Advertisment

୧୬ ହଜାରରୁ ଅଧିକ ହୁଦ୍‌ରୋଗୀଙ୍କ ଚିକିତ୍ସା କରିଥିବା ଡାକ୍ତର ଗୌରବଙ୍କ ହୃଦ୍‌ଘାତରେ ମୃତ୍ୟୁ

୪୧ ବର୍ଷିୟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଗୌରବ ଗାନ୍ଧୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଖବର ଏଇଥିପାଇଁ ଆଶ୍ଚର୍ଯ୍ୟ କରୁଛି ଯେ ଯେଉଁ ରୋଗରୁ ସେ ହଜାର ହଜାର ଲୋକଙ୍କୁ ରକ୍ଷାକରି ଜୀବନ ଦେଇଛନ୍ତି ଶେଷରେ ସେହି ରୋଗରେ ସେ ଚାଲିଗଲେ।

author-image
Pramod Behera
ଅଦ୍ୟତନ ହୋଇଛି
cardiologist dies of heart attack

cardiologist dies of heart attack

ଗୁଜୁରାଟର ଜାମନଗରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୪୧ ବର୍ଷିୟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଗୌରବ ଗାନ୍ଧୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଖବର ଏଇଥିପାଇଁ ଆଶ୍ଚର୍ଯ୍ୟ କରୁଛି ଯେ ଯେଉଁ ରୋଗରୁ ସେ ହଜାର ହଜାର ଲୋକଙ୍କୁ ରକ୍ଷାକରି ଜୀବନ ଦେଇଛନ୍ତି ଶେଷରେ ସେହି ରୋଗରେ ସେ ପୀଡିତ ହେଲେ। ଡକ୍ଟର ଗାନ୍ଧୀ ଦେଶର ପ୍ରସିଦ୍ଧ କାର୍ଡିଓଲୋଜିଷ୍ଟ୍‌ଙ୍କ ମଧ୍ୟରୁ ଅନ୍ୟତମ।

Advertisment

ତେବେ ସେ ହୃଦରୋଗର ବିଶେଷଜ୍ଞ ହୋଇ କିପରି ହୃଦଘାତରେ ପୀଡିତ ହେଲେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସୂଚନା ମୁତାବକ ଡାକ୍ତର ଗାନ୍ଧୀ ତାଙ୍କର ଚିକିତ୍ସା ବୃତ୍ତି ମଧ୍ୟରେ ୧୬,୦୦୦ ରୁ ଅଧିକ ହୁଦ୍‌ରୋଗୀଙ୍କ ଚିକିତ୍ସା କରିଛନ୍ତି।

ସୂଚନାନୁସାରେ, ଗୌରବ ଗାନ୍ଧୀ ସୋମବାର ରାତିରେ ସବୁଦିନ ଭଳି ରୋଗୀଙ୍କୁ ଚେକ୍ ଅପ୍ କରିଥିଲେ। ଏହା ପରେ ସେ ପ୍ୟାଲେସ୍‌ ରୋଡ୍‌ରେ ଥିବା ତାଙ୍କ ଘରକୁ ଆସିଥିଲେ। ଏହା ପରେ ସେ ଡିନର୍ ଖାଇଥିଲେ ଏବଂ କିଛି ସମୟ ପରେ ଶୋଇବାକୁ ଯାଇଥିଲେ। ତାଙ୍କ ଆଚରଣରେ କୌଣସି ପ୍ରକାର ପରିବର୍ତ୍ତନ ଦେଖାଯାଇନଥିଲା। ଏପରିକି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ଥିଲା।

Advertisment

ସାଧାରଣତଃ ଡାକ୍ତର ଗୌରବ ସବୁଦିନ ସକାଳ ୬ଟାରେ ଶଯ୍ୟାତ୍ୟାଗ କରନ୍ତି। ମଙ୍ଗଳବାର ଯେତେବେଳେ ତାଙ୍କର ଉଠିବାରେ ବିଳମ୍ବ ହେଲା ପରିବାର ସଦସ୍ୟ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ସେ କିନ୍ତୁ ଉଠି ନଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି ଡାକ୍ତର କହିଛନ୍ତି।

ହୃଦ୍‌ଘାତ ଯୋଗୁଁ ଡକ୍ଟର ଗୌରବ ଗାନ୍ଧୀଙ୍କ ମୃତ୍ୟୁ ଯୋଗୁଁ ସମସ୍ତେ ଚକିତ ଓ ବିବ୍ରତ ହୋଇପଡିଛନ୍ତି ଯେ କିପରି ହୃଦ୍‌ରୋଗ ବିଶେଷଜ୍ଞ ହୃଦଘାତରେ ମୃତ୍ୟୁବରଣ କଲେ। ଏହି ଘଟଣା ପରେ ବହୁ ସଂଖ୍ୟକ ଡାକ୍ତର ବାହାରେ ଏକାଠି ହୋଇଥିଲେ। ଡାକ୍ତରଖାନାର ଡିନ୍ ନନ୍ଦିନୀ ଦେଶାଇ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିଲା।

ସୂଚନାନୁସାରେ, ଗୌରବ ଗାନ୍ଧୀ ଜାମନଗରରୁ MBBS ଏବଂ MD ଅଧ୍ୟୟନ ସମାପ୍ତ କରିଥିଲେ। ଏହା ପରେ ସେ ଅହମ୍ମଦାବାଦରୁ ଡିଗ୍ରୀ ହାସଲ କରିଥିଲେ। ସେ ଅହମ୍ମଦାବାଦରୁ ଡିଏମ୍‌ କାର୍ଡିଓଲୋଜିରେ ଅଧ୍ୟୟନ ସମାପ୍ତ କରିଥିଲେ। ସେବେଠାରୁ ଗୌରବ ଗାନ୍ଧୀ ଜାମନଗରରେ ହୃଦ୍‌ରୋଗର ଚିକିତ୍ସା କରୁଥିଲେ।

ତାଙ୍କର ଉତ୍କୃଷ୍ଟ ଚିକିତ୍ସା ସେବା ପାଇଁ ସେ ଖୁବ୍ କମ୍ ସମୟ ମଧ୍ୟରେ ଏକ ଭଲ ନାଁ ଅର୍ଜନ କରିଥିଲେ। ଉତ୍କୃଷ୍ଟ ଚିକିତ୍ସା ସେବା ଏବଂ ଅନୁସନ୍ଧାନ ପାଇଁ ତାଙ୍କୁ ଗଣତନ୍ତ୍ର ଦିବସରେ ସମ୍ମାନିତ କରାଯାଇଛି।

ଜାମନଗରର ମୂଳ ବାସିନ୍ଦା ଏବଂ ୨୯ ଅକ୍ଟୋବର ୧୯୮୨ରେ ଜନ୍ମ ହୋଇଥିବା ଡକ୍ଟର ଗୌରବ ଗାନ୍ଧୀ ବିବାହିତ। ତାଙ୍କ ପତ୍ନୀ ଦେବାଂଶୀ ମଧ୍ୟ ଜଣେ ବିଶେଷଜ୍ଞ ଦନ୍ତ ଚିକିତ୍ସକ। ସେମାନଙ୍କର ଏକ ଦଶ ବର୍ଷର ଝିଅ ଏବଂ ଏକ ପାଞ୍ଚ ବର୍ଷର ପୁଅ ଅଛି। ପିତାମାତାଙ୍କ ସହ ରହୁଥିବା ଡକ୍ଟର ଗୌରବ ଗାନ୍ଧୀ ଜାମନଗରର ଏମ୍‌ପି ଶାହା ମେଡିକାଲ କଲେଜରେ ଅଧ୍ୟୟନ କରିଥିଲେ।

ଡକ୍ଟର ଗୌରବ ଗାନ୍ଧୀ ନିଜେ ହାର୍ଟ ଆଟାକ୍ ଅଭିଯାନ ସହିତ ଜଡିତ ଥିଲେ ଏବଂ ହୃଦଘାତ ସଂଖ୍ୟା ହ୍ରାସ କରିବାକୁ ଲୋକଙ୍କୁ ସଚେତନ କରାଉଥିଲେ। ଫେସ୍‌ବୁକ୍‌ରେ ତିଆରି ହୋଇଥିବା ଗ୍ରୁପ୍‌ରେ ତାଙ୍କର ଭିଡିଓ ମଧ୍ୟ ଅଛି, ଯେଉଁଥିରେ ସେ ହୃଦୟକୁ ଏକ ଅଦ୍ଭୁତ ଅଙ୍ଗ ଭାବରେ ସମ୍ବୋଧିତ କରିଛନ୍ତି।

Cardiac Arrest Heart Disease Deaths Heart Attack Gujurat
Advertisment
Advertisment