• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ମହାମାରୀର ତାଣ୍ଡବ । ରୋଗୀଙ୍କୁ ହସ୍ପିଟାଲରେ ବେଡ୍‌ ମିଳୁନଥିବା ବେଳେ କରୋନା ମୃତକଙ୍କ ସଂଖ୍ୟାରେ ବ୍ରେକ୍‌ ଲାଗୁନି । ଚୀନ୍‌ରେ ପୁଣି ଏଭଳି ଭୟଙ୍କର ଦୃଶ୍ୟ ଦେଖିବା ପାଇଁ ମିଳୁଛି । ପଡ଼ୋଶୀ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । ଭିଡ ଥିବା ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏହାସହ ବୁଷ୍ଟର ଡୋଜକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ବୁଷ୍ଟର ଡୋଜ୍ ନେଇ ନାହାନ୍ତି, ସେମାନଙ୍କୁ ତୁରନ୍ତ ବୁଷ୍ଟର ଡୋଜ୍‌ ନେବାକୁ କୁହାଯାଇଛି ।

ସଂକ୍ରମଣର ଭୟାବହତା ପାଇଁ ଭାରତରେ ଆଜି ସମୀକ୍ଷା ବୈଠକ ବସିଛି । ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ବସିଛି । ସମୀକ୍ଷା ବୈଠକ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ନିଜର ପ୍ରତିକ୍ରିୟା ରଖିଛନ୍ତି । କୋଭିଡ୍ ସମ୍ପୂର୍ଣ୍ଣ ରୂପରେ ଯାଇନଥିବା ବଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସର୍ଭେଲାନ୍ସ ସୁଦୃଢ଼ ସହ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ସେହିପରି  କୋଭିଡ୍ ଟିକା ନେଇଯିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ମାଣ୍ଡଭୀୟ ।

ଅଧିକ ପଢ଼ନ୍ତୁ: ପୁଣି କରୋନା ଆତଙ୍କ ! ଓଡ଼ିଶାରେ ଚୀନ୍ ଭାଇରସ୍‌...

ସେ କହିଛନ୍ତି, କିଛି ଦେଶରେ କରୋନା ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନେଇ ସ୍ଥିତିର ସମୀକ୍ଷା କରାଯାଇଛି । ତେଣୁ ସତର୍କତା ଅବଲମ୍ବନ କରିବା ସହ ଏହାଉପରେ କଡା ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆମେ ଯେକୌଣସି ପରିସ୍ଥିତିକୁ ସାମ୍ନାକୁ କରିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି ।

ସେପଟେ କରୋନାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୈଠକ ପରେ ନୀତି ଆୟୋଗ ସଦସ୍ୟ ଡଃ ବିକେ ପଲ୍ କହିଛନ୍ତି, ଆପଣ ଯଦି ଭିଡ ଥିବା ସ୍ଥାନରେ, ଘର ବାହାରେ ଅଛନ୍ତି ତେବେ ମାସ୍କ ବ୍ୟବହାର କରନ୍ତୁ । ଏହା କମ୍ ବୟସ୍କ ଓ ଅଧିକ ବୟସ୍କ ଲୋକଙ୍କ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ । ବର୍ତ୍ତମାନ ସୁଦ୍ଧା କେବଳ ୨୭ରୁ ୨୮ ପ୍ରତିଶତ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଆମକୁ ଏହାକୁ ବଢ଼ାଇବାକୁ ହେବ । ବୁଷ୍ଟର ଡୋଜ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ । ବରିଷ୍ଠ ନାଗରିକମାନେ ଏହାକୁ ଖୁବଶୀଘ୍ର ନେବାକୁ ସେ ନିବେଦନ କରିଛନ୍ତି ।

ଅନ୍ୟପଟେ ବିଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପରେ ଭାରତରେ ତତ୍ପରତା ଦେଖିବାକୁ ମିଳିଛି । ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସାମ୍ପଲ ଟେଷ୍ଟ ଆରମ୍ଭ ହୋଇଛି । ଆଜିଠାରୁ ସାମ୍ପଲ ଟେଷ୍ଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।