Advertisment

ନୂଆ ରୂପରେ ଫାଷ୍ଟଫୁଡ୍‌: ଖାଆନ୍ତୁ ମାଣ୍ଡିଆରୁ ତିଆରି ସୁଆଦିଆ ସୁପ୍, ନୁଡୁଲ୍ସ ଓ ଗୁପ୍‌ଚୁପ୍‌

ମାଣ୍ଡିଆ ନାଁ ଶୁଣିଲେ, ମନକୁ ଆସେ, ଏହା ଆଦିବାସୀ ତଥା ଦେଶିଆ ଖାଦ୍ୟ। ହେଲେ ବଦଳିଛି ମାଣ୍ଡିଆ ପରଷିବାର ଢାଞ୍ଚା । ଦେଶୀ ମାଣ୍ଡିଆରେ ଲାଗିଛି ଆଧୁନିକତାର ଛାପ। ରୂପ ନୂଆ, ନାଁ ବି ନୂଆ। ସବୁ ବର୍ଗର ଖାଦ୍ୟପ୍ରେମୀଙ୍କୁ ଆଖି ଆଗରେ ରଖି ମାଣ୍ଡିଆଜାତ ଉତ୍ପାଦରେ ପ୍ରସ୍ତୁତ ହେଉଛି ଫାଷ୍ଟଫୁଡ୍।

author-image
Chandan Shishu
ଅଦ୍ୟତନ ହୋଇଛି
Millet Festival Starts In Bhubaneswar

millet festival organized in bhubaneswar

ମାଣ୍ଡିଆ ଆଉ ଗରିବ ଗୁରୁବାଙ୍କ ଖାଦ୍ୟ ହୋଇ ରହିବ ନାହିଁ। ଧନୀଙ୍କ ଡାଇନିଂ ଓ ଯୁବପିଢ଼ିଙ୍କ ମେନୁରେ ପରଷା ଯିବ। ସେଥିଲାଗି ମାଣ୍ଡିଆଜାତ ଉତ୍ପାଦକୁ ଫାଷ୍ଟଫୁଡର ରୂପ ଦେଇଛନ୍ତି ଓଡ଼ିଆ ସେଫ୍ ମାଇକେଲ୍। ନୂଆ ପିଢ଼ିଙ୍କ ପସନ୍ଦକୁ ନଜରରେ ରଖି ମାଣ୍ଡିଆରେ ତିଆରି କରୁଛନ୍ତି ଭଳି କି ଭଳି ଫାଷ୍ଟଫୁଡ୍ ଡିସ୍।

Advertisment

ମାଣ୍ଡିଆ ନାଁ ଶୁଣିଲେ, ମନକୁ ଆସେ, ଏହା ଆଦିବାସୀ ତଥା ଦେଶିଆ ଖାଦ୍ୟ। ହେଲେ ବଦଳିଛି ମାଣ୍ଡିଆ ପରଷିବାର ଢାଞ୍ଚା । ଦେଶୀ ମାଣ୍ଡିଆରେ ଲାଗିଛି ଆଧୁନିକତାର ଛାପ। ରୂପ ନୂଆ, ନାଁ ବି ନୂଆ। ସବୁ ବର୍ଗର ଖାଦ୍ୟପ୍ରେମୀଙ୍କୁ ଆଖି ଆଗରେ ରଖି ମାଣ୍ଡିଆଜାତ ଉତ୍ପାଦରେ ପ୍ରସ୍ତୁତ ହେଉଛି ଫାଷ୍ଟଫୁଡ୍। ଚାହିଁଲେ ପିଇପାରିବେ ମାଣ୍ଡିଆ ସୁପ୍, ଖାଇପାରିବେ ମାଣ୍ଡିଆ ନୁଡୁଲ୍ସ, ମାଣ୍ଡିଆ କାକରା, ମାଣ୍ଡିଆ ଗୁପଚୁପ। ଖାଲି ସେତିକି ନୁହେଁ, ମାଣ୍ଡିଆରେ ବି ତିଆରି ହେଉଛି ପାସ୍ତା, ପିଜା, ବର୍ଗର, ବିରିୟାନି। ଆଉ ଦେଶୀ ମାଣ୍ଡିଆକୁ ଏମିତି ଭଳି ଭଳି ଫାଷ୍ଟଫୁଡର ରୂପ ଦେଇଛନ୍ତି ଓଡ଼ିଆ ସେଫ୍ ମାଇକେଲ୍।

ଦେଖନ୍ତୁ ଭିଡିଓ | ମାର୍କେଟ୍ ନେଉଛି ଗରିବଙ୍କ ଖାଦ୍ୟ, ଟ୍ରେଣ୍ଡ କରୁଛି ମାଣ୍ଡିଆ

ସେ କହନ୍ତି ଯୋ ଦିଖ୍‌ତା ହୈ, ୱ ବିକତା ହୈ। ମାଣ୍ଡିଆର ଅନେକ ଫାଇଦା ରହିଛି । କିନ୍ତୁ ଏହାକୁ ଉଚିତ୍ ସ୍ବାଦ ଦେଇପାରୁନଥିବା ଯୋଗୁ ଏହାର ବ୍ୟବହାର କମିଯାଇଥିଲା। ମିଲେଟ୍‌କୁ ଫାଷ୍ଟଫୁଡର ରୂପ ଦେଇ ଯୁବପିଢ଼ିଙ୍କୁ ପୁଣିଥରେ ମାଣ୍ଡିଆ ପ୍ରତି ଆକୃଷ୍ଟ କରିବାକୁ ଏହି ପ୍ରୟାସ। 

Advertisment

ମାଇକେଲଙ୍କ ଲକ୍ଷ୍ୟ ସମସ୍ତଙ୍କ ଖାଇବା ଥାଳିରେ ରହିବ ମାଣ୍ଡିଆ। ଲୋକେ ମାଣ୍ଡିଆ ଖାଇବେ, ଆଉ ସୁସ୍ଥ ରହିବେ। ସେଇଥିଲାଗି ଓଡ଼ିଶା ମିଲେଟ୍ ମିଶନ ସହ ସହଭାଗିତାରେ ମାଇକେଲ୍ କିଚେନ୍ ପକ୍ଷରୁ ଚାଲିଛି ସ୍ବତନ୍ତ୍ର ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍।  ଏଥିରେ ଲୋକଙ୍କୁ ପରଷୁଛନ୍ତି ଭଳିକି ଭଳି ମାଣ୍ଡିଆଜାତ ମର୍ଡର୍ଣ୍ଣ ଡିସ୍। ଖାଲି ସେତିକି ନୁହେଁ, ମାଣ୍ଡିଆକୁ ନେଇ ବିକାଶ କରିଥିବା ନିଜ ନୂଆ ଉତ୍ପାଦ କୌଶଳକୁ ମୁକ୍ତ ଭାବେ ବାଣ୍ଟିଚାଲିଛନ୍ତି ସେ। ମାଣ୍ଡିଆଜାତ ଉତ୍ପାଦ ଉପରେ କାମ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଶିଖାଉଛନ୍ତି ମାଣ୍ଡିଆ ଫାଷ୍ଟଫୁଡ୍ ଡିସ୍ ପ୍ରସ୍ତୁତି।

Fast Food
Advertisment
Advertisment