Advertisment

Health Tips: ଆପଣଙ୍କୁ ମଧ୍ୟାହ୍ନ ଭୋଜନ ପରେ ନିଦ ଲାଗୁଛି କି… ଜାଣନ୍ତୁ କ’ଣ କଲେ ଏଥିରୁ ମିଳିବ ମୁକ୍ତି

ଅନେକ ସମୟରେ ମଧ୍ୟାହ୍ନ ଭୋଜନ ପରେ ଏମିତି ଲାଗେ ଯେପରି ଆମ ଶରୀର ଥକି ଯାଇଛି। ଏପରି ପରିସ୍ଥିତିରେ ଅନେକ ସମୟରେ ଜବରଦସ୍ତ ନିଦ ଆସିବା ଆପଣ ବି ଅନୁଭବ କରିଥିବେ। ତେବେ ଏମିତି କାହିଁକି ହୁଏ, ଏହାର ନିରାକରଣ କ’ଣ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Why our body starts getting tired afternoon

Why our body starts getting tired afternoon

ଆପଣ ନିଶ୍ଚୟ ଦେଖିଥିବେ ଆପଣଙ୍କର କିଛି ସହକର୍ମୀ ମଧ୍ୟାହ୍ନ ଭୋଜନ ପରେ ଘୁମେଇବା କିମ୍ବା କିଛି ସମୟ ଶୋଇପଡନ୍ତି। ବେଳେବେଳେ ଆପଣ ମଧ୍ୟ ମଧ୍ୟାହ୍ନ ଭୋଜନ ପରେ ଅଳସୁଆମି ଅନୁଭବ କରିଥିବେ। ଏହାଛଡା ଆପଣ ଏଜା ମଧ୍ୟ ନିଶ୍ଚୟ ଦେଖିଥିବେ ମଧ୍ୟାହ୍ନ ପରେ ଘରର ବଡ ଲୋକମାନେ ଶୋଇପଡିବାର।

Advertisment

ଅନେକ ସମୟରେ ମଧ୍ୟାହ୍ନ ଭୋଜନ ପରେ ଏମିତି ଲାଗେ ଯେପରି ଆମ ଶରୀର ଥକି ଯାଇଛି। ଏପରି ପରିସ୍ଥିତିରେ ଅନେକ ସମୟରେ ଜବରଦସ୍ତ ନିଦ ଆସିବା ଆପଣ ବି ଅନୁଭବ କରିଥିବେ।

ଆପଣ କେବେ ଭାବିଛନ୍ତି ଏହା ସାଧାରଣତଃ ମଧ୍ୟାହ୍ନ ଭୋଜନ ପରେ କାହିଁକି ହୁଏ? ମଧ୍ୟାହ୍ନ ଭୋଜନ ପରେ ଆମ ଶରୀରରେ କ’ଣ ପରିବର୍ତ୍ତନ ଘଟେ ଯାହା ଫଳରେ ଆମକୁ ନିଦ ଆସେ?

Advertisment

ବିଜ୍ଞାନ ଅନୁଯାୟୀ, ଖାଇବା ପରେ ଯଦି ନିଦ୍ରା ସହିତ ଶରୀରରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ହୁଏ, ଏହାକୁ 'ଫୁଡ୍ କୋମା' କୁହାଯାଏ। ଯଦିଓ, ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷମାନଙ୍କ କ୍ଷେତ୍ରରେ ଏହାର କୌଣସି ଠୋସ୍ କାରଣ ପ୍ରକାଶ କରାଯାଇ ନାହିଁ, କିନ୍ତୁ ବୈଜ୍ଞାନିକମାନେ ରୋଡେଣ୍ଟସ୍, ମାଛି ଏବଂ ପୋକ ଉପରେ କିଛି ପରୀକ୍ଷଣ କରି ଏହାକୁ ବୁଝିବାକୁ ଚେଷ୍ଟା କରିଛନ୍ତି।

ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଅଧିକ କାର୍ବ ଏବଂ ଅଧିକ ମଧୁର ଖାଦ୍ୟ ଖାଇବା ହେତୁ ମଣିଷମାନଙ୍କଠାରେ ଅଳସୁଆମୀର ସମ୍ଭାବନା ଦେଖାଯାଏ। ଆଳୁ, କିଛି ଶସ୍ୟ ଏବଂ ହ୍ୱାଇଟ୍‌ ବ୍ରେଡ୍‌ରେ ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ, ଯାହା ଶରୀରରେ ସୁଗାର ସ୍ତରକୁ ଶୀଘ୍ର ବଢାଇଦେଇଥାଏ।

କାହିଁକି ଶରୀର ଦୁର୍ବଳ ହୋଇଯାଏ:

ଯେତେବେଳେ ବ୍ଲଡ୍ ଗ୍ଲୁକୋଜ୍ ବୃଦ୍ଧି ହୁଏ, ଶରୀରକୁ ଅଧିକ ଇନ୍‌ସୁଲିନ୍ ଉତ୍ପାଦନ କରିବାକୁ ନିର୍ଦ୍ଦେଶ ମିଳେ। ଏହି କାରଣରୁ ଶରୀରରେ କିଛି ଜୈବିକ ଘଟଣା ଘଟିବା ଆରମ୍ଭ କରେ। ଏପରି ପରିସ୍ଥିତିରେ ମାଂସପେଶୀ ଏବଂ ଚର୍ବି କୋଷଗୁଡ଼ିକକୁ ଗ୍ଲୁକୋଜ ନେବାକୁ ପଡେ। ଏନେଇ ରକ୍ତରେ ଶର୍କରା ସ୍ତର ବଢିଯାଏ ଓ ଜଣେ ଶକ୍ତି ସ୍ତର କମିଯାଏ।

ଏହାକୁ ସରଳ ଭାଷାରେ କହିବାକୁ ଗଲେ, ଅସନ୍ତୁଳିତ ମଧ୍ୟାହ୍ନ ଭୋଜନ ପରେ ଶରୀରରେ ରକ୍ତରେ ଶର୍କରା ବୃଦ୍ଧି ହେତୁ ଶରୀର କ୍ଳାନ୍ତ ହେବାକୁ ଲାଗେ। ବୈଜ୍ଞାନିକଙ୍କ ଅନୁଯାୟୀ, ଖାଦ୍ୟ ଖାଇବା ପରେ ଶରୀର ଏହାର ପାରାସିମ୍ପାଥେଟିକ୍ ସ୍ନାୟୁ ପ୍ରଣାଳୀକୁ ସକ୍ରିୟ କରିଥାଏ। ଏହା ପରେ ଶରୀର 'ରେଷ୍ଟ୍ ଆଣ୍ଡ୍ ଡାଇଜେଷ୍ଟ ମୋଡ୍' ଆଡକୁ ଚାଲିଯାଏ। ଏହା ସିମ୍ପାଥେଟିକ୍ ନର୍ଭସ ସିଷ୍ଟମର 'ଫାଇଟ୍ ନା ଫ୍ଲାଇଟ୍' ମୋଡର ବିପରୀତ ଅଟେ।

ମଧ୍ୟାହ୍ନରେ କାହିଁକି ଆସେ ନିଦ:

ଆପଣଙ୍କ ଶରୀରର 'ରେଷ୍ଟ୍ ଆଣ୍ଡ୍ ଡାଇଜେଷ୍ଟ ମୋଡ୍' ଆପଣଙ୍କୁ କେତେ ପରିମାଣରେ ଶୋଇବାକୁ ଦିଏ ତାହା ଆପଣ ଗୋଟିଏ ଥର ଖାଉଥିବା ଖାଦ୍ୟ ପରିମାଣ ଉପରେ ଏହା ନିର୍ଭର କରେ। ଅଧିକ ଖାଦ୍ୟ ଅଧିକ ବିଶ୍ରାମ ଆବଶ୍ୟକ କରେ। ଆମିନୋ ଏସିଡ୍ ଟ୍ରାଇପ୍‌ଟୋଫାନ୍ ମଧ୍ୟ ଖାଇବା ପରେ ନିଦ୍ରାର ଏକ ଭୂମିକା ଗ୍ରହଣ କରେ। ଅଣ୍ଡା, ମାଛ ଏବଂ ମାଂସ ସମେତ ଅନେକ ପ୍ରୋଟିନ୍ ଭିତ୍ତିକ ଖାଦ୍ୟରେ ଏହା ମିଳିଥାଏ।

ଇନ୍‌ସୁଲିନ୍ ମାଂସପେଶୀରେ କିଛି ଆମିନୋ ଏସିଡ୍ ଅବଶୋଷଣକୁ ଉତ୍ସାହିତ କରେ, କିନ୍ତୁ ଟ୍ରାଇପ୍‌ଟୋଫାନ୍ ନୁହେଁ। ଏହା ଟ୍ରାଇପ୍‌ଟୋଫାନ୍‌କୁ ଆମିନୋ ଏସିଡ୍ ପରିବହନ କରି ମସ୍ତିଷ୍କକୁ ଯିବା ପାଇଁ ଛାଡିଦିଏ। ଏହା ସେଠାରେ ସେରୋଟୋନିନ୍ ଏବଂ ମେଲାଟୋନିନ୍‌ରେ ରୂପାନ୍ତରିତ ହୋଇଯାଏ। ଏହି ଉଭୟ କେମିକାଲ ପଦାର୍ଥ ନିଦ ଆଣିଥାଏ।

କିପରି ମିଳିବ ମୁକ୍ତି:

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ବ୍ରେକ୍‌ଫାଷ୍ଟ୍‌ରେ ପୁଷ୍ଟିକର ଖାଦ୍ୟ ଗ୍ରହଣ କରାଯାଏ, ତେବେ ଦିନସାରା ଶକ୍ତି ମିଳିଥାଏ ଏବଂ ନିଦ ଆସି ନଥାଏ। ଯେଉଁ ଲୋକମାନେ ସର୍ବଦା କିମ୍ବା ପ୍ରାୟତଃ ବ୍ରେକ୍‌ଫାଷ୍ଟ୍‌ କରନ୍ତି ନାହିଁ ଏବଂ ସିଧାସଳଖ ମଧ୍ୟାହ୍ନ ଭୋଜନ କରନ୍ତି, ସେମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖାଯାଏ। ଏପରି ଲୋକମାନେ ମଧ୍ୟାହ୍ନ ଭୋଜନରେ ଭାରି ଭୋଜନ ନିଅନ୍ତି। ଏନେଇ ସେମାନେ ଅଳସୁଆମି ଅନୁଭବ କରନ୍ତି।

ତେଣୁ ବ୍ରେକ୍‌ଫାଷ୍ଟରେ ହୋଲ୍‌ଗ୍ରେନ୍ ଉତ୍ପାଦ, ଓଟ୍‌ସ୍, ବ୍ରାଉନ୍ ବ୍ରେଡ୍, ଅଣ୍ଡା, ଫଳ ଆଦି ଖାଆନ୍ତୁ। ଯଦି ଆପଣ ଦିନସାରା ସକ୍ରିୟ ରହିବାକୁ ଚାହାଁନ୍ତି, ତେବେ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ। ଯେତେବେଳେ ଶରୀର ଡିହାଇଡ୍ରେଟ୍ ହୋଇଯାଏ, ଶରୀର ଅଳସୁଆ ହୋଇପଡେ।

Health Tips
Advertisment
Advertisment