Advertisment

World Bicycle Day 2023: ସାଇକେଲ୍ ଚାଳନା ଏହିସବୁ ରୋଗକୁ ରୋକିଥାଏ

ପ୍ରତିବର୍ଷ ୩ ଜୁନ୍‌କୁ ‘ବିଶ୍ୱ ସାଇକେଲ୍‌ ଦିବସ’ ଭାବେ ପାଳନ କରାଯାଏ। ଏହି ଦିବସ ପାଳନ କରିବା ପଛରେ ଏକ ଦୃଢ କାରଣ ରହିଛି। ମାନବ କଲ୍ୟାଣ ସହିତ ଏହି ଦିନର ମଧ୍ୟ ପରିବେଶ ପ୍ରତି ସକରାତ୍ମକ ଅବଦାନ ରହିଛି। ତେବେ ଆସନ୍ତୁ ଜାଣିବା ଆମେ କାହିଁକି ‘ବିଶ୍ୱ ସାଇକେଲ୍‌ ଦିବସ’ ପାଳନ କରୁ ଏବଂ ସାଇକେଲ ଚଳାଇବାର ଲାଭ କ’ଣ?

author-image
Pramod Behera
ଅଦ୍ୟତନ ହୋଇଛି
Know health benefits of cycling

Know health benefits of cycling

ମିଳିତ ଜାତିସଂଘ ପ୍ରତିବର୍ଷ ୩ ଜୁନ୍‌କୁ ‘ବିଶ୍ୱ ସାଇକେଲ୍‌ ଦିବସ’ ଭାବେ ପାଳନ କରିଥାଏ। ଏହି ଦିନ ପାଳନ କରିବା ପଛରେ ଏକ ଦୃଢ କାରଣ ରହିଛି। ମାନବ କଲ୍ୟାଣ ସହିତ ଏହି ଦିନର ମଧ୍ୟ ପରିବେଶ ପ୍ରତି ସକରାତ୍ମକ ଅବଦାନ ରହିଛି। ତେବେ ଆସନ୍ତୁ ଜାଣିବା ଆମେ କାହିଁକି ‘ବିଶ୍ୱ ସାଇକେଲ୍‌ ଦିବସ’ ପାଳନ କରୁ ଏବଂ ସାଇକେଲ ଚଳାଇବାର ଲାଭ କ’ଣ?

Advertisment

କାହିଁକି କରାଯାଏ ପାଳନ:

ଶାରୀରିକ କାର୍ଯ୍ୟକଳାପ ଯେପରିକି ଚାଲିବା, ସାଇକେଲ୍‌ ଚଲାଇବା କିମ୍ବା ଖେଳିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷଜ୍ଞମାନେ ମଧ୍ୟ ସବୁ ବୟସର ଲୋକଙ୍କୁ ଶାରୀରିକ ଭାବରେ ସକ୍ରିୟ ହେବାକୁ ପରାମର୍ଶ ଦିଅନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଚାଲିବା ଏବଂ ସାଇକେଲ ଚଳାଇ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ।

ସାଇକେଲ୍‌ ଚାଳନା  ହୃଦ୍‌ରୋଗ, ଷ୍ଟ୍ରୋକ୍, ବିଭିନ୍ନ ପ୍ରକାରର କର୍କଟ, ମଧୁମେହ ଭଳି ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Advertisment

ସାଇକେଲ ଚଳାଇବା ଦ୍ୱାରା କ’ଣ ଲାଭ ମିଳେ:

ମାଂସପେଶୀକୁ ଶକ୍ତିଶାଳୀ କରେ। ସାଇକେଲ ଚଲାଇବା ଦ୍ୱାରା ଶରୀରର ନିମ୍ନ ଅଂଶ ମଜବୁତ ହୋଇଥାଏ। ଏହା ଜଙ୍ଘ, ପିଚା, ପେଣ୍ଡା ଆଦିକୁ ଟୋନ୍‌ଡ କରେ।

ସହନଶକ୍ତିର ବୃଦ୍ଧି:

ସାଇକେଲ ଚଲାଇବା ଦ୍ୱାରା ସହନଶକ୍ତିରେ ଉନ୍ନତି ଆସେ। ସାଇକେଲ ଚଲାଇବା ସମୟରେ ହୃଦୟର ଗତି ଯଥେଷ୍ଟ ବୃଦ୍ଧି ପାଇଥାଏ, ଯାହା ହୃଦୟକୁ ରକ୍ତ ସଂଚାଳନ କରିବାରେ ସାହାଯ୍ୟ କରେ।

ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ:

ଉଦାସୀନତା, ଚିନ୍ତା ଏବଂ ଚାପକୁ ରୋକିବାରେ ସାଇକେଲ ଚାଳନା ସାହାଯ୍ୟ କରିଥାଏ। ଏହା ବ୍ୟତୀତ ସାଇକେଲ ଚଲାଇବା ଦ୍ୱାରା ହାପି ହରମୋନ୍ ନିର୍ଗତ ହୁଏ, ଯାହା ମନୋବଳକୁ ଦୃଢ କରିଥାଏ। ଦୈନିକ କିଛି ଘଣ୍ଟା ସାଇକେଲ ଚଳାଇବା ଦାରା ଭଲ ନିଦ ମଧ୍ୟ ହୋଇଥାଏ।

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ:

ବ୍ୟାୟାମ କରିବା ପାଇଁ ସବୁଠାରୁ ସହଜ ଏବଂ ମଜାଳିଆ ଉପାୟ ମଧ୍ୟରୁ ସାଇକେଲ ଚଲାଇବା ଗୋଟିଏ। ଦୈନିକ ଅଧ ଘଣ୍ଟା ପାଇଁ ସାଇକେଲ୍‌ ଚଲାଇବା ଦ୍ୱାରା ପ୍ରାୟ ୩୦୦ କିଲୋ କ୍ୟାଲୋରୀ ବର୍ନ ହେବାରେ ସାହାଯ୍ୟ କରିଥାଏ।

ସାମଗ୍ରିକ ସ୍ୱାସ୍ଥ୍ୟ:

ସାଇକେଲ ଚଲାଇବା ଦ୍ୱାରା ଶରୀରର ନିମ୍ନ ଗଣ୍ଠିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ଅଷ୍ଟିଓଆର୍ଥ୍ରାଇଟିସ୍‌ର ଆଶଙ୍କା ହ୍ରାସ କରିଥାଏ।

Lifestyle World Bicycle Day Health Rides Cycle Health News
Advertisment
Advertisment