Advertisment

ଫିକା ପଡ଼ିବ କି ନୂଆବର୍ଷ ? ଆସିବ କୋଭିଡ୍‌ ଗାଇଡଲାଇନ୍‌ !

ନୂଆବର୍ଷ ଓ ଆସନ୍ତା ପର୍ବପର୍ବାଣୀ ପାଇଁ ଆସିବ ନୂଆ ଗାଇଡ୍‌ଲାଇନ୍

author-image
Prangyan Parimita
ଅଦ୍ୟତନ ହୋଇଛି
COVID19 Guidelines

COVID19 Guidelines

ମହାମାରୀ କରୋନା ପାଇଁ ଆସିବ ଗାଇଡଲାଇନ୍‌ । ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି କଟକଣା ଲାଗିପାରେ । ନୂଆବର୍ଷ ଓ ଆସନ୍ତା ପର୍ବପର୍ବାଣୀ ପାଇଁ ନୂଆ କରୋନା ଗାଇଡଲାଇନ୍ ଆସିବ ବୋଲି ସ୍ପଷ୍ଟ ହୋଇଛି । ଆଜି ଭିସିରେ ସବୁ ରାଜ୍ୟମାନଙ୍କ ସହ କୋଭିଡ୍ ସ୍ଥିତି ସମୀକ୍ଷା କରି ଗାଇଡଲାଇନ୍ ଆଣିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଭର୍ଚ୍ଚୁଆଲରେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ।

Advertisment

ସେପଟେ ଦେଶରେ କୋଭିଡ୍ ସ୍ଥିତିର ମୁକାବିଲା ପାଇଁ କିପରି ରହିଛି ପ୍ରସ୍ତୁତି ? ଏନେଇ ସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତା ୨୭ରେ ସାରା ଦେଶରେ ମକଡ୍ରିଲ କରାଯିବ । ବିଭିନ୍ନ ମେଡିକାଲରେ କଣ ଭିତ୍ତିଭୂମି ରହିଛି ତାର ତଦାରଖ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏକ ସରକାରୀ ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କରିବେ ।

ଅଧିକ ପଢ଼ନ୍ତୁ: ଚୀନ୍‌ରେ କରୋନାର ସୁନାମି ଦେଖି ଭାରତରେ ଆଲର୍ଟ: ୫ଟି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସତର୍କ

Advertisment

ଅନ୍ୟପଟେ କୋଭିଡ୍ ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଜାରି ହୋଇଛି ଗାଇଡଲାଇନ୍ । ଯାତ୍ରୀମାନେ କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଯେଉଁମାନଙ୍କ କରୋନା ଲକ୍ଷଣ ଥିବ ସେମାନଙ୍କୁ ପୃଥକ୍ ରଖାଯିବ । ଏଥିସହ ବିମାନ ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତଙ୍କ କରୋନା ଟେଷ୍ଟ କରାଯିବ ।

କେଉଁ ଯାତ୍ରୀମାନଙ୍କ କରୋନା ଟେଷ୍ଟ ହେବ, ତାହା ସଂପୃକ୍ତ ଏୟାରଲାଇନ୍ସ ସ୍ଥିର କରିବ । ସାମ୍ପଲ ସଂଗ୍ରହ ପରେ ସେମାନଙ୍କୁ ବିମାନବନ୍ଦର ଛାଡିବାକୁ ଅନୁମତି ମିଳିବ । ସେମାନଙ୍କ ନମୂନା ପଜିଟିଭ୍ ବାହାରିଲେ ଜିନମ୍ ସିକ୍ୱେନସିଂ ପାଇଁ ପଠାଯିବ ।

ସୂଚନାଯୋଗ୍ୟ ଚୀନରେ କରୋନା ସଂକ୍ରମଣର ସୁନାମୀ ଆାଣିବା ପଛରେ ଦାୟୀ କରାଯାଉଛି ଓମିକ୍ରନର ଏକ ସବ୍-ଭ୍ୟାରିଆଣ୍ଟ BF-7କୁ । ଏହା ଆସନ୍ତା ୩ ମାସ ଭିତରେ ଚୀନ୍‌ର ୬୦ ପ୍ରତିଶତ ଜନସଂଖ୍ୟାକୁ ଆକ୍ରାନ୍ତ କରିବ ବୋଲି କୁହାଯାଉଛି । କରୋନା ଭୂତାଣୁର ଏହି ଅତି ସଂକ୍ରାମକ ରୂପ ଭାରତରେ ମଧ୍ୟ କିଛି ହାତଗଣତି ଆକ୍ରାନ୍ତଙ୍କ ଠାରେ ଚିହ୍ନଟ ହୋଇସାରିଛି । ତେବେ ଏହି BF-7 କଣ, ଏହା କେତେ ସଂକ୍ରାମକ, କେତେ ବିପଜ୍ଜନକ ଏବଂ ଏହାର ସଂକ୍ରମଣ ପରେ ରୋଗୀଙ୍କ ଠାରେ କେଉଁସବୁ ଲକ୍ଷଣ ପ୍ରକାଶ ପାଇଥାଏ, ଆସନ୍ତୁ ଜାଣିବା ...

ଓମିକ୍ରନର ଅନ୍ୟ ସମସ୍ତ ଭ୍ୟାରିଆଣ୍ଟ ଭଳି BF.7ର ଲକ୍ଷଣ ମଧ୍ୟ ସମାନ ବୋଲି କହୁଛନ୍ତି ବିଶେଷଜ୍ଞ । ଆକ୍ରାନ୍ତଙ୍କ ଠାରେ ଗଳା ଦରଜ, ଛିଙ୍କ, କାଶ, କଂପ ସହିତ ଜ୍ୱର, ନାକରୁ ପାଣି ବୋହିବା, ନାକ ବନ୍ଦ ହୋଇଯିବା, ମୁଣ୍ଡବିନ୍ଧା, ମାଂସପେଶୀରେ ଦରଜ, ଗନ୍ଧ ବାରି ନପାରିବା, ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା, ଦୁର୍ବଳ ଅନୁଭବ କରିବା, ଭୋକ କମିଯିବା ଏବଂ ଡାଇରିଆ ଭଳି ଲକ୍ଷଣ ଦେଖାଯାଏ ।

COVID-19 Corona Virus
Advertisment
Advertisment