅଧିକ ପଢ଼ନ୍ତୁ: ମସ୍ତିଷ୍କ ଉପରେ କୁପ୍ରଭାବ ପକାଉଛି କରୋନା ! ଭଲ ହେବା ପରେ ବି . . .
ଗ୍ଲୋବାଲ ୱାର୍ମିଂକୁ ନେଇ ଚାଲିଥିଲା ଗବେଷଣା:
ବାସ୍ତବରେ, ତିନି ଦେଶର ବୈଜ୍ଞାନିକ ଦଳ ଋଷର ସାଇବେରିଆ ଅଞ୍ଚଳରେ ପର୍ମାଫ୍ରୋଷ୍ଟ (ବରଫ ପଥର) ଯାଞ୍ଚ କରୁଥିଲେ। ସେମାନଙ୍କ ମତରେ, ଗ୍ଲୋବାଲ ୱାର୍ମିଂ ଯୋଗୁଁ ମନୁଷ୍ୟ ଉପରେ ଏକ ବଡ଼ ବିପଦ ରହିଛି। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ବିଶ୍ୱ ତାପମାତ୍ରା ହେତୁ ଜଳବାୟୁ ପରିବର୍ତ୍ତନ ପୁରୁଣା ପର୍ମାଫ୍ରୋଷ୍ଟ ପ୍ରଭାବ ପକାଉଛି ଓ ଏହା ଶୀଘ୍ର ତରଳି ଯାଉଛି।
ମାଡିଆସୁଛି ବିପଦ:
ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ଗ୍ଲୋବାଲ ୱାର୍ମିଂ ହେତୁ ପ୍ରାଚୀନ ପର୍ମାଫ୍ରୋଷ୍ଟର ତରଳିବା ପ୍ରାୟ ଦୁଇ ଡଜନ ଭାଇରସ୍କୁ ପୁନର୍ଜୀବିତ କରିଛି। ଏକ ହ୍ରଦ ତଳେ ୪୮,୫୦୦ ବର୍ଷରୁ ଅଧିକ ସମୟ ବରଫରେ ରହି ମଧ୍ୟ ଜାମ୍ବି ଭାଇରସ୍ ଜୀବନ୍ତ ହୋଇଥିବା କୁହାଯାଉଛି। ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ଏହି ଭାଇରସ୍ ମଣିଷ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ।
ଉଦ୍ଭିଦ, ପଶୁ କିମ୍ବା ମାନବ ପାଇଁ ବିପଦ:
ରିପୋର୍ଟ ଅନୁଯାୟୀ, ପାଣ୍ଡୋରାଭାଇରସ୍ ୟେଡୋମା ନାମକ ସର୍ବ ପୁରାତନ ଭାଇରସ୍। ଏହାର ବୟସ ୪୮,୫୦୦ ବର୍ଷରୁ ଅଧିକ କୁହାଯାଉଛି। ଏହି ଜୀବାଣୁ ୨୦୧୩ରେ ଆବିଷ୍କୃତ ହୋଇଥିବା ଜୀବାଣୁର ରେକର୍ଡ ମଧ୍ୟ ଭାଙ୍ଗିଛି। ଏହି ଭାଇରସ୍ର ଆୟୁସ ୩୦,୦୦୦ ବର୍ଷରୁ ଅଧିକ ବୋଲି କୁହାଯାଇଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ପ୍ରାଚୀନ ଭାଇରସ୍ ପୁନର୍ଜୀବିତ ହେବା କାରଣରୁ ଉଦ୍ଭିଦ, ପଶୁ କିମ୍ବା ମାନବ ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବ।
ଗ୍ଲୋବାଲ ୱାର୍ମିଂ ଯୋଗୁଁ ବଢୁଛି ବିପଦ:
ବୈଜ୍ଞାନିକମାନେ ଦୀର୍ଘ ସମୟ ଧରି ଚେତାବନୀ ଦେଇ ଆସୁଛନ୍ତି ଯେ ବିଶ୍ୱ ତାପମାତ୍ରା ଯୋଗୁଁ ବରଫ ତରଳିବାରେ ଲାଗିଛି। ଏବଂ ଏହା ଜଳବାୟୁ ପ୍ରତି ବିପଦ ଆଣିଛି। ଜଳବାୟୁ ପରିବର୍ତ୍ତନ ହେତୁ ତଳେ ପୋତି ହୋଇଥିବା ମିଥେନ ବିଘଟିତ ହେବ, ଯାହା ଗ୍ରୀନ୍ ହାଉସ୍ ଉପରେ ପ୍ରଭାବ ପକାଇବ। ରିପୋର୍ଟରେ କୁହାଯାଇଛି ଯେ ଗ୍ଲୋବାଲ ୱାର୍ମିଂ ହେତୁ ପ୍ରାଚୀନ ପର୍ମାଫ୍ରୋଷ୍ଟ୍ ତରଳିଯିବା ପରେ ଏହି ଅଜଣା ଭାଇରସ ମଧ୍ୟ ବାହାରକୁ ଆସିବାର ସମ୍ଭାବନା ରହିଛି।