• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନିରାମିଷ ଖାଉଥିବା ଲୋକେ ଛତୁ ଖାଇବାକୁ ବେଶ ପସନ୍ଦ କରିଥାନ୍ତି । କିଏ ଛତୁ ତରକାରୀ ଖାଇବାକୁ ପସନ୍ଦ କରେ ତ ଆଉ କିଏ ଏହାକୁ ରୋଷ୍ଟ କରି ନଚେତ୍‌ ଛାଣିକରି ଖାଇବାକୁ ଭଲ ପାଆନ୍ତି । ଅନେକ ଲୋକ ଜାଣନ୍ତିନି କି ଛତୁ ଏକ ପୃଷ୍ଟିକର ଖାଦ୍ୟ ବୋଲି । ଶରୀର ପ୍ରତି ଏହାର ଅନେକ ଉପକାରିତା ମଧ୍ୟ ରହିଛି । ପ୍ରତିଦିନ ଖାଦ୍ୟରେ ଛତୁକୁ ଅନ୍ତର୍ଭୂକ୍ତ କରିବା ଜରୁରୀ । ମଧୁମେହ ରୋଗୀଙ୍କ ପାଇଁ ଛତୁ ଖାଇବା ନିହାତି ଦରକାର ।

ଜାଣନ୍ତୁ କଣ ରହିଛି ଉପକାରିତା

ମଧୁମେହ ନିୟନ୍ତ୍ରଣ କରିବା ପାଇଁ ଛତୁକୁ ନିତିଦିନିଆ ଖାଦ୍ୟରେ ସାମିଲ କରିବା ଦରକାର । ଛତୁରେ ଭିଟାମିନ୍‌ ଓ ଫାଇବର୍‌ ଭରପୂର ହୋଇ ରହିଥାଏ । ଛତୁରେ ଚିନି ଜାତୀୟ ପଦାର୍ଥ ନଥାଏ । ଯାହାକି ଇନ୍‌ସୁଲିନ୍‌ ଉତ୍ପାଦନରେ ସହାୟକ ହୁଏ । ସୁତରାଂ ଡାଇବେଟିସ୍‌ ରୋଗୀଙ୍କ ଖାଦ୍ୟରେ ଛତୁକୁ ଅନ୍ତର୍ଭୂକ୍ତ କରିବା ନିହାତି ଦରକାର ।

ଛତୁରେ ପ୍ରାକୃତିକ ପ୍ରତିରୋଧକ ଶକ୍ତି ରହିଛି । ସେଗୁଡ଼ିକରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବାୟୋଟିକ୍ ଗୁଣ ଥିବା ଦେଖିବାକୁ ମିଳିଥାଏ । ଟିସୁ ମରାମତି କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଏଥିରେ FAT ର ମାତ୍ରା ବହୁତ କମ୍‌ ଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।

ଅଧିକ ପଢ଼ନ୍ତୁ: ବଜ୍ରାସନ ହଜମ ପ୍ରକ୍ରିୟା ବଢାଏ, ମଧୁମେହକୁ ନିୟନ୍ତ୍ରଣ କରେ

ଛତୁରେ ଫାଇବର୍‌ ଓ କାର୍ବୋହାଇଡ୍ରେଟ୍‌ର ମାତ୍ରା ଅଧିକ ରହିଛି । ଯାହା ଖାଦ୍ୟ ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଛତୁରେ ଆଇରନ୍‌ ଓ ଫୋଲିକ ଏସିଡ୍‌ର ମାତ୍ରା ମଧ୍ୟ ଅଧିକ ରହିଥାଏ । ଏହି ଦୁଇ ଉପାଦାନ ଶରୀରରେ ହିମୋଗ୍ଲୋବିନ୍‌ ମାତ୍ରା ବଢ଼ାଇଥାଏ । ଯଦି ଆପଣ ନିଜର ଚର୍ମର ଯତ୍ନ ନେବାକୁ ଚାହୁଁଛନ୍ତି ତ ଖାଦ୍ୟରେ ଛତୁକୁ ଅନ୍ତର୍ଭୂକ୍ତ କରନ୍ତୁ । ଏହା ଶରୀରକୁ ଚର୍ମ ରୋଗରୁ ବଞ୍ଚାଇଥାଏ ।