ସ୍ବାସ୍ଥ୍ୟ ବିଜ୍ଞାନରେ ଯୋଡ଼ି ହେଲା ସଫଳତାର ଆଉ ଏକ ଅଧ୍ୟାୟ: ରାଜ୍ୟର ଆଦିବାସୀଙ୍କ ଶରୀରରୁ ନୂଆ ଉପକାରୀ ପ୍ରୋବାୟୋଟିକ ଜୀବାଣୁ ଆବିଷ୍କାର କଲା ଭୁବନେଶ୍ବର ILS, ବୈଜ୍ଞାନିକଙ୍କ ମତ, ତରଳ ଝାଡ଼ା ଓ ମେଦ ମହୁଳତା ରୋକିବାରେ ସାଜିବ ରାମ ବାଣ
ଆଦିବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ୩ ବର୍ଷ ତଳେ ILSର ପୂର୍ବତନ ନିର୍ଦ୍ଦେଶକ ସ୍ବର୍ଗତ ଡକ୍ଟର ଅଜୟ ପରିଡ଼ା ଆରମ୍ଭ କରିଥିଲେ ଟ୍ରାଇବାଲ୍ ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ୍ କାର୍ଯ୍ୟକ୍ରମ ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ୧୦ ଦିନ ହେବ ରୋଗୀଙ୍କୁ ମିଳୁନି ବେଡସିଟ୍,ଏପଟେ ମାଲକାନଗିରି ଜିଲ୍ଲାରେ ହସପିଟାଲ ଓ ଡାକ୍ତର ଅଭାବରୁ ଗୁଣିଆ ଉପରେ ଲୋକଙ୍କ ଅଧିକ ଭରସା
ନାହିଁନାହିଁରେ ଚାଲିଛି ସ୍ୱାସ୍ଥ୍ୟସେବା । ମେଡିକାଲରେ ଚିକିତ୍ସା ସେବା ନପାଇବାରୁ ବାଧ୍ୟ ହୋଇ ଗୁଣିଆ ପାଖକୁ ଧାଉଁଛନ୍ତି ଲୋକେ । ମାଲକାନଗିରି ଜିଲ୍ଲାରେ ଭୁଶୁଡି ପଡିଲାଣି ସ୍ୱାସ୍ଥ୍ୟସେବା । ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଡାକ୍ତରୀ ପଦବୀ ଖାଲିଥିବା ବେଳେ ସଦର ମହକୁମା ଚିକିତ୍ସାଳୟରେ ୭୦ ପ୍ରତିଶତ ଡାକ୍ତର ନାହାନ୍ତି ।
ଜୀବନର ଡେଡ୍ ଲାଇନ୍ ଦିଆସରିଥିଲା। ବଞ୍ଚିବାର କୌଣସି ଆଶା ନ ଥିଲା। କେବଳ ମୃତ୍ୟୁ ପାଇଁ ଦିନ ଗଣୁଥିଲେ। ହେଲେ ଏମ୍ସ ଭୁବନେଶ୍ୱରର ୧୦ ଜଣିଆ ଡାକ୍ତରୀ ଟିମ୍ ର ୧୪ ଘଣ୍ଟା ଅକ୍ଳାନ୍ତ ଚେଷ୍ଟା ଦେଲା ନୂଆ ଜୀବନ। ଯମ ଦୂଆରୁ ଫେରିଆସିଲେ ରୋଗୀ
ଚିକିତ୍ସା ବିଜ୍ଞାନର ଚମତ୍କାର । ୧୦ ଜଣିଆ ଡାକ୍ତରୀ ଟିମ୍ ର ୧୪ ଘଣ୍ଟିଆ ସର୍ଜରୀ । କ୍ୟାନସର କବଳରୁ ମିଳିଲା ନୂଆ ଜୀବନ ।
ନାହିଁ ନାହିଁରେ ଚାଲୁଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ । ବେଡ୍ ବଦଳରେ ବେଡସିଟ୍ରେ ଶୋଉଛନ୍ତି ରୋଗୀ
ଫୁଲ, ଖାଲି ସୌନ୍ଦର୍ଯ୍ୟ ପ୍ରଦାନ କରେନି, ଏହା ଦେହକୁ ସୁସ୍ଥ ମଧ୍ୟ ରଖେ। ଆମ ଚାରିପାଖରେ ଏମିତି କିଛି ଫୁଲ ଅଛି ଯାହାକୁ ବ୍ୟବହାର କରି ଚା’ ମଧ୍ୟ ପ୍ରସ୍ତୁତ କରାଯାଇ ପାରେ। ଏହାକୁ ପାନ କଲେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳେ। ଆସନ୍ତୁ ଏମିତି ୫ଟି ଫୁଲ ଓ ଚା’ର ପ୍ରସ୍ତୁତି ଜାଣିବା।
ଥାଇରଏଡ୍ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ । କିନ୍ତୁ ଆପଣ ଜାଣନ୍ତି କି ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ୍।ତେବେ ଚାଲନ୍ତୁ ଜାଣିବା ଥାଇରଏଡ୍ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ୍ ।
ଏହା ମଣିଷ ଶରୀର ପାଇଁ କ୍ଷତିକାରକ ନୁହେଁ, କମ୍ପାନୀ ଏଭଳି ଯୁକ୍ତି ବାଢ଼ିପାରୁ ନାହିଁ ବୋଲି WHO କହିଛି ।
ମଶା ଅଧିକାଂଶ ରୋଗ ବିସ୍ତାର କରନ୍ତି। ଏହି କାରଣରୁ, ଖରା ଦିନେ ପବନ ଖାଇବାକୁ ଚାହିଁଲେ ମଧ୍ୟ ବାଲକୋନୀରେ ବସିବା କଷ୍ଟକର ହୋଇଯାଏ। ଏଭଳି ପରିସ୍ଥିତିରେ କିଛି ଗଛ ଲଗାଇବା ଜରୁରୀ, ଯାହା ମଶାମାନଙ୍କୁ ଘଉଡାଇବାରେ ବହୁତ ସାହାଯ୍ୟ କରେ। ଆସନ୍ତୁ ଏମିତି ୫ଟି ଗଛ ଉପରେ ନଜର ପକେଇବା।
ମ୍ୟାଲେରିଆ ପରଜୀବୀଙ୍କ ଦ୍ୱାରା ହେଉଥିବା ଏକ ମାରାତ୍ମକ ରୋଗ, ଯାହା ସଂକ୍ରମିତ ମହିଳା ଆନାଫିଲିଜ୍ ମଶା କାମୁଡ଼ିବା ଦ୍ୱାରା ମଣିଷକୁ ବ୍ୟାପିଥାଏ। ଆସନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ ଉପରେ ନଜର ପକେଇବା।
ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ସମୟରେ ଡାକ୍ତରଙ୍କ ପରାମର୍ଶ କରିଥାଉ । କିନ୍ତୁ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ, ଆମେ କିଛି ନା କିଛି ଥଣ୍ଡା ତରଳ ପିଇଥାଉ । କିନ୍ତୁ ଆପଣ ଜାଣନ୍ତି କି, କିଛି ପାନୀୟ ପିଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ ବା ଏଲଡିଏଲ କମିଯାଏ। ତେବେ ଚାଲନ୍ତୁ ଜାଣିବା ଏପରି କିଛି ସୁପର ପାନୀୟ ବିଷୟରେ...
ଅନେକଙ୍କ ଦେହରୁ ଝାଳ ବୋହି ଦୁର୍ଗନ୍ଧ ସୃଷ୍ଟି ହୁଏ। ଏହା ଶରୀର ଗନ୍ଧ ନା ଝାଳର? ନା ଏହା ପଛରେ ଆଉ କ’ଣ କାରଣ ରହିଛି? କାହିଁକି ଦେହରୁ ଦୁର୍ଗନ୍ଧ ଆସେ? ଏଥିରୁ କିପରି ମିଳିବ ମୁକ୍ତି? ଆସନ୍ତୁ ଜାଣିବା…
ରାଜ୍ୟରେ ବଢୁଛି ସିଜରିଆନ୍ ଡେଲିଭରି । ୧୫ ପ୍ରତିଶତରେ ସୀମିତ ରଖିବାକୁ WHOର ପରାମର୍ଶ ସତ୍ତ୍ବେ ଘରୋଇ ହସ୍ପିଟାଲରେ ୭୦ ପ୍ରତିଶତ ଉପରେ ଅସ୍ତ୍ରୋପଚାର ପ୍ରସବ ହାରକୁ ନେଇ ଚିନ୍ତା । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ ସିଜରିଆନ୍ ଅଡିଟକୁ ଜୋରଦାର କରାଯାଉଛି ।
ବିଶ୍ବସ୍ତରୀୟ ବାହାସ୍ଫୋଟକୁ ଖୋଲା ପରିହାସ...ପ୍ରଚଣ୍ଡ ଖରାରେ ଛଟପଟ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ... ଡାକ୍ତର ଦେଖାଇବାକୁ ଆଉଟଡୋର ବାହାରେ କେମିତି ଆଉଟୁପାଉଟୁ ଶିଶୁଠୁ ବୃଦ୍ଧ, ଦେଖିବା ଯନ୍ତ୍ରଣାର ଦୟନୀୟ ଚିତ୍ର
ଓଡ଼ିଶାରେ କିଡ୍ନୀ ପ୍ରତିରୋପଣର ଆଉ ଏକ ନୂଆ ଆଶା ସଞ୍ଚାର। ରୋଗୀ ଆଉ ବାହାର ରାଜ୍ୟକୁ ଯିବେନି। ଏବେ ଖୁବ୍ କମ ଖର୍ଚ୍ଚରେ ହୋଇପାରିବ କିଡ୍ନୀ ପ୍ରତିରୋପଣ।
ସ୍ମାଇଲି° ଡିପ୍ରେସନ୍କୁ ଏମିତି କ୍ଲିନିକାଲି ବା ମେଡିକାଲ୍ ଭାଷାରେ ବ୍ୟାଖ୍ୟା କରିବା କଠିନ, କିନ୍ତୁ ସରଳ ଭାଷାରେ କହିଲେ ସ୍ମାଇଲି° ଡିପ୍ରେସନ୍ରେ ପିଡୀତ ମଣିଷମାନେ ନିଜ ଦୁଃଖ ଏବଂ ଅବସାଦକୁ ହସହସ ଚେହେରା ତଳେ ଲୁଚାଇ ଦିଅନ୍ତି। ତେବେ କେମିତି ଜାଣିବେ…
ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପାଇଁ ଆମେ ଔଷଧ ଖାଉଥିବାବେଳେ ସାଧାରଣତଃ ସ୍ୱର ସମସ୍ୟାକୁ ଏଡାଇବାକୁ ଚେଷ୍ଟା କରିଥାଉ। ମାନବ ସ୍ୱର ହେଉଛି ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ଉପହାର ଏବଂ ଉତ୍ତମ ସଂଚାର ପାଇଁ ଏହା ଜରୁରୀ। ତେବେ ଏହାକୁ କିପରି ଠିକ ରଖିବା ସେଥିପାଇଁ ଦୃଷ୍ଟି ଦେବା ଜରୁରୀ ନୁହେଁ କି?
ଗତବର୍ଷ ମେ’ ମାସ ୯ ତାରିଖରେ ଏସସିବି ମେଡିକାଲରେ ଆରମ୍ଭ ହୋଇଥିଲା ଅନଲାଇନ୍ ଆଉଟଡୋର ଟିକେଟ ପଞ୍ଜିକରଣର ବ୍ୟବସ୍ଥା । ପ୍ରତିଦିନ ୩ ହଜାରରୁ ଅଧିକ ରୋଗୀ ଆସୁଥିବାରୁ କେମିତି ସୁରକ୍ଷିତ ଭାବରେ ରୋଗୀ ସେବା ଚାଲିବ ତାହାକୁ ଦୃଷ୍ଟିରେ ରଖି ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛିଦିନ ଚାଲିବା ପରେ ପୁଣି ବନ୍ଦ ହୋଇଗଲା ଅନଲାଇନ୍ ଟିକେଟ୍ ବ୍ୟବସ୍ଥା
ବିଭାଗୀୟ ତଥ୍ୟ ଅନୁସାରେ କୋରାପୁଟ ଜିଲ୍ଲାରେ ୧୮ ଟି, ନବରଙ୍ଗପୁର ଜିଲ୍ଲାରେ ୧୬ ଟି, ରାୟଗଡ଼ା ଜିଲ୍ଲାରେ ୧୪ ଓ ମାଲକାନଗିରି ଜିଲ୍ଲାରେ ୮ ଟି ଚିକିତ୍ସାଳୟ ରହିଛି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ଥିବା ଦୁଇଟି ଡିସ୍ପେନସରୀକୁ ଦେଖିଲେ ଜାଣିହେବ କି ଅଞ୍ଚଳବାସୀ ହୋମିଓପାଥି ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଚିକିତ୍ସାଳୟ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି
ରୋଗ ଚିହ୍ନଟଠାରୁ ରିପୋର୍ଟ ପ୍ରସ୍ତୁତ ଯାଏଁ ସବୁ କିଛି AI ସହାୟତାରେ କରାଯାଇପାରିବ।
ଆଗୁଆ ଜାଣି ହେବ ଶରୀର ରୋଗ ବଇରାଗ... ଚିକିତ୍ସା ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ଏବେ ବି ରୋଗ ସହ ଜୁଝୁଛନ୍ତି ୧୦ରୁ ଅଧିକ ଆକ୍ରାନ୍ତ । କାହିଁକି ବ୍ୟାପୁଛି କିଡନୀ ରୋଗ, କାରଣ ଅସ୍ପଷ୍ଟ