/odishatv-khabar/media/post_attachments/uploadimage/library/16_9/16_9_0/corona_1685269704.jpg)
corona
ଚୀନକୁ ପୁଣି ଘାରିଲା କୋଭିଡ୍ ଚିନ୍ତା । ଜିରୋ କୋଭିଡ୍ ପଲିସି ପ୍ରତ୍ୟାହାର ପରେ ଚୀନ୍ ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଜୋରଦାର କରାଯାଉଥିଲେ ବି, ନିୟନ୍ତ୍ରଣକୁ ଆସୁନି ସ୍ଥିତି । ଆଶଙ୍କା କରାଯାଉଛି, ଆସନ୍ତା ଜୁନ୍ ମାସରେ କରୋନା ସଂକ୍ରମଣ ପିକ୍ ରେ ରହିପାରେ । ଏପରିକି ସାପ୍ତାହିକ ସଂକ୍ରମଣ ସାଢ଼େ ୬ କୋଟିକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।..
ଗତବର୍ଷ ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ଜିରୋ-କୋଭିଡ୍ ପଲିସି ପ୍ରତ୍ୟାହାର କରିଥିଲେ ଚୀନ୍ ସରକାର। ତେବେ ବର୍ତ୍ତମାନ ଚୀନରେ କୋଭିଡ୍ ସ୍ଥିତି ଏତେ ଭୟଙ୍କର ଯେ, ୮୫ ପ୍ରତିଶତ ଜନସଂଖ୍ୟା ସଂକ୍ରମିତ ଥିବା ଅନୁମାନ କରାଯାଉଛି । ଚୀନ୍ ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଜୋରଦାର କରାଯାଉଥିଲେ ବି, ସ୍ଥିତି କାବୁ କୁ ଆସୁନି । ଫ୍ଲୁ ଠୁ ବି ଅଧିକ କରୋନା ଆକ୍ରାନ୍ତ ଠାବ ହେଉଛନ୍ତି । ଆଶଙ୍କା କରାଯାଉଛି ଯେ, ଆସନ୍ତା ଜୁନ୍ ମାସ କରୋନା ସଂକ୍ରମଣର ପିକ୍ ଦେଖାଦେଇପାରେ ।
ସେତେବେଳେ ହୁଏତ ସପ୍ତାହରୁ ୬ କୋଟି ୫୦ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ଚୀନର ଏଭଳି ଅବସ୍ଥା ବିଗିଡ଼ିବା ପଛରେ କରୋନା ଓମିକ୍ରନ ଭ୍ୟାରିଆଣ୍ଟର XBB. 1.9.1, XBB. 1.5 ଏବଂ XBB. 1.16 ସହିତ ଆଉ ୨ଟି ନୂଆ ସବଭ୍ୟାରିଆଣ୍ଟ ମଧ୍ୟ ଦାୟୀ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ ।
ଏଣେ ଭାରତର କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୯୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସକ୍ରିୟ ସଂକ୍ରମିତ ସଂଖ୍ୟା ୫ହଜାର ୭ଶହ ୭କୁ ହ୍ରାସ ପାଇଛି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)