Advertisment

Neeraj Chopra Diet: ଗୋଲ୍‌ଡେନ୍ ବୟ ନୀରଜ୍ କାହିଁକି ଏତେ ଫିଟ୍… ଜାଣନ୍ତୁ ତାଙ୍କ ଡାଏଟ୍ ଚାଟ୍

ଗୋଲ୍‌ଡେନ୍ ବୟ ନୀରଜ୍ ଚୋପ୍ରା ହଙ୍ଗେରୀରେ ହେଉଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଫିଟ୍‌ନେସ୍‌କୁ ନେଇ ଖୁବ ସଚେତନ। ଆସନ୍ତୁ ଜାଣିବା ସକାଳୁ ଉଠିବା ଠାରୁ ବେଡ୍‌କୁ ଯିବା ପର୍ଯ୍ୟନ୍ତ ସେ କ’ଣ ଖାଆନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Neeraj Chopra Diet

Neeraj Chopra Diet

ଭାରତୀୟ ଆଥଲେଟ୍ ତଥା ଅଲିମ୍ପିକ୍ ଚାମ୍ପିଅନ୍ ଗୋଲଡେନ୍ ବୟ୍ ନୀରଜ ଚୋପ୍ରା ତାଙ୍କ ଫିଟ୍‌ନେସ୍‌କୁ ନେଇ ଖୁବ ସଚେତନ। ସେ ଏକ ଉତ୍ତମ ଡାଏଟ୍ ଅନୁସରଣ କରିବା ସହ ନିଜ ଫିଟନେସ୍ ବଜାୟ ରଖିବା ପାଇଁ ନିୟମିତ ତାଲିମ ମଧ୍ୟ ନିଅନ୍ତି। ସେ ଏକ ଶୃଙ୍ଖଳିତ ଜୀବନଯାପନ କରନ୍ତି ଏବଂ ତାଙ୍କ ଡେଲି ରୁଟିନ୍ ମଧ୍ୟ ବହୁତ ଷ୍ଟ୍ରିକ୍ଟ। ନୀରଜ ଚୋପ୍ରାଙ୍କ ଫିଜିଓଥେରାପିଷ୍ଟ ଇଶାନ ମାରୱା ଗଣମାଧ୍ୟମକୁ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ତାଙ୍କ ଓଜନ ପରିଚାଳନା ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ।

Advertisment

୨୦୨୦ ଟୋକିଓ ଅଲିମ୍ପିକ୍ସ ପରେ ସେ କିଛି ସମୟ ପାଇଁ କାର୍ଯ୍ୟରୁ ଦୂରେଇ ରହିଥିଲେ। ସେ ଆହତ ହୋଇଥିଲେ ଏବଂ ଏହା ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିରତି ଥିଲା। ନିଜକୁ ଫିଟ୍ ରଖିବା ପାଇଁ ସେ ଡିସେମ୍ବରରୁ ଟ୍ରେନିଂ ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟରେ ସେ ୧୨-୧୪ କିଲୋ ଓଜନ ବୃଦ୍ଧି କରିଥିଲେ। ତାଙ୍କର ଓଜନ ୯୭ କେଜିରେ ପହଞ୍ଚିଥିଲା। ତାଙ୍କ ଶରୀରର ଶତକଡା ୧୬ ପ୍ରତିଶତ ଚର୍ବି ବଢିଯାଇଥିଲା। ପ୍ରକୃତରେ ପୂରା ଶରୀରର ପାଖାପାଖି ୧୦ ପ୍ରତିଶତ ଚର୍ବି ରହିବା ଉଚିତ।

କିନ୍ତୁ ସେ ପରେ ତାଙ୍କର ଖାଦ୍ୟ ବଦଳାଇଥିଲେ ଏବଂ ଅନୁଶାସନକୁ ମାନିଥିଲେ। ଏହା ପରେ ସେ ପୁନର୍ବାର ଶରୀରର ଓଜନ ଏବଂ ଚର୍ବିକୁ ହ୍ରାସ କରିଥିଲେ ଏବଂ ଜବରଦସ୍ତ ଫିଟନେସ୍ ହାସଲ କରିଥିଲେ। ତେବେ ଆସନ୍ତୁ ଜାଣିବା ନୀରଜ ଚୋପ୍ରାଙ୍କ ସମ୍ପୂର୍ଣ୍ଣ ଡାଏଟ୍ ଏବଂ ରୁଟିନ୍।

Advertisment

ବ୍ରେକ୍‌ଫାଷ୍ଟ୍:

ନୀରଜ ପଇଡ ପାଣି କିମ୍ବା ଜୁସ୍‌ରୁ ନିଜର ଦିନ ଆରମ୍ଭ କରନ୍ତି। ସେ ନିଜର ବ୍ରେକ୍‌ଫାଷ୍ଟ୍‌କୁ ଅତି ସରଳ ରଖିବାକୁ ଚେଷ୍ଟା କରନ୍ତି। ଏନେଇ ସେ ଏକ ପୁଷ୍ଟିକର ଖାଦ୍ୟ ଗ୍ରହଣ କରନ୍ତି, ଯାହା ତାଙ୍କ ପ୍ରଶିକ୍ଷଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ସେ ବ୍ରେକ୍‌ଫାଷ୍ଟ୍‌ରେ ୩-୪ ଅଣ୍ଡାର ଧଳା ଅଂଶ, ଦୁଇଟି ରୁଟି, ଗୋଟିଏ ଗିନା ଦଲିଆ ଏବଂ ଫଳ ଖାଆନ୍ତି। ବ୍ରେଡ୍ ଆମ୍‌ଲେଟ୍ ହେଉଛି ତାଙ୍କର ପ୍ରିୟ ବ୍ରେକ୍‌ଫାଷ୍ଟ୍।

ମଧ୍ୟାହ୍ନ ଭୋଜନ:

ମଧ୍ୟାହ୍ନ ଭୋଜନରେ ନୀରଜ ଦହି ଭାତ, ଗୋଟିଏ ଗିନା ମସୁର ଡାଲି, କଞ୍ଚା ପରିବାର ସାଲାଡ୍‌ ଏବଂ ଗ୍ରିଲ୍ଡ ଚିକେନ୍ ଖାଇବାକୁ ପସନ୍ଦ କରନ୍ତି।

ତାଲିମ ସମୟରେ:

ଏହି ସମୟରେ, ନୀରଜ ବାଦାମ ରସ ଓ ତାଜା ଜୁସ୍ ପିଇବାକୁ ପସନ୍ଦ କରନ୍ତି। ବିଶେଷକରି ପ୍ରଶିକ୍ଷଣ ଏବଂ ଜିମ୍ ବେଳେ ଏ ସବୁ ନେବାକୁ ଆବଶ୍ୟକ ମନେକରନ୍ତି।

ରାତ୍ରୀ ଭୋଜନ:

ନୀରଜ ରାତ୍ରୀ ଭୋଜନରେ ଫଳ ଏବଂ ପନିପରିବା ସାମିଲ କରିବାକୁ ଚେଷ୍ଟା କରନ୍ତି। ଏହା ବ୍ୟତୀତ ସେ ସିଝା ପରିବା ବା ସୁପ୍ ମଧ୍ୟ ପିଅନ୍ତି।

ନୀରଜ ଚୋପ୍ରା ତାଙ୍କ ଖାଦ୍ୟରେ ଅଧିକ ଫଳ ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ୍ କରନ୍ତି, ଏହା ତାଙ୍କ ଶରୀରରେ ଉଚିତ ପରିମାଣର ଚର୍ବି ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ, ସେ ତାଙ୍କର ପ୍ରୋଟିନ୍ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରୋଟିନ୍ ସପ୍ଲିମେଣ୍ଟ ମଧ୍ୟ ନିଅନ୍ତି। ସମ୍ପ୍ରତି ସେ ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବିରେ ଭରପୂର ଥିବା ସଲମାନ ମାଛକୁ ତାଙ୍କ ଖାଦ୍ୟରେ ମଧ୍ୟ ସାମିଲ କରିଛନ୍ତି। ୨୦୧୬ ପର୍ଯ୍ୟନ୍ତ ସେ କିନ୍ତୁ ପୂରା ସାକାହାରୀ ଥିଲେ।


ବେଳେବେଳେ ଗୁପ୍‌ଚୁପ୍ ଏବଂ ଚୁର୍‌ମା ଖାଆନ୍ତୁ:

ନୀରଜ ଚୁର୍‌ମା(ରୁଟି ଗୁଣ୍ଡ, ଚିନି ଓ ଘିଅରେ ତିଆରି ଏକ ହରିୟାଣୀ ଖାଦ୍ୟ), ମିଠା ଏବଂ ଗୁପ୍‌ଚୁପ୍ ମଧ୍ୟ ଖାଇବାକୁ ଭଲ ପାଆନ୍ତି। ତେଣୁ ଯେତେବେଳେ ବି ସୁଯୋଗ ମିଳେ ସେ ଏଗୁଡ଼ିକୁ ଖାଇବାକୁ ମନା କରନ୍ତି ନାହିଁ।

Neeraj Chopra Sports News
Advertisment
Advertisment