• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲୁଣ ଆମ ଦୈନନ୍ଦିନ ଜୀବନ ସହ ଖୁବ୍‌ ଜଡ଼ିତ । ଏହା ଆମର ଅବିଛେଦ୍ୟ ଅଙ୍ଗ କହିଲେ ଭୁଲ ହେବ ନାହିଁ । ଖାଦ୍ୟରେ ଯଦି ଲୁଣ ପଡ଼ି ନଥାଏ, ତେବେ ତାହା ସ୍ୱାଦହୀନ । ଏମିତିକି ଲୁଣ ପଡ଼ିନଥିବା ଖାଦ୍ୟ ଯଦି ଆପଣ ପାଟିରେ ଦେବେ, ତେବେ ଆପଣଙ୍କ ମୁଡ୍‌ ବି ଖରାପ ହୋଇଯିବ । ଠିକ୍‌ ସେହିଭଳି ଲୁଣ ଅଧିକ ହେଲେ ବି ଖରାପ ଲାଗେ । ଆଉ କମ୍‌ ହେଲେ ବି ଖରାପ ଲାଗେ । ତେଣୁ ଆମ ଦୈନନ୍ଦିନ ଜୀବନରେ ଲୁଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଖାଦ୍ୟ ଯେତେ ଭଲ ହୋଇଥିଲେ ବି ଲୁଣର ମାତ୍ରା ଟିକେ ଏପଟ ସେପଟ ହେଲେ ସବୁ ବରବାଦ ।

ତେବେ ଆପଣ ଜାଣନ୍ତି କି, ଯଦି ଆମ ଦୈନନ୍ଦିନ ଜୀବନରେ ଲୁଣର ବ୍ୟବହାର ଆବଶ୍ୟକ ଠାରୁ ଅଧିକ ହୁଏ ତେବେ କ’ଣ ସବୁ କ୍ଷତି ହୋଇପାରେ । ଶରୀରରେ ଏହାର କି ପ୍ରଭାବ ପଡ଼ିଥାଏ ।

ଅଧିକ ପଢ଼ନ୍ତୁ: ଫଳରେ ଲୁଣ ପକାଇ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ୍

ହାର୍ଟ ଉପରେ ପ୍ରଭାବ ପଡ଼ିଥାଏ

ଅଧିକ ଲୁଣ ଖାଇବା ଦ୍ୱାରା ହାର୍ଟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ହାର୍ଟ ରୋଗ ଏକ ଦୁଃସାଧ୍ୟ ରୋଗ । ଯାହାକି ଅଧିକ ଖରାପ ହେଲେ ଜୀବନ ମଧ୍ୟ ନେଇପାରେ । ତେଣୁ ଲୁଣ ଅବଶ୍ୟକ ଅନୁସାରେ ଖାଇବା ଉଚିତ୍‌ ବା କମ୍‌ ଖାଇବା ଉଚିତ୍ ।

ହାଇ ବ୍ଲଡ୍ ପ୍ରେସର

ଲୁଣ ଅଧିକ ଖାଇବା ଦ୍ୱାରା ଜଣେ ବ୍ୟକ୍ତି ହାଇବ୍ଲଡ୍‌ ପ୍ରେସରର ଶିକାର ହୋଇପାରନ୍ତି । ତେଣୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଲୁଣ କମ୍‌ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।

ଅଜିର୍ଣ୍ଣ

ଲୁଣ ଅଧିକ ଖାଇଲେ ଡିହାଇଡ୍ରେସନ୍‌ ବା ବଦ୍‌ହଜମୀ ମଧ୍ୟ ହୋଇପାରେ । ଶରୀରରେ ଲୁଣର ମାତ୍ରା ବୃଦ୍ଧି ଅଧିକ ପରିସ୍ରା ହୋଇଥାଏ । ଯାହାଫଳରେ ବ୍ୟକ୍ତିର ଡିହାଇଡ୍ରେସନ୍ ସମସ୍ୟା ହେବାର ସମ୍ଭାବନା ରହିଥାଏ ।

ଝାଳେଇବା

ଶରୀରରେ ଲୁଣର ମାତ୍ରା ଅଧିକ ହେଲେ, ଜଳୀୟ ଅଂଶ ବଢ଼ିଥାଏ । ଯାହାଫଳରେ ଶରୀର ଅଧିକ ଝାଳେଇଥାଏ । ଶରୀର ଅଧିକ ଝାଳେଇବା ଏକ ବଡ଼ ସମସ୍ୟା ମଧ୍ୟ ହୋଇପାରେ । ତେଣୁ ଏହି ସମସ୍ୟା ଉପୁଜିବା ପୂର୍ବରୁ ଲୁଣ ଖାଇବା କମ୍ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ହାତ ଏବଂ ପାଦରେ ଏହି ଝାଳ ସମସ୍ୟା ଅଧିକ ଦେଖାଦେଇଥାଏ । ବାରମ୍ବାର ପରିଶ୍ରା ମଧ୍ୟ ଲାଗିଥାଏ ।