Advertisment

ଫଳରେ ଲୁଣ ପକାଇ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ୍

ଶରୀରର ସୁସ୍ଥତା ପାଇଁ ଖାଦ୍ୟରେ ଲୁଣର ଆବଶ୍ୟକତା ରହିଛି । କିନ୍ତୁ ଆପଣ ଜାଣନ୍ତି କି ଲୁଣ ପକାଇ ଫଳ ଖାଇବା ଦ୍ୱାରା ଶରୀରରେ ଅନେକ ରୋଗ ଦେଖାଦେଇ ଥାଏ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Tips for Healthy Eating

fruit and salad

ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ ହୋଇଥାଏ ଫଳ । ଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟର ପରିମାଣ ସ୍ୱାସ୍ଥ୍ୟକୁ ଅନେକ ସମସ୍ୟାରୁ ଦୂରେଇ ରଖିପାରେ। ବିଭିନ୍ନ ପ୍ରକାର ଫଳକୁ ଭିନ୍ନ ଭିନ୍ନ ଶୈଳୀରେ ଖାଇବାକୁ ପସନ୍ଦ କରନ୍ତି ଲୋକେ । କେହି ଜୁସ୍ କରି ପିଅନ୍ତି ତ କେହି ସାଲାଡ କିମ୍ବା ଖରାରେ ଶୁଖାଇ ଖାଇଥାନ୍ତି । ଆଉ କିଛି ଲୋକ ଲୁଣ ମିଶାଇ ଫଳଗୁଡିକ ଖାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ଲୁଣ ପକାଇ ଫଳ ଖାଇବା ଦ୍ୱାରା ଅନେକ ରୋଗ ହେବାର ସମ୍ଭାବନା ଥାଏ । ଚାଲନ୍ତୁ ଜାଣିବା ଫଳରେ ଅଧିକ ଲୁଣ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପକାଇଥାଏ...

Advertisment
  • ଫଳ ଉପରେ ଲୁଣ ଛିଞ୍ଚି ଖାଇବା ଦ୍ୱାରା ଶରୀରରେ ସୋଡିୟମର ପରିମାଣ ବୃଦ୍ଧି ପାଇଥାଏ। ଯେଉଁଥିପାଇଁ ଆମ ଶରୀର କ୍ଷତିଗ୍ରସ୍ତ ହୁଏ। ସୀମିତ ପରିମାଣରେ ଲୁଣ ଖାଇବା ଉଚିତ୍। ଅତ୍ୟଧିକ ସୋଡିୟମ୍ ରକ୍ତଚାପ ଏବଂ ହୃଦୟ ସହିତ ଜଡିତ ସମସ୍ୟା ସୃଷ୍ଟି କରେ।

ଅଧିକ ପଢ଼ନ୍ତୁ: ଆପଣଙ୍କ ଓଜନ ବଢ଼ିଯାଉଛି କି...ଖାଦ୍ୟରେ ସାମିଲ୍ କରନ୍ତୁ କଖାରୁ ମଞ୍ଜି ଆଉ ରେଜଲ୍ଟ ଦେଖନ୍ତୁ

Advertisment

ପୋଷକ ତତ୍ତ୍ୱର ଅଭାବ:

  • ଆମେ ଫଳ ଖାଇଥାଉ ଯାହା ଦ୍ୱାରା ସୁସ୍ଥ ରହିଥାଉ। କିନ୍ତୁ ଯେତେବେଳେ ଆମେ ଫଳ ଉପରେ ଲୁଣ ଛିଞ୍ଚିଥାଉ ସେତେବେଳେ ଏହାର କୌଣସି ପୋଷକ ତତ୍ତ୍ୱ ରୁହେ ନାହିଁ। କାରଣ ଫଳ ଉପରେ ଲୁଣ ଛିଞ୍ଚିବା ଦ୍ୱାରା ଫଳରୁ ପାଣି ବାହାରିଥାଏ। ଯେଉଁଥିପାଇଁ ଆମେ ଯେତିକି ଲାଭ ପାଇବା କଥା ସେତିକି ମିଳେ ନାହିଁ। ଏହା ବ୍ୟତୀତ ଲୁଣ ଫଳର ପ୍ରାକୃତିକ ଗୁଣକୁ ହ୍ରାସ କରିଥାଏ।
  • ଅଧିକ ଲୁଣ ଖାଇବା କିଡନୀ ପାଇଁ ଆଦୌ ଭଲ ନୁହେଁ। ଅଧିକ ଲୁଣ ଖାଇବା କାରଣରୁ କିଡନୀରେ ସମସ୍ୟା ଦେଖାଦେଇଥାଏ। ଯଦିଓ ଆପଣଙ୍କ କିଡନୀ ରୋଗ ଅଛି, ଆଉ ଆପଣ କିଛି ଫଳ ଖାଉଛନ୍ତି ଏବଂ ସେଥିରେ ଲୁଣ ମିଶାଇ ଖାଆନ୍ତି, ତେବେ ପରିସ୍ଥିତି ଗୁରୁତର ହୋଇପାରେ। କିଡନୀ ରୋଗରେ ଖାଦ୍ୟରେ ଲୁଣର ପରିମାଣ ମଧ୍ୟ ହ୍ରାସ କରାଯିବା ଉଚିତ୍।
  • ଅଧିକ ସୋଡିୟମ୍ ହେତୁ ଶରୀରରେ ବ୍ଲୋଟିଂ ଧାରଣ ହେବାର ଆଶଙ୍କା ଥାଏ। ଏହି କାରଣରୁ, ପେଟ ଫୁଲିବା ସମସ୍ୟା ଦେଖାଦେଇଥାଏ। ଅତ୍ୟଧିକ ସୋଡିୟମ୍ ହେତୁ ଶରୀର ଡିଟକ୍ସ କରିବାରେ ସକ୍ଷମ ହୁଏ ନାହିଁ। ଏହି କାରଣରୁ, ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।
Health Tips
Advertisment
Advertisment