Advertisment

Pregnancy Diet: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ଖାଦ୍ୟ; ପିଲା ହେବ ବୁଦ୍ଧିମାନ

ଗର୍ଭାବସ୍ଥାରେ ହିଁ ଶିଶୁର ମସ୍ତିଷ୍କର ବିକାଶ ଆରମ୍ଭ ହୁଏ। ତେଣୁ ଏହି ସମୟରେ ଆପଣ ଏପରି କିଛି ଖାଦ୍ୟ ବାଛିବା ଉଚିତ୍, ଯାହା ଆପଣଙ୍କ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। କାରଣ ମା’ର ଖାଦ୍ୟ ଏବଂ ପାନୀୟର ପ୍ରତ୍ୟକ୍ଷ ପ୍ରଭାବ ଶିଶୁର ମନ ଉପରେ ପଡିଥାଏ।

author-image
Pramod Behera
ଅଦ୍ୟତନ ହୋଇଛି
pregnancy diet chart

4 superfoods in your diet during pregnancy your child will be intelligent

ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ସବୁଠାରୁ ଖୁସିର ଭାବନା। ଏହା ହେଉଛି ଏମିତି ଏକ ସମୟ ଯେତେବେଳେ ଜଣେ ମା’ ନିଜ ପାଇଁ ନୁହେଁ ପିଲା ପାଇଁ ବଞ୍ଚିଥାଏ। ବାସ୍ତବରେ, ଗର୍ଭାବସ୍ଥାରେ ମହିଳାମାନଙ୍କୁ ମଧ୍ୟ ଅନେକ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡେ। ଏହି ସମୟରେ ତାଙ୍କୁ ନିଜର ଯତ୍ନ ନେବା ସହିତ ଗର୍ଭରେ ବଢୁଥିବା ସନ୍ତାନର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନ ନେବାକୁ ପଡିଥାଏ।

Advertisment

ଏପରି ପରିସ୍ଥିତିରେ ବିଶେଷଜ୍ଞମାନେ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି, କିନ୍ତୁ ଆପଣ ଜାଣନ୍ତି କି ଗର୍ଭାବସ୍ଥାରେ ହିଁ ଶିଶୁର ମସ୍ତିଷ୍କର ବିକାଶ ଆରମ୍ଭ ହୁଏ। ତେଣୁ ଏହି ସମୟରେ ଆପଣ ଏପରି କିଛି ଖାଦ୍ୟ ବାଛିବା ଉଚିତ୍, ଯାହା ଆପଣଙ୍କ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। କାରଣ ମା’ର ଖାଦ୍ୟ ଏବଂ ପାନୀୟର ପ୍ରତ୍ୟକ୍ଷ ପ୍ରଭାବ ଶିଶୁର ମନ ଉପରେ ପଡିଥାଏ।

ଅଧିକ ପଢ଼ନ୍ତୁ: ମାନସିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣ କରେ କେଉଁ ଖାଦ୍ୟ ?

ତେବେ ଆସନ୍ତୁ ଜାଣିବା ଏପରି କିଛି ସୁପର୍‌ଫୁଡ୍ ବିଷୟରେ ଜାଣିନେବା ଯାହା ଗର୍ଭଧାରଣ ସମୟରେ ଶିଶୁର ମାନସିକ ବିକାଶରେ ଉନ୍ନତି ଆଣିବ ଏବଂ ପିଲା ଜନ୍ମ ହେବା ପରେ ବୁଦ୍ଧିମାନ ହେବ।

Advertisment

ଅଖରୋଟ୍:

ଗର୍ଭାବସ୍ଥାରେ ଅଖରୋଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଅଖରୋଟ୍ ପ୍ରୋଟିନ୍, ଭିଟାମିନ୍ ଏବଂ ଫ୍ୟାଟ୍ ସହିତ ଓମେଗା ୩ ଫ୍ୟାଟି ଏସିଡ୍‌ର ଏକ ଉତ୍ତମ ଉତ୍ସ। ଶିଶୁର ମାନସିକ ବିକାଶ ପାଇଁ ଓମେଗା ୩ ଫ୍ୟାଟି ଏସିଡ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ପିଲା ବୁଦ୍ଧିମାନ ହୁଅନ୍ତୁ, ତେବେ ଗର୍ଭାବସ୍ଥାରେ ଅଖରୋଟ୍ ଖାଇବା ଆବଶ୍ୟକ।

କଖାରୁ ମଞ୍ଜି:

କଖାରୁ ମଞ୍ଜି ଗର୍ଭାବସ୍ଥାରେ ଖାଇବା ଆବଶ୍ୟକ। କଖାରୁ ମଞ୍ଜି ଖାଇବା ଦ୍ୱାରା ଶରୀର ଅଧିକ ପ୍ରୋଟିନ୍ ପାଇଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଆପଣଙ୍କର ଭବିଷ୍ୟତ ସନ୍ତାନ ସ୍ମାର୍ଟ ହେବାକୁ ଚାହାନ୍ତି, ତେବେ ଏହି ଚମତ୍କାର ମଞ୍ଜିଗୁଡିକ ଖାଦ୍ୟରେ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ। ଏହି ମଞ୍ଜିରୁ ଜିଙ୍କ୍‌ ମିଳିଥାଏ, ଯାହା ଶିଶୁର ମସ୍ତିଷ୍କ ବିକାଶ ପାଇଁ ଜରୁରୀ ଅଟେ। ଆହୁରି ମଧ୍ୟ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶିଶୁର ମସ୍ତିଷ୍କ ଟିସୁକୁ କ୍ଷତିରୁ ରକ୍ଷା କରିଥାଏ।

ଅଧିକ ପଢ଼ନ୍ତୁ: ଏହି ୫ ମିଠା ଫଳ ସୁଗାର ଲେବଲ୍‌କୁ ନିୟନ୍ତ୍ରଣ କରିବ

ବାଦାମ:

ବିଶେଷଜ୍ଞଙ୍କ ଅନୁଯାୟୀ, ଗର୍ଭାବସ୍ଥାରେ ବାଦାମ ଖାଇବା ଜରୁରୀ। କାରଣ ବାଦାମରେ ପ୍ରଚୁର ପରିମାଣର ପ୍ରୋଟିନ୍, ଭିଟାମିନ୍ ଏବଂ ହେଲ୍‌ଦି ଫ୍ୟାଟ୍ ଥାଏ। ଏହା ବ୍ୟତୀତ ଓମେଗା ୩ ଫ୍ୟାଟି ଏସିଡ୍ ମଧ୍ୟ ଏଥିରେ ଉପସ୍ଥିତ, ଯାହା ଶିଶୁର ମାନସିକ ବିକାଶରେ ସାହାଯ୍ୟ କରିଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଗର୍ଭାବସ୍ଥାରେ ନିୟମିତ ବାଦାମ ଖାଆନ୍ତି, ତେବେ ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଉନ୍ନତ ହେବ।

ପାଳଙ୍ଗ:

ଗର୍ଭାବସ୍ଥାରେ ସବୁଜ ପନିପରିବା ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ପାଳଙ୍ଗ। ଏଥିରେ ପ୍ରଚୁର ପରିମାଣାର ପ୍ରୋଟିନ୍, ଭିଟାମିନ୍, ଫାଇବର ଏବଂ ମିନେରାଲ୍ସ ଥାଏ, ଯାହା ଶିଶୁର ମସ୍ତିଷ୍କର ବିକାଶରେ ସାହାଯ୍ୟ କରିଥାଏ। ପାଳଙ୍ଗ ମିଶାଇ ମଧ୍ୟ ଆଖିର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ରକ୍ତହୀନତା ହେବାର ଆଶଙ୍କା ମଧ୍ୟ କମ୍ ହୋଇଥାଏ।

Health Pregnant Health Tips Lifestyle
Advertisment
Advertisment