Advertisment

Viral Video: ୭ ମାସ ଧରି ଫେରାର୍ ଥିଲା ପୁଅ; ଘରକୁ ଆସିଲା ପରେ ବାପା-ମା’ ବି ଚିହ୍ନିପାରିଲେ ନାହିଁ

ତାଙ୍କ ଓଜନ ଦେଢ କ୍ୱିଣ୍ଟାଲ୍‌ ହୋଇଯାଇଥିଲା। ଏହାକୁ କମେଇବା ପାଇଁ ଆପଣେଇ ନେଲେ ଅଜବ ଉପାୟ। ୭ ମାସ ପାଇଁ ଘରୁ ଫେରାର୍ ହୋଇଗଲେ। ଯେତେବେଳେ ଫେରିଲେ ୬୩ କିଲୋ ଓଜନ କମିଯାଇଥିଲା। ଏହା କିପରି ହେଲା ସମ୍ଭବ? ଜାଣିବା ପାଇଁ ପଢନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Amazingly lost 63 kg in 7 months

Amazingly lost 63 kg in 7 months

ଆଜିକାଲି ଅନେକ ନିଜ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ। ଆପଣ ନିଶ୍ଚିତ ଭାବରେ ଏହା ଅନୁଭବ କରିଥିବେ। ପ୍ରଥମେ ପ୍ରଥମେ ଅନେକ ହୁଏତ ଏହାକୁ ନେଇ ଚିନ୍ତିତ ନଥାନ୍ତି କିନ୍ତୁ ଯେତେବେଳେ ଓଜନ ବଢି ବଢି ଚାଲେ, ଚିନ୍ତା ମଧ୍ୟ ବଢି ଚାଲେ। ଏହାକୁ କମେଇବା ପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ଆପଣେଇ ନିଅନ୍ତି। ଅଧିକାଂଶ ଓଜନ କମେଇବା ନେଇ ବ୍ୟାୟାମ କରିବା ଆରମ୍ଭ କରିଦିଅନ୍ତି।

Advertisment

କିଛି ଲୋକ ଅଛନ୍ତି ଏହାକୁ ଖୁବ ଶୀଘ୍ର ଆରମ୍ଭ କରି ଦିଅନ୍ତି, କିନ୍ତୁ ଆଉ କିଛି ଲୋକ ଏହାକୁ ଆପଣେଇବା ନେଇ ଅନେକ ଦିନ ନେଇଯାଆନ୍ତି। ତେବେ ଆସନ୍ତୁ ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ ବିଷୟରେ ଜାଣିବା ଯିଏ ନିଜକୁ ଏପରି ଭାବରେ ପରିବର୍ତ୍ତନ କରିଥିଲେ ଯେ ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ଚିହ୍ନି ପାରିଲେ ନାହିଁ।

ଏହି କାହାଣୀଟି ଆୟର୍ଲାଣ୍ଡରେ ରହୁଥିବା ବ୍ରାଏନ୍ ଓ’କେଫ୍ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ। ସେ ଏକ ସମୟରେ ଏତେ ମୋଟା ଥିଲେ ଯେ ତାଙ୍କ ଓଜନ ଦେଢ କ୍ୱିଣ୍ଟାଲ ହୋଇଯାଇଥିଲା। ଯଦିଓ ଏନେଇ ତାଙ୍କୁ କେହି କିଛି କହୁ ନଥିଲେ, କିନ୍ତୁ ବ୍ରାଏନ୍ ନିଜେ ଏହାକୁ ହ୍ରାସ କରିବାକୁ ଚାହୁଁଥିଲେ। ସେ ହଠାତ ୭ ମାସ ପାଇଁ କୁଆଡେ ଚାଲିଗଲେ ଆଉ ଯେତେବେଳେ ସେ ଫେରିଲେ ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କର ଓଜନ ହ୍ରାସର ଯାତ୍ରା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ୍‌ ହେବାରେ ଲାଗିଛି।

Advertisment

୭ ମାସରେ ୬୩ କିଲୋଗ୍ରାମ ଓଜନ ହ୍ରାସ:

ଏକ ରିପୋର୍ଟ ଅନୁଯାୟୀ, ୩୪ ବର୍ଷିୟ ବ୍ରାଏନ୍ ଆୟର୍ଲାଣ୍ଡର କର୍କରେ ରୁହନ୍ତି। ସେ ତାଙ୍କ ଜୀବନରେ ସଫଳତା ପାଇଥିଲେ କିନ୍ତୁ ତାଙ୍କ ଓଜନ ୧୦୦ କିଲୋରୁ ଅଧିକ ହୋଇଯାଇଥିଲା। ଏହାର କାରଣ ଥିଲା ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ସହ ସବୁବେଳେ ପାର୍ଟି କରିବା।

ଯେତେବେଳେ ସେ ୧୫୦ କିଲୋରେ ପହଞ୍ଚିଗଲେ, ଓଜନ କମାଇବା ପାଇଁ ସେ ଏକ ଅନନ୍ୟ ପଦ୍ଧତି ଗ୍ରହଣ କଲେ। ସେ ଜାଣିଥିଲେ ଯେ ଏଥିପାଇଁ ତାଙ୍କୁ ପରିବାରଠାରୁ ଦୂରରେ ରହିବାକୁ ପଡିବ। ସେ ୨୦୨୧ ମସିହାରେ ୭ ମାସ ପାଇଁ ଘରୁ ଚାଲିଗଲେ ଓ ସ୍ପେନ୍‌ରେ ରହିଲେ। ଏହି ସମୟ ମଧ୍ୟରେ ସେ କାହା ସହିତ ଯୋଗାଯୋଗ କରି ନଥିଲେ। ସେ ଫେରିବା ପରେ ପରିବାର ସଦସ୍ୟ ବିଶ୍ୱାସ କରିପାରିଲେ ନାହିଁ ଯେ ସେ ସେମାନଙ୍କର ପୁଅ ବୋଲି। କାରଣ ବ୍ରାଏନଙ୍କ ଓଜନ ୬୩ କିଲୋଗ୍ରାମ କମି ଯାଇଥିଲା।

କିପରି ହେଲା ସମ୍ଭବ:

ବ୍ରାଏନ୍‌ଙ୍କ ଓଜନ ଖୁବ୍ ଅଧିକ ଥିବାରୁ ସେ ଉଭୟ ଡାଏଟିଂ ଏବଂ ବ୍ୟାୟାମକୁ ଗ୍ରହଣ କରିଥିଲେ। ପ୍ରଥମ ୬ ମାସ ଏହା ତାଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା। ତା’ପରେ ପରବର୍ତ୍ତୀ ୫ ମାସ ପାଇଁ ସେ ପ୍ରତିଦିନ ୨୨୦୦ କ୍ୟାଲୋରୀ ଗ୍ରହଣ କଲେ। ୬ ମାସରୁ ୧୭୫୦ କ୍ୟାଲୋରୀ ସହିତ ୫ ଘଣ୍ଟା କଠିନ ବ୍ୟାୟାମ କଲେ। ଦୌଡ଼ିବା, ପହଁରିବା ଏବଂ ଭାରୋତ୍ତୋଳନ ତାଙ୍କୁ ସାହାଯ୍ୟ କଲା। ୭ମାସ ଧରି ସେ କୌଣସି ବି ଗୋଟିଏ ଦିନ ନିଜର ନିତ୍ୟକର୍ମ ଭାଙ୍ଗି ନଥିଲେ ଏବଂ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଫିଟ୍ ହୋଇ ଫେରିଛନ୍ତି।

Social Media Viral Video Weight Loss
Advertisment
Advertisment