Advertisment

National Pollution Control Day: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ

ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର କାରଣ ହୋଇଯାଇଛି। ଜନ ଜୀବନ ସଂକଟ ଦେଇ ଗତି କରୁଛି। ଫଳରେ ଜୀବନ ଉପରେ ଭରଷା କମି କମି ଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ଜନ ସଚେତନତା ଉଦ୍ଦେଶ୍ୟରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ ହେଉଛି। ଆସନ୍ତୁ ଜାଣିନେବା ଏହା ପଛରେ କ'ଣ ରହିଛି କାରଣ...

author-image
Pramod Behera
ଅଦ୍ୟତନ ହୋଇଛି
National Pollution Control Day

History and significance of national pollution control day

ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର କାରଣ ହୋଇଯାଇଛି। ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ମାଟି ପ୍ରଦୂଷଣ ଦ୍ୱାରା ଆମ ଜୀବନ ପ୍ରଭାବିତ ହେଉଛି। ଏହାର ସମ୍ପୂର୍ଣ୍ଣ ପ୍ରଭାବ ମନୁଷ୍ୟ, ପ୍ରକୃତି ଏବଂ ସମଗ୍ର ବିଶ୍ୱ ଉପରେ ପଡୁଛି। ଏହାର ଫଳାଫଳା ମଧ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି। ଏ ଦିଗରେ ଜନସଚେତନତା ଓ ଜନଜାଗରଣ ନେଇ ପ୍ରତିବର୍ଷ ଡିସେମ୍ବର ୨କୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ଭାବେ ପାଳନ କରାଯାଉଛି।

Advertisment

ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରଦୂଷଣରୁ ମୁକ୍ତି ପାଇବା ଏବଂ ଲୋକଙ୍କୁ ଏ ବିଷୟରେ ଅବଗତ କରାଇବା, ଯାହା ଦ୍ୱାରା ଆମେ ଆମର ପ୍ରକୃତି ମା’କୁ ଏଥିରୁ ରକ୍ଷା କରିପାରିବା। ତେବେ ଆସନ୍ତୁ ଏହି ଅବସରରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସର ଇତିହାସ, ଗୁରୁତ୍ୱ ଏବଂ ଚଳିତ ବର୍ଷର ବିଷୟବସ୍ତୁ ଉପରେ ନଜର ପକେଇ ନେବା।

WHO ଅନୁଯାୟୀ, ବ୍ୟାପକ ବାୟୁ ପ୍ରଦୂଷଣ ଏବଂ ଘରୋଇ ବାୟୁ ପ୍ରଦୂଷଣର ମିଳିତ ପ୍ରଭାବ ହେତୁ ପ୍ରତିବର୍ଷ ୭୦ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ହେଉଛି। ଏଥିରୁ ଆପଣ ଅନୁମାନ କରୁଥିବେ ଯେ ପ୍ରଦୂଷଣ ଆମ ସ୍ୱାସ୍ଥ୍ୟ ଉପରେ କେତେ ଗୁରୁତର ପ୍ରଭାବ ପକାଉଛି। ପ୍ରତିବର୍ଷ ଭଳି, ଚଳିତ ବର୍ଷ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ନେଇ ଜନସଚେତନତାକୁ ସୁଦୃଢ କରିବାକୁ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବ।

Advertisment

ଇତିହାସ:

ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସର ଇତିହାସ ୧୯୮୪ର ଭୋପାଳ ଗ୍ୟାସ ଦୁର୍ଘଟଣା ସହିତ ଜଡିତ। ୨ ଡିସେମ୍ବର ୧୯୮୪ରେ ଭୋପାଳର ଏକ କୀଟନାଶକ କାରଖାନାରୁ ପ୍ରାୟ ୪୫ ଟନ୍ ମିଥାଇଲ୍ ଆଇସୋସାଇନେଟ୍ ଲିକ୍ ହୋଇ ଚାରିଆଡେ ବ୍ୟାପିଯାଇଥିଲା। ଏହି କାରଣରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଅନେକ ଲୋକ ଏହି କାରଣରୁ ବିଭିନ୍ନ ପ୍ରକାର ଶାରୀରିକ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ ହଜାର ହଜାର ଲୋକଙ୍କୁ ଭୋପାଳ ଛାଡିବାକୁ ପଡିଥିଲା। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଓ ଜନସଚେତନତା ଉଦ୍ଦେଶ୍ୟ ଏହିଦିନ ପାଳନ କରାଯାଉଛି।

କ’ଣ ରହିଛି ମହତ୍ତ୍ୱ:

ବର୍ତ୍ତମାନ ପ୍ରଦୂଷଣ ସ୍ତର ଏତେ ବଢିଯାଇଛି ଯେ ସମଗ୍ର ବିଶ୍ୱରେ ୧୦ ଜଣଙ୍କ ମଧ୍ୟରୁ ୯ ଜଣ ସୁରକ୍ଷିତ ବାୟୁ ପାଇପାରୁ ନାହାଁନ୍ତି। ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ କେତେକ ଜିନିଷ ଉପରେ ଅବଗତ କରାଇବା ଯାହା ବାୟୁ, ମାଟି, ଶବ୍ଦ ଆଦି ପ୍ରଦୂଷଣର କାରଣ ହୋଇଥାଏ ଓ ଆମର ପରିବେଶ ଏବଂ ସ୍ୱାସ୍ଥ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ। ଏହା ସହିତ ୧୯୮୪ର ଭୋପାଳ ଗ୍ୟାସ ଦୁର୍ଘଟଣା ମଧ୍ୟ ଜଡିତ।

ଏହି ଅବସରରେ ଆସନ୍ତୁ ଜାଣିନେବା ୪ ଜଣ ମହାନ ବ୍ୟକ୍ତି ଏହାକୁ ନେଇ କ’ଣ କହିଛନ୍ତି:

  • ପରିବେଶ ପ୍ରଦୂଷଣ ଏକ ଦୂରାରୋଗ୍ୟ। ଏହାକୁ କେବଳ ରୋକାଯାଇପାରିବ - ବରୀ କମନର୍
  • ପ୍ରଦୂଷଣ ଅଭ୍ୟାସ ପରିତ୍ୟାଗ ନହେବା ପର୍ଯ୍ୟନ୍ତ ପରିବେଶ ଖରାପ ହେବାକୁ ଲାଗିବ – ବି ଏଫ୍ ସ୍କିନର୍
  • ଜଳ ଏବଂ ବାୟୁ, ଦୁଇଟି ଜରୁରୀ ଜିନିଷ ଯାହା ଉପରେ ସମସ୍ତ ଜୀବନ ନିର୍ଭର କରେ, ଯାହା ବିଶ୍ୱବ୍ୟାପୀ ଆବର୍ଜନା ଡବାରେ ପରିଣତ ହୋଇଛି - ଜ୍ୟାକ୍ ୟେଭ୍ କଷ୍ଟୋ
  • ପୃଥିବୀ ମଣିଷକୁ ଯାହା ଦେଇଛି ତାହା କେବଳ ତା’ର ଆବଶ୍ୟକତା ପାଇଁ, ତା’ର ଲୋଭ ପାଇଁ ନୁହେଁ – ମହାତ୍ମା ଗାନ୍ଧୀ
Pollution Control Board
Advertisment
Advertisment