Advertisment

ରାଜ୍ୟରେ ମାସ୍କ ପାଇଁ ଆଜି ଆସିପାରେ ନିୟମ

ଆବଶ୍ୟକୀୟ ସଂଖ୍ୟକ ବେଡ଼, ଅକ୍ସିଜେନ, ପିପିଇ କିଟ୍, ଔଷଧ ମହଜୁଦ ରଖାଯାଉଥିବା ମଧ୍ୟ କହିଛନ୍ତି ଏସସିବିର ପ୍ରାଶାସନିକ ଅଧିକାରୀ।

author-image
Chandan Shishu
ଅଦ୍ୟତନ ହୋଇଛି
Odisha Covid Guidlines

Odisha may make wearing of face masks mandatory

କୋଭିଡ୍ ମୁକାବିଲା ନେଇ ଜୋରଦାର୍ ପ୍ରସ୍ତୁତି। ରାଜ୍ୟ ରେ ମାସ୍କ ପାଇଁ ଆଜି ଆସିପାରେ ନିୟମ। ଅପରାହ୍ଣରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।  ଏପଟେ ଦେଶବ୍ୟପୀ ବିଭିନ୍ନ ହସ୍ପିଟାଲରେ ମୁକାବିଲା ମକ୍ ଡ୍ରିଲ୍। ଏହି କ୍ରମରେ କୋଭିଡ ମୁକାବିଲା ମକଡ୍ରିଲର ଅନୁଧାନ ପାଇଁ କଟକ ବଡ଼ ମେଡିକାଲ ରେ ବ୍ୟବସ୍ଥା କରାଯାଇଛି। ଏସସିବି ପରିସରରେ ଥିବା କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରାଯାଉଛି।

Advertisment

ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ବେଡ୍ ବିଶିଷ୍ଟ ଓ୍ବାର୍ଡ ସହିତ ଆଇସିୟୁ ବେଡ ମଧ୍ୟ ରହିବ। କୋଭିଡ ଓ୍ୱାର୍ଡ଼ର ପରିଚାଳନା ପାଇଁ ଏସସିବି ପଲ୍ୟୁମନାରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି। ଏହି ୟୁନିଟରେ ପାରାମେଡିକାଲ ଷ୍ଟାଫ, ଷ୍ଟାଫ ନର୍ସଙ୍କୁ ମିଶାଇ ତିନିଟି ସିଫ୍ଟରେ ପ୍ରାୟ ୫ରୁ ୬ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ।

ଆବଶ୍ୟକୀୟ ସଂଖ୍ୟକ ବେଡ଼, ଅକ୍ସିଜେନ, ପିପିଇ କିଟ୍, ଔଷଧ ମହଜୁଦ ରଖାଯାଉଥିବା ମଧ୍ୟ କହିଛନ୍ତି ଏସସିବିର ପ୍ରାଶାସନିକ ଅଧିକାରୀ ଅବିନାଶ ରାଉତ।  ୨୦୨୨ରେ କୋଭିଡରେ ଆକ୍ରାନ୍ତ ହୋଇ ମୋଟ ୮୩ଜଣ ଏସସିବିରେ ଭର୍ତ୍ତି ହୋଇଥିଲେ। ଗତ ଅକ୍ଟୋବର ମାସ ୨୬ ତାରିଖ ପରଠାରୁ SCBରେ  କୋଭିଡ ରୋଗୀ ଚିକିତ୍ସିତ ହେଉନଥିବା କହିଛନ୍ତି ଅବିନାଶ ରାଉତ।

Advertisment

ଅଧିକ ପଢ଼ନ୍ତୁ: ମାସ୍କ ପିନ୍ଧି ସ୍କୁଲ ଆସିବାକୁ କହିଲେ ମନ୍ତ୍ରୀ, ପ୍ରଭାବିତ ହେବ କି ଦଶମ ଓ ଦ୍ୱାଦଶ ପରୀକ୍ଷା ?

ରାଜ୍ୟରେ କୋଭିଡ୍ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟାରେ କହିଛନ୍ତି ଯେ କୋଭିଡ୍ ସ୍ଥିତି ଓ ଡାକ୍ତରଖାନା ପ୍ରସ୍ତୁତି ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ସବୁ ଜିଲ୍ଲା ହସ୍ପିଟାଲଗୁଡ଼ିକ ନିଜର ତଥ୍ୟ ପ୍ରଦାନ କରିବେ। ବେଡ୍, ଆଇସୋଲେସନ ରୁମ୍, ଆଇସିୟୁ, ଅକ୍ସିଜେନ୍ ସଂପର୍କରେ ତଥ୍ୟ ଦେବେ
ଆଜି ସଂଧ୍ୟା ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ତଥ୍ୟ ଦେବେ।

ସେପଟେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ, ଟିପିଆର୍ ରେଟ୍ ଦେଖି କଟକଣା କରାଯିବ ବୋଲି ସେ କହିଛନ୍ତି। ବାହାର ରାଜ୍ୟରେ ବାଧ୍ୟତାମୂଳକ ପରେ ରାଜ୍ୟରେ ମାସ୍କ ପାଇଁ ନିୟମ ଆସିପାରେ ବୋଲି ସେ କହିଛନ୍ତି। 

COVID-19 Corona Mask Omicron
Advertisment
Advertisment