• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପେଟ ଯନ୍ତ୍ରଣାରୁ ମୁକ୍ତି ଦିଏ ସପୁରୀ ରସ

ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଖରାଦିନେ ଅଧିକ ଗରମ ଯୋଗୁଁ ସ୍ୱାସ୍ଥ୍ୟର ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଏପରି ପରିସ୍ଥିତିରେ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସ ଆବଶ୍ୟକ । ତେବେ ଶରୀରକୁ ଉପକାର କରୁଥିବା ଏହି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ପାଇନ୍‌‌ଆପଲ୍ ତଥା ସପୁରୀ ଜୁସ୍‌।

ସପୁରୀ ରସ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ସବୁଠ ଉତ୍କୃଷ୍ଠ ମେଡିସିନ । ସପୁରୀ ଜୁସ୍‌ ହେଉଛି ବ୍ରୋମେଲାଇନର ଏକମାତ୍ର ଖାଦ୍ୟ ଉତ୍ସ । ଖରାଦିନେ ଘଟୁଥିବା ଅନେକ ରୋଗର ଚିକିତ୍ସା ପାଇଁ ଏହି ଏନଜାଇମ୍ ବ୍ୟବହୃତ ହୁଏ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ସପୁରୀ ଜୁସ୍‌ ପିଇବା ଦ୍ଵାରା କଣ ଫାଇଦା ମିଳେ।

ଅଧିକ ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ପିଆଜ ଷଣ୍ଢା,  ରହିଛି କ୍ୟାନ୍ସର ଭଳି ମାରାତ୍ମକ ରୋଗର ପ୍ରତିରୋଧକ ଗୁଣ

କେଉଁ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ?

ସପୁରୀ ଜୁସ୍‌ରେ ଆଇରନ, ଭିଟାମିନ୍ ସି, ମାଙ୍ଗାନିଜ୍, କପର, ଫୋଲେଟ୍, ପୋଟାସିୟମ୍, ଭିଟାମିନ୍ କେ, ଭିଟାମିନ୍ ବି-୬, ଭିଟାମିନ୍ ବି -୧ (ଥିଏମାଇନ୍), କ୍ୟାଲସିୟମ୍, ଫସଫରସ୍, କୋଲାଇନ୍, ମ୍ୟାଗ୍ନେସିୟମ୍ ରହିଥାଏ।

ତ୍ୱଚ୍ଚା ବ୍ରଣ ମୁକ୍ତ ହୁଏ:

  • ଅନେକ ଲୋକ ଜାଣିପାରିବେ ନାହିଁ ଯେ ସପୁରୀ ରସ ପିଇବା ଦ୍ଵାରା ବ୍ରଣ ପରି ସମସ୍ୟାରୁ ମୁକ୍ତି ମିଳେ ଓ ଉଜ୍ଵଳ ତ୍ଵଚା ଫେରାଏ।
  • ବୟସ ବଢିବା ସହିତ ଚର୍ମ ସତେଜ ରୁହେ ଏବଂ କୁଞ୍ଚନ ଦେଖାଯାଏ ନାହିଁ । ଯଦି ଆପଣ ନିୟମିତ ଭାବେ ସପୁରୀ ଜୁସ୍‌ ପିଅନ୍ତି, ତେବେ ଆପଣଙ୍କ ତ୍ୱଚା ସୁସ୍ଥ ଓ କୋମଳ ରହିବ।

ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିବ:

  • ଅନେକ ଥର କୌଣସି ଫାଷ୍ଟଫୁଡ୍ ଖାଇବା ଦ୍ଵାରା ପେଟ ଭାରୀ ହୋଇଯାଏ । ଏହା ପେଟକୁ ଯନ୍ତ୍ରଣା ଦିଏ । ଏହି ସମୟରେ ସପୁରୀ ଜୁସ କରି ପିଇବା ଦ୍ଵାରା ଆପଣଙ୍କୁ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
  • ସପୁରୀ ଜୁସ୍‌ରେ ହଜମ ପାଇଁ ଫାଇବର ଏବଂ ଭିଟାମିନ୍-ସି ର ଏକ ସମୃଦ୍ଧ ଉତ୍ସ ଥାଏ। ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ପ୍ରତିଦିନ ପିଅନ୍ତି ତାହାଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଯିବ ।

ପ୍ରତିରୋଧକ ଶକ୍ତି:

  • ଯେଉଁମାନେ ପ୍ରତିଦିନ ସପୁରୀ ଜୁସ୍‌ ପିଉଛନ୍ତି ସେମାନଙ୍କଠାରୁ ରୋଗ ମଧ୍ୟ ଦୂରରେ ରହିଥାଏ । ସେମାନଙ୍କର ପ୍ରତିରୋଧକୁ ଶକ୍ତି ବୃଦ୍ଧି ହୁଏ। ଏହା ଅନେକ ରୋଗ ସହିତ ମଧ୍ୟ ଲଢିଥାଏ ।