Advertisment

ବିଶ୍ୱରେ ପ୍ରଥମ: ଦିଲ୍ଲୀ ଏମ୍ସରେ ସଫଳ ହେଲା ୩ ମାସ ଶିଶୁର ବିରଳ ଅସ୍ତ୍ରୋପଚାର

ଏତେ ସ୍ବଳ୍ପ ବୟସ୍କ ନବଜାତ ଠାରେ ଏଭଳି ଜଟିଳ ଅସ୍ତ୍ରୋପଚାର ବିଶ୍ବରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।

author-image
Chandan Shishu
ଅଦ୍ୟତନ ହୋଇଛି
Delhi AIIMS Performs Rare Surgery

AIIMS Delhi performs rare surgery

ରଖେ  ହରି ମାରେ କିଏ। ପିଲା ଜନ୍ମ ହେବା ମାତ୍ରକେ ସତେ ଯେପରି ମୃତ୍ୟୁ ତାକୁ ଘେରିକି ରହିଥିଲା, ହେଲେ ସୁରକ୍ଷା କବଚ ସାଜିଥିଲେ ଭାରତୀୟ ଡାକ୍ତର। ଦିଲ୍ଲୀ ଏମ୍ସରେ ବିରଳ ଅସ୍ତ୍ରୋପଚାର ପରେ ଶିଶୁକୁ ମିଳିଲା ନୂଆ ଜୀବନ। ଜନ୍ମଗତ କିଡନୀ ସମସ୍ୟାର ଅସ୍ତ୍ରୋପଚାର ପରେ ସୁସ୍ଥ ହେଲା ୩ ମାସର ଶିଶୁ।

Advertisment

ୟୁରିଟେରୋପେଲଭିକ୍ ଜଙ୍କସନ୍ ଅବଷ୍ଟ୍ରକସନ୍ ବା କିଡନୀ ଓ ମୂତ୍ରନଳୀ ସଂଯୋଗସ୍ଥଳରେ ବାଧା ପାଇଁ ଲାପରସ୍କୋପି ସର୍ଜରୀ ହୋଇଥିଲା। ଯାହାକୁ କୁହାଯାଉଛି ବାଇଲେଟେରାଲ୍ ଲାପରସ୍କୋପିକ୍ ପାୟେଲୋପ୍ଲାଷ୍ଟି।

ଅଧିକ ପଢ଼ନ୍ତୁ: ECMO ସପୋର୍ଟରେ ବିରଳ ଅପରେସନ୍; ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

ଏତେ ସ୍ବଳ୍ପ ବୟସ ନବଜାତ ଠାରେ ଏଭଳି ଜଟିଳ ଅସ୍ତ୍ରୋପଚାର ବିଶ୍ବରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଗତ ଡିସେମ୍ବରରେ ଏମ୍ସ ଶିଶୁରୋଗ ବିଭାଗ ଏହି ଅସ୍ତ୍ରୋପଚାର କରିଥିବା ବେଳେ, ଏବେ ଏହା ସଫଳ ହୋଇଥିବା ସ୍ପଷ୍ଟ ହୋଇଛି।

Advertisment

ପେଡିଆଟ୍ରିକ୍ସ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଏମ୍ ବାଜପେୟୀଙ୍କ ନେତୃତ୍ବରେ ୨ ଘଣ୍ଟା ଧରି ଏହି ସର୍ଜରୀ ଚାଲିଥିଲା ଏବଂ ୩ ଦିନ ପରେ ଶିଶୁଟିକୁ ଡିସଚାର୍ଜ କରାଯାଇଥିଲା।

ତେବେ ଏହି ଅପରେସନ ପରେ ପିଲା ସୁସ୍ଥ ହୋଇଥିଲା ତାହା ନୁହେଁ,  ବରଂ ବାପା ମାଆଙ୍କ ଅତ୍ୟଧିକ ହସ୍ପିଟାଲ ଖର୍ଚ୍ଚର ବୋଝ ବି ଦୂର ହୋଇଛି | ଅପରେସନ ପର 6 ମାସ ଶିଶୁକୁ ନିରୀକ୍ଷଣରେ ରଖାଯାଇଛି | ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ରହିଛି |

AIIMS Rare Surgery
Advertisment
Advertisment